
ଧୁମଧାମରେ ପାଳିତ ହେଲା ଲଡ଼ୁକେଶ ମହାଦେବଙ୍କ କଳସ ଯାତ୍ରା
ନୟାଗଡ : ତା ୨୩/୦୨ /୨୦୨୫: (ଭାସ୍କର ଚନ୍ଦ୍ର ସ୍ୱାଇଁ) – ନୟାଗଡ ବ୍ଳକ୍ ଅନ୍ତର୍ଗତ ମାଛିପଡା ପଂଚାୟତର ରଘୁନାଥପୁରରେ ପାଳିତ ହୋଇଯାଇଛି ଲଡୁକେଶ ମହାଦେବଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ l ପ୍ରଥମ ଦିନ ଅଙ୍କୁରାରୋପଣ କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ମାନେ ଗ୍ରାମ ନିକଟ ନଈରୁ ପାଣି ଉଠାଇ କଳସ ଯାତ୍ରା କରି ଗ୍ରାମ ପରିକ୍ରମା କରିବାପରେ ମନ୍ଦିରରେ ଆସି ପହଞ୍ଚିଥିଲେ l ପରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସୂର୍ଯ୍ୟପୂଜା, ସମସ୍ତ ଦେବା ଦେବୀଙ୍କୁ ବେଦଧୂନିରେ ଆମନ୍ତ୍ରଣ କରାଯାଇଥିଲା l ପରେ କଳସ ଯାତ୍ରାରେ ସାମିଲ ଥିବା ସମସ୍ତ ବ୍ରତଧାରୀ ମାନେ ପଣା ସେବନ କରିବା ସାଙ୍ଗକୁ ପ୍ରସାଦ ସେବନ କରିଥିଲେ l ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା l ଚାରି ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା ବେଳେ ମହାଶିବରାତ୍ରି ଦିନ ଲଡ଼ୁକେଶ ମହାଦେବଙ୍କର ପ୍ରାଣ ପ୍ରତିଷ୍ଠା କରାଯାଇ ଭକ୍ତଙ୍କୁ ଦର୍ଶନ ଦେବେ ଲଡୁକେଶ ମହାଦେବ।