
ମଙ୍ଗଳା ମନ୍ଦିର ରେ ସେବାୟତ ଓ ନୀତିପୂଜା ସହିତ ମନ୍ଦିର ପରିଚାଳନା କମିଟି
କାକଟପୁର (ତୁଷାର ରଞ୍ଜନ ଦୀକ୍ଷିତ ) 17/10 ମା ମଙ୍ଗଳା ଙ୍କ ମନ୍ଦିର ସ୍ଥାପନ, ମାଙ୍କ ଆବ୍ରିଭାବ ସେବା ନୀତି କୁ ନେଇ ଆଜି ବି ଭକ୍ତ ମାନଙ୍କ ମନରେ ଏକ ପ୍ରଶ୍ନ ବାଚୀ ସୃଷ୍ଟି କରିଛି, ମା ମଙ୍ଗଳା ହେଉଛନ୍ତି ପରମ ବୈଷ୍ଣବି ମା ଙ୍କୁ ପ୍ରାଚୀ ନଦୀରୁ ଉଦ୍ଧାର ପରେ ହଟ ଦୀକ୍ଷିତ, ବଟ ଦୀକ୍ଷିତ ଙ୍କ ସମେତ ଗ୍ରାମ ବାସୀ ମାନେ ମାଙ୍କୁ ଆଣି କାକଟପୁର ଗ୍ରାମ ରେ ଗାଁ ମଝିରେ ରଖି ପୂଜା କଲେ, ସେତେବେଳର ଜମିଦାର ଜଗମୋହନ ରାୟ ଚୂଡ଼ାମଣୀ ମନ୍ଦିର ପାଇଁ ଜାଗା ଦେବା ସହିତ ନିତ୍ୟ ପୂଜା ଓ ସେବାୟତ ମାନଙ୍କୁ ମାଙ୍କ ପୂଜା ପାଇଁ ସେବା କରିବା ପାଇଁ ନିୟୋଜିତ କରିବା ସହିତ ସେବାୟତ ମାନଙ୍କ ନାମରେ କିଛି ଜମି ମଧ୍ୟ ପ୍ରଦାନ କରିଥିଲେ ସେବା ସମର୍ପଣ କରିବା ପାଇଁ ସେଇ ଜମିରୁ ଉତ୍ପାଦିତ ଧାନ ରୁ ପ୍ରସ୍ତୁତ ଅରୁଆ ଚାଉଳ ରେ ମା ଙ୍କ ପାଇଁ ପ୍ରସାଦ ସହିତ ନିଜ ପିଲା ଛୁଆ ଚଳିବା ପାଇଁ କଷ୍ଟେ ମଷ୍ଟେ ହୋଇଯାଉଥିଲା ସେତେବେଳେ ର ପରିସ୍ଥିତି କୁ ଲକ୍ଷ୍ୟ କଲେ ଆଜି ଅବଶ୍ୟ ସେ ସମୟ ନାହିଁ, ମାଙ୍କ ପୂଜା ପାଇଁ ସେବାୟତ ମାନେ ଗାଁ ଗାଁ ବୁଲି ମାଗୁଣି କରି ଆଣିଥିବା ଧାନ, ଚାଉଳ, ବିରି, ମାଣ୍ଡିଆ, ପ୍ରଭୁତି ଆଣି ଥାନ୍ତି ଓ ଜେଜେମାନ ମାନେ ସେବାୟତ ମାନଙ୍କୁ ଗାଁ ରୁ ପାଛୋଟି ନେଇ ତାଙ୍କ ପାଇଁ ଗୋଟିକିଆ ଘର ଓ ଚଞ୍ଚା ପ୍ରସ୍ତୁତ କରିଥାନ୍ତି, ସେବାୟତ ମାନେ ନିଜ ହାତରେ ରୋଷେଇ କରି ନିଜେ ଖାଇ ଏ ଗାଁ ରୁ ସେ ଗାଁ ବୁଲି ମାଙ୍କ ପ୍ରଚାର ପ୍ରସାର କରିବାରେ ଯେଉଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଆଜି ତାହା ସେବାୟତ ଙ୍କ ପାଇଁ ପ୍ରତି ଫଳନ ହୋଇଛି ତାହା ନିଃସନ୍ଦେହ, ସେତେବେଳେ ମାଙ୍କ ଗଜ ମଣ୍ଡା ଓ ଚୁଡାଘସା ନେଇ ସେବାୟତ ମାନେ ଜେଜେମାନଙ୍କୁ ଦେବା ପରେ ଘରର ମୁଖ୍ୟ ଓ ପରିବାର ର ସମସ୍ତ ସଦସ୍ୟ ମାନେ ସେବାୟତ ଙ୍କ ଠାରୁ ଆଶିଷ ଭିକ୍ଷା କରିଥାନ୍ତି ପରିବାର ର ମଙ୍ଗଳ ପାଇଁ ଏବଂ ସ୍ୱ ଇଛାରେ ମାଙ୍କ ପାଇଁ ସେତେବେଳେ ପଇସା ବୋଲି ଦୁଈ ପଇସି ଓ ଏକ ପଇସି ଏବଂ ପାହୁଲି ଚାଲୁଥାଏ ସେଇୟାକୁ ଧରି ସେବାୟତ ବହୁ ଦୁଃଖ କଷ୍ଟରେ କାନ୍ଧରେ ଜାଉଁଳି ପକାଇ ଗୋଟେ ଜାଗାରେ ରଖିବା ପରେ ଶଗଡ଼ ବଳଦ ସାହାଯ୍ୟରେ କାକଟପୁର କୁ ଆଣିଥାନ୍ତି,ଆଜିର ରାସ୍ତା ପରି ସେଦିନ ନ ଥାଏ ସତ ହେଲେ ନିଜ ମାଙ୍କ ସହିତ ପରିବାର ଚଳିବା ସକାଶେ କଷ୍ଟ କରିବାକୁ ସେତେବେଳେ ପଡୁଥିଲା ଚାଉଳ, ବିରି, ମୁଗ କୁ ଏକାଠି କରି ମନ୍ଦିରରେ ମାଙ୍କ ପାଇଁ ସର୍ବନିମ୍ନ ୮ ଥାଳି ଅର୍ଣ୍ଣ ତା ସହିତ ଡାଲି, ତରକାରୀ କରିବା ପରେ ସକାଳ ଧୂପ ସାରି ପୁଣି ଭଉଣ୍ଡ ଧୂପ ଏବଂ ଦି ପ୍ରହର ଧୂପ କରିବା କେତେ ଜେ କଷ୍ଟକର ତାହା ପୁରୁଖା ଲୋକମାନେ କୁହନ୍ତି, ଆଜି କିନ୍ତୁ ସମୟ ବଦଳିଛି ମନ୍ଦିର କୁ ଓଡିଶା ଏବଂ ଓଡିଶା ବାହାରୁ ଯାତ୍ରୀ ମାନଙ୍କର ଆସ୍ତେ ଆସ୍ତେ ବଢୁଥିବା ବେଳେ ମନ୍ଦିର କୁ ଦେବୋତ୍ତର ବିଭାଗ ହାତକୁ ନେଇ ମନ୍ଦିର ବେଢା ଭିତରେ ଜଗନ୍ନାଥ ମନ୍ଦିର, ସୂର୍ଯ୍ୟ ମନ୍ଦିର, ଭାଗବତ ମଣ୍ଡପ,ଜଗମୋହନ ମଣ୍ଡପ, ପୁରାଣ ମଣ୍ଡପ ନୂଆ ତିଆରି ହୋଇଛି ,ଏବଂ ମନ୍ଦିର କାର୍ଯ୍ୟ କୁ ସୁ ଚାରୁ ରୂପରେ ତୁଲାଇବା ପାଇଁ ଟ୍ରଷ୍ଟବୋର୍ଡ଼ ଗଠନ ମଧ୍ୟ ହୋଇଛି ଟ୍ରଷ୍ଟ ବୋର୍ଡ଼ ରେ ସ୍ଥାନୀୟ ତହସିଲଦାର ସଭାପତି ଥିଲା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସରକାରୀ କର୍ମଚାରୀ ମାନେ ସଦସ୍ୟ ଅଛନ୍ତି ତତ ସହିତ ସେବାୟତ ଙ୍କ ନିଯୋଗ ରୁ ଦୁଈ ଜଣ ମଧ୍ୟ ସଦସ୍ୟ ରହିଛନ୍ତି,ସେବକ ମାନେ ପୂଜା ପର୍ବାଣୀ ରେ କେଉଁଦିନ କେଉଁ ବେଶ ଓ କେଉଁ ପୂଜା ହେବ ନୀତିକାନ୍ତି ବିଷୟରେ କମିଟି ରେ ଜଣାଇଲେ କମିଟି ତାକୁ ପରଖି ଅନୁମୋଦନ କରିବେ,ପୂଜା ପଣ୍ଡା ସେବାୟତ ରାତ୍ର ୩ ଘଟିକାରୁ ଉଠି ମାଙ୍କୁ ସ୍ନାନ ମାର୍ଜଣା କରିବା ପରେ ବେଶ କରିଥାନ୍ତି, ଏହି ସ୍ନାନ ମାର୍ଜଣା ଗୁପ୍ତ ନୀତି ଭାବରେ କରାଯାଇଥାଏ ଚୁଆ, ହଳଦୀ, ଗଙ୍ଗା ଜଳ, କଞ୍ଚା କ୍ଷୀର କୁ ଏକତ୍ରିତ କରିବା ପରେ ପୂଜା ପଣ୍ଡା ସେବାୟତ ମନ୍ଦିର ପ୍ରାଙ୍ଗଣରେ ଥିବା ବାମ୍ଫି ରୁ ପାଣି ଆଣି ମାଙ୍କ ସ୍ନାନ ନୀତି କରିଥାନ୍ତି, ମା ମଙ୍ଗଳା ମା କନକ ଦୁର୍ଗା ମନ୍ତ୍ର ରେ ପୂଜା ପାନ୍ତି, ବ୍ରାହ୍ମଣ ମାନେ ଆଜି ପର୍ଯ୍ୟନ୍ତ ମାଙ୍କ ଦୈନନ୍ଦିନ ସେବା ଆଜି ବି କରି ଆସୁଛନ୍ତି, ପ୍ରଳୟଙ୍କାରୀ ମହା ବାତ୍ୟା ରେ ସେବା ଜାରି ରଖିଥିଲେ, ଆଜିର ଯୁବ ପିଢ଼ି ମାନେ ମାଙ୍କର ଏହି ପୂଜା କୁ ଏକାଗ୍ରତା ସହିତ ଶିଖି ପରୀକ୍ଷା ଦେଇ ପାସ ହୋଇ ମାଙ୍କ ସିଂହାସନ କୁ ଯିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି,
ଅଭିଜ୍ଞତା କୁହେ
ମନୋରଞ୍ଜନ ପଣ୍ଡା
ସେବକ ସମିତି ସଭାପତି
ଆମ ପିଲାବେଳେ ମନ୍ଦିର ରେ ସେତେ ଉର୍ନ୍ନତି ହୋଇ ନ ଥିଲା ଡିବି ଆଲୁଅ ଓ ମଶାଲ ଜାଳି ଆମ ବାପା ଅଜା ମାନେ ପୂଜା କରି ଆସିଛନ୍ତି, ଏବେ ମନ୍ଦିର ବହୁ ଉର୍ନ୍ନତି ହେଉଛି ଆଗାମୀ ପିଢ଼ି ପାଇଁ ଶୁଭଙ୍କର
ଜମେଶ୍ୱର ଦୀକ୍ଷିତ, ପୂର୍ବତ୍ତନ ଅଦ୍ଧକ୍ଷ୍ୟ ମଙ୍ଗଳା କଲେଜ ତଥା
ବରିଷ୍ଠ ସେବାୟତ
ଆମ ପିଲାଦିନେ ମନ୍ଦିର ରେ କେତେଜଣ ହାତ ଗଣତି ପୂଜାପଣ୍ଡା ଥିଲେ ଆଜି ଏହାକୁ ନିଜର ବୃତ୍ତି ଭାବେ ଆପଣାଇ ବହୁ ଯୁବ ସେବାୟତ ମାଙ୍କ ସେବାରେ ନିୟୋଜିତ ଥିବାରୁ ତାଙ୍କୁ ଧନ୍ୟବାଦ, ଓ ମନ୍ଦିରକୁ ଆସୁଥିବା ମାତୃ ଭକ୍ତ ମାନଙ୍କୁ ମାଙ୍କ ଶୃଙ୍ଖଳିତ ଦର୍ଶନ କରାଇଲେ ଆଗାମୀ ଭବିଷ୍ୟତ ଉଜ୍ଜଳ ମୟ ହେବ,
ପ୍ରଦୀପ୍ତ କୁମାର ଦୀକ୍ଷିତ
ମନ୍ଦିର ପରିଚାଳନା କମିଟି ପରାମର୍ଶ ଦାତା
ମୋ ଅଜା ଜଣେ ପୂଜା ପଣ୍ଡା ଥିଲେ ମାଙ୍କ ଆଶିଷରୁ ମୋର ସାନ ଭାଇ ଆଜି ଷୋଡଶ ଉପଚାର ପୂଜାପଣ୍ଡା ଯାହା ହେଉ ପରିବାର ଭିତରୁ ଜଣେ ପୂଜା ପଣ୍ଡା ହୋଇ ମାଙ୍କ ସେବା କଲେ ମୁଁ ବହୁତ ଖୁସି, ମା ମୋର ସାହା
କମଳ ଲୋଚନ ଦୀକ୍ଷିତ
ମନ୍ଦିର ପରିଚାଳନା କମିଟି ପରାମର୍ଶ ଦାତା
ମୋ ଅଜା ରାମଚନ୍ଦ୍ର ଦୀକ୍ଷିତ ମନ୍ଦିର ଟ୍ରଷ୍ଟ ବୋର୍ଡ ର ସଭାପତି ଥିଲେ ମୁଁ ଏବେ ଅଛି ମାଙ୍କ ଆଶିଷ ରୁ ମାର ସେବା କରିବାର ସୁଯୋଗ ଆମ ପରିବାର ପ୍ରତି ଥିବାରୁ ମୁଁ ମା ମଙ୍ଗଳା ଙ୍କୁ କୋଟି କୋଟି ପ୍ରଣାମ
ହିମାଂଶୁ ଭୂଷଣ ଦୀକ୍ଷିତ, ଯୁବ ନେତା,
ବରିଷ୍ଠ ସେବାୟତ ଓ ମନ୍ଦିର ପରିଚାଳନା କମିଟି ର ପରାମର୍ଶ ଦାତା
ମା ଆମର ସାହା ଆମେ ତାରି କୋଳରେ ବଢ଼ିଛୁ ଯେତେ ଯୁଆଡେ ବେସ୍ତ ଥିଲେ ବି ମୁଁ ନିଜ କାମରୁ ବାହାରି ମନ୍ଦିର କାମରେ ସାହାର୍ଯ୍ୟ କରେ ଓ ପରାମର୍ଶ ଦିଏ, ଆମେ ଆଜି ଅଛୁ କାଲିକି କି ପିଲାମାନେ ରହିବେ ତେଣୁ ମାଙ୍କ କାମରେ ସମସ୍ତେ ସହଯୋଗ କରିବା ଦରକା