
ମା ମଙ୍ଗଳା ସିଂହାବାହିନୀ ଭଜନ ସମାରୋହ, ଯୋଗଦେବେ ଉପମୁଖ୍ୟମନ୍ତ୍ରୀ ସମେତ ଚାରି ବିଧାୟକ
କାକଟପୁର: ତା ୮/ ୧୦/ ୨୦୨୪
ରିପୋର୍ଟ୍ : ତୁଷାର ଦୀକ୍ଷିତ
କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ନିକଟରେ ଶାରଦୀୟ ପାର୍ବଣ ପୂଜା ଅବସରରେ ମହାସପ୍ତମୀ ତିଥିରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମା ମଙ୍ଗଳା ସିଂହାବାହିନୀ ଭଜନ ସମାରୋହ ଆୟୋଜିତ ହେବାକୁ ଯାଉଛି l ପ୍ରତିବର୍ଷ ଏହି ମହାସପ୍ତମୀ ତିଥିରେ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ଭଜନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାବେଳେ ଚଳିତ ବର୍ଷ ସମାନ୍ତରାଳ ଭାବରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଦ୍ୱାରା ଆୟୋଜିତ ଆଉ ଏକ ଭଜନ ସମାରୋହ କାକଟପୁର ମୁଖ୍ୟ ବଜାର ମଧ୍ୟରେ ଆୟୋଜିତ ହେବାକୁ ଯାଉଛି l ଏଥିରେ ଓଡ଼ିଶାର ନାମୀଦାମୀ କଳାକାର ମାନେ ଭଜନ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ଏହି କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ ସମେତ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ଏବଂ ପିପିଲି, ସତ୍ୟବାଦୀ, ବ୍ରହ୍ମଗିରି ର ବିଧାୟକ ମାନେ ଯୋଗଦେଇ ଶୁଭଉଦଘାଟନ କରିବେ l ମା ମଙ୍ଗଳା ଙ୍କର ସିଂହବାହିନୀ ଅବସରରେ ସମସ୍ତ ମାତୃଭକ୍ତ ମାନଙ୍କୁ ଶ୍ରୀମତୀ ପରିଡା ଶୁଭେଚ୍ଛା ଜଣାଇଛନ୍ତି l