
ମଙ୍ଗଳା ମନ୍ଦିରରେ ଜନ୍ମାଷ୍ଟମୀ ପୂଜା ପାଇଁ ବିଶେଷ ନୀତି ଅନୁଷ୍ଠିତ l
କାକଟପୁର ତା ୨୬/୮ /୨୦୨୪
କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଅବସରରେ କୃଷ୍ଣଜନ୍ମ ନୀତି ପୂଜା ମହାସମାରୋହ ରେ ପାଳିତ ହୋଇଯାଇଛି l ମନ୍ଦିର ବେଢାରେ ଥିବା ପତିତପାବନଙ୍କ ମନ୍ଦିରରେ ଶ୍ରୀକୃଷ୍ଣ ଙ୍କ ବାଳଗୋପାଳ ପ୍ରତିମାକୁ ସ୍ନାନ ମାର୍ଜନା କରାଯାଇ, ନୂତନ ବସ୍ତ୍ର ଏବଂ ଅଳଙ୍କାର ରେ ସଜାଯିବା ସଂଗେ ସଂଗେ ଶ୍ରୀକୃଷ୍ଣ ଙ୍କ ଜନ୍ମ ବୃତ୍ତାନ୍ତ ପୁରାଣ ପାଠ କରାଯାଇଥିଲା l ଓଷା କରିଥିବା ଶ୍ରଦ୍ଧାଳୁ ମାନେ ବିଭିନ୍ନ ଫଳ ମୂଳ, କ୍ଷୀର, ସର, ଲବଣି, ଲଡ଼ୁ ଆଦି ପୂଜା ସାମଗ୍ରୀ ଆଣି ପୂଜା କରିବାକୁ ଆସିଥିଲେ l ପୁରାଣ ବର୍ଣିତ କଥା ଓ ଗାଥା କୁ ଅବତାରଣା କରିବାକୁ ଯାଇ ମନ୍ଦିର ରେ ଏକ ବିଶେଷ ନୀତି ଏହି ସମୟରେ ଅନୁଷ୍ଠିତ ହୋଇଥାଏ l ମନ୍ଦିର ସମ୍ମୁଖରେ ଏକ ଯମୁନା ନଦୀ ସ୍ୱରୂପ କାରାଯାଇ ବସୁଦେବ ଭାବେ ପୂଜାପଣ୍ଡା ସେବକ କୃଷ୍ଣଙ୍କୁ ନେଇ ଯିବାବେଳେ ପାଳିଆ ସେବକ ଉଗ୍ରେସନ ବେଶରେ ସଜ୍ଜିତ ହୋଇ ବସୁଦେବ ଙ୍କ ବାଟ ଓଗାଳିବା ଓ ଲୀଳାମୟ କୃଷ୍ଣ ତାଙ୍କ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ କରାଇବା ପରେ ଉଗ୍ରେସନ ଙ୍କ ମୋହ ଭାଙ୍ଗିଵା ଓ ସେ ପ୍ରଭୁଙ୍କୁ ଦର୍ଶନ କରିବା ପରେ ଉଗ୍ରେସନ ଙ୍କ ମୁଣ୍ଡରେ ପାଟଶାଢ଼ୀ ବନ୍ଧାଯିବା ଦୃଶ୍ୟ ଦେଖି ସମସ୍ତ ଶ୍ରଦ୍ଧାଳୁ ବାଳ ଗୋପାଳ କୃଷ୍ଣ ଙ୍କ ବାଲ୍ୟ ଲୀଳା ରେ ବିମୋହିତ ହୋଇଥିଲେ l ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହି ନୀତି ପୂଜା ଅନୁଷ୍ଠିତ ହେବାପରେ ପ୍ରସାଦ ପାଇ ଶ୍ରଦ୍ଧାଳୁ ଙ୍କ ଓଷା ସମ୍ପୂର୍ଣ ହୋଇଥାଏ, ଏହି ପୂଜା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତିକାନ୍ତି ନିର୍ଧାରଣ କରାଯାଇଥାଏ, ମନ୍ଦିର କାର୍ଯନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି,