
ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ପତିତପାବନ
କାକଟପୁର- ତା ୭/୭, (ତୁଷାର ଦୀକ୍ଷିତ )- ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆଜି ଆରମ୍ଭ ହୋଇଥିବାବେଳେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ମନ୍ଦିର ପରିସରରେ ଥିବା ପତିତପାବନଙ୍କୁ ବନକ ଲାଗି କରାଯାଇ ମୁଖାରବିନ୍ଦକୁ ଶୃଙ୍ଗାର କରାଯିବା ପରେ ପ୍ରଭୂଙ୍କୁ ନୂତନ ପଟବସ୍ତ୍ର ଓ ଆଭୂଷଣ ରେ ଭୂଷିତ କରାଯିବାପରେ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ପ୍ରଭୂ ପତିତପାବନ l ଦୀର୍ଘ ୧୫ ଦିନ ପରେ ଜ୍ୱରରେ ପୀଡିତ ହୋଇ ଅନବସରରୁ ସୁସ୍ଥ ହେବାପରେ ଆଜି ଭକ୍ତ ଓ ଶ୍ରଦ୍ଧାଳୁ ମାନେ ନବଯୌବନ ବେଶରେ ଦର୍ଶନ କରୁଛନ୍ତି l ବିଦ୍ଧି ମୁତାବକ ନୀତିକାନ୍ତି କରାଯିବାପରେ ଚକାବିଜେ ହୋଇଛନ୍ତି ପତିତପାବନ l ରାଜ୍ୟରେ ସମସ୍ତ ମନ୍ଦିର ରେ ଶ୍ରୀ ଜୀଉ ମାନେ ରଥାରୁଢ଼ ହେଉଥିବାବେଳେ ମଙ୍ଗଳା ମନ୍ଦିର ପାର୍ଶ୍ୱ ଦେବତା ଭାବେ ପୂଜା ପାଉଥିବା ପତିତପାବନ ଙ୍କ ରଥ ଯାତ୍ରା ହୁଏନାହିଁ l