
ସଜେଇ ହେଲାଣି ବାଲିଯାତ୍ରା ପାଇଁ ପୀରଜାହାନିଆଁ ପୀଠ
କାକଟପୁର(ତୁଷାର ରଞ୍ଜନ ଦୀକ୍ଷିତ ) ତା ୨୩।୧୧: ସବୁ ବର୍ଷ ପରି ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ସର୍ବଧର୍ମ ସମନ୍ୱୟ ପୀଠ ଅସ୍ତରଙ୍ଗର ପୀର ଜାହାନିଆଁ ବେଳାଭୂମିରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାଲିଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ।ଏଥର ଆୟୋଜନ କମିଟି ପକ୍ଷରୁ ବୋଇତ ବନ୍ଦାଣ ସହିତ ବେଳାଭୂମି ମହୋତ୍ସବ ଓ ସାହିତ୍ୟ ଆସର କରିବାକୁ ଆୟୋଜକ ମଣ୍ଡଳୀ ସ୍ଥିର କରିଛନ୍ତି, ଏହିସବୁ କାର୍ଯ୍ୟକ୍ରମର ପ୍ରସ୍ତୁତି ଜୋରଦାର ଆଗେଇ ଚାଲିଥିବା ବେଳେ ଅଞ୍ଚଳର ଲୋକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ସହ ସାଜସଜାକୁ ଗୁରୁତ୍ଵ ଦିଆଯାଇଛି । ଏହି ସବୁ କାର୍ଯ୍ୟକ୍ରମର ପ୍ରତିଦିନ ସନ୍ଧ୍ୟାରେ ଦୁଇ ଜଣ ବିଶିଷ୍ଟ ଅତିଥି ଯୋଗଦାନ କରିବାର ପ୍ରସ୍ତାବ ରହିଥିବା ବେଳେ ଏହି ଅଞ୍ଚଳର କିଛି କୃତି ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବାର ପ୍ରସ୍ତାବ ରହି ଅଛି । ଦ୍ଵିତୀୟ ଦିବସ ତଥା ମଙ୍ଗଳବାର ସକାଳ ୧୦ଘଟିକା ଠାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ସାହିତ୍ୟ ଆସର ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ଆସରରେ ରାଜ୍ୟର ଜଣାଶୁଣା ଅତିଥି ମାନେ ଉପସ୍ଥିତ ରହି ସାହିତ୍ୟ ଆଲୋଚନାଚକ୍ରକୁ ରୁଦ୍ଧିମନ୍ତ କରିବେ ବୋଲି ସଂଗଠନ ତରଫରୁ ଜଣାପଡ଼ିଛି । ଯାତ୍ରା ପଡିଆକୁ ଶୃଙ୍ଖଳିତ କରିବା ଲାଗି ବ୍ୟାପକ ପୋଲିସ ମୁତୟନ ସହ ସ୍ଥାନୀୟ ପଞ୍ଚାୟତ ତରଫରୁ ବହୁ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି । ସୋମବାର ଦିନ ଭୋର ସମୟରେ ବେଳାଭୂମି ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମହୋତ୍ସବ କମିଟି ପକ୍ଷରୁ ଜଣାପଡିଛି । କାର୍ତ୍ତିକ ପୂର୍ଣ୍ଣମୀ ତିଥିରେ ଦୁଇଦିନ ଧରି ହେବାକୁ ଥିବା ଏହିସବୁ କାର୍ଯ୍ୟକ୍ରମ ଗୁଡ଼ିକୁ ଶାନ୍ତି ଶୃଙ୍ଖଳା ସହ ଉପଭୋଗ କରିବାପାଇଁ ମହୋତ୍ସବ କମିଟି ତରଫରୁ ନିବେଦନ କରାଯାଇଛି । ଚଳିତ ବର୍ଷ ନୂତନ ଭାବେ ଆରମ୍ଭ କରାଯାଇଥିବା ବେଳାଭୂମି ମହୋତ୍ସବର ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଵ l ୨୭ ତାରିଖ ସନ୍ଧ୍ୟାରେ ଓଡ଼ିଶାର ପୁର ପଲ୍ଲୀରେ ପରିଚିତ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ, ନୃତ୍ୟଙ୍ଗନା ଓଡିଶୀ, ବିଶିଷ୍ଟ କଣ୍ଠଶିଳ୍ପୀ ବିଷ୍ଣୁମୋହନ କବି ଏବଂ ପ୍ରଜ୍ଞା ହୋତାଙ୍କ ଦ୍ୱାରା ନୃତ୍ୟଭିତ୍ତିକ ଓ ସଙ୍ଗୀତ କାର୍ଯ୍ୟକ୍ରମ ରହିଥିବାବେଳେ ୨୮ ତାରିଖ ସନ୍ଧ୍ୟାରେ ନୃତ୍ୟାଙ୍ଗନା ଓଡିଶୀ, ମାଲଖମ୍ବ, କଣ୍ଠଶିଳ୍ପୀ ଇରାମହାନ୍ତି ଙ୍କ ଗ୍ରୁପ ଦ୍ୱାରା ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ରହିଥିବା ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି