
ଉତ୍କଳମଣି ଙ୍କ ସ୍ମୃତି ପୀଠର ପ୍ରତିଷ୍ଠା ଦିବସ ପାଳିତ
ସତ୍ୟବାଦୀ,ପୁରୀ ୨୩/୨/୨୦୨୪ – ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ପ୍ରକୃତ ରେ ଉତ୍କଳ ର ମଣି ଥିଲେ। ତ୍ୟାଗ,ସେବା ଓ ସମର୍ପଣ ର ସେ ଥିଲେ ମୂର୍ତ୍ତିମନ୍ତ ପ୍ରତୀକ। ତାଙ୍କର ସ୍ମୃତି ରକ୍ଷା ପାଇଁ ସରକାର ଙ୍କ ଉଦ୍ୟମ ପ୍ରକୃତରେ ପ୍ରଶଂସନୀୟ।
ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମୃତି ପୀଠ ର ପ୍ରଥମ ପ୍ରତିଷ୍ଠା ଦିବସ ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁ ସଂଗ୍ରହାଳୟ ଠାରେ ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର ଓ ବିଶିଷ୍ଟ ଅତିଥି ଭାବେ ସାମାଜ ସେବୀ ଧୀରେନ୍ଦ୍ର ଦାଶ ଓ ରବି ଦାଶ ଯୋଗଦେଇ ଦେଇଥିଲେ l ଏହା ସହିତ ତହସିଲଦାର ଜୟନ୍ତ ଜୟସିଂହ, ବ୍ଲକ ଉନ୍ନୟନ ଅଧିକାରୀ ଲିପ୍ସା ରାୟ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଉପସ୍ଥିତ ଥିଲେ l
ସକାଳ ୯ ଘଟିକାରେ ସଂଗ୍ରହାଳୟ ପରିସରରେ ସ୍ଥାପିତ ହୋଇଥିବା ଗୋପବନ୍ଧୁ ଙ୍କ ପ୍ରତି ମୂର୍ତ୍ତିରେ ଓ ଷଠି ଘରେ ସମସ୍ତ ଅତିଥି ମାଲ୍ୟାର୍ପଣ କରିବା ସହିତ ସଂଗ୍ରହାଳୟ ପରିଦର୍ଶନ କରିଥିଲେ l ପରେ ୧୦ଘଟିକାରେ ସଂଗ୍ରହାଳୟ ପରିସର ରେ ଗୋପବନ୍ଧୁ ଙ୍କ ଜୀବନୀ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲେ ଯେଉଁଥିରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ସହ ୧୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗଦେଇ ଥିଲେ l ଏହି ଆଲୋଚନା ଚକ୍ରକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବେହେରା ସଂଯୋଜନା କରିଥିଲେ l ପ୍ରାରମ୍ଭରୁ କାର୍ଯ୍ୟକ୍ରମ ର ସଫଳ ଆୟୋଜନ ନିମନ୍ତେ ଏଲ୍ ଆଣ୍ଡ୍ କେ ସର୍ଭିସେସର କର୍ମଚାରୀ ସହଯୋଗ କରିଥିଲେ l ଏହା କେବଳ ଆମ ରାଜ୍ୟ ନୁହେଁ ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ବ୍ୟକ୍ତି ମାନଙ୍କୁ ଉତ୍କଳମଣି ଙ୍କ ଆଦର୍ଶ ସମ୍ପର୍କରେ ସଚେତନ କରାଇ ଚାଲିଥିବ ବୋଲି ବକ୍ତା ମାନେ ମତ ବ୍ୟକ୍ତି କରିଛନ୍ତି ।