
ଜାଗର ପାଇଁ ଶୈବ ପୀଠ ଚଳ ଚଞ୍ଚଳ
କାକଟପୁର ତା୨୪/୦୨/୨୦୨୫- ( ତୁଷାର ଦୀକ୍ଷିତ ) ଜାଗର ପାଇଁ ଶୈବ ପୀଠ ଚଳ ଚଞ୍ଚଳ କେଉଁଠି ହେଉଛି ହରିନାମ ତ ପୁଣି କେଉଁଠି ବିଶ୍ଵଶାନ୍ତି ମହାଯଜ୍ଞ, ପୁରୀ ଜିଲ୍ଲା ର ପ୍ରାୟ ପ୍ରାଚୀ ନଦୀ ଅବବାହିକl ରେ ଅଷ୍ଟଶମ୍ଭୁ ଙ୍କ ମନ୍ଦିର ରହିଅଛି, ରାତି ପାହିଲେ ଜାଗର କେଉଁଠି ସେବାୟତ ମାନଙ୍କ ଦ୍ୱାରା ମନ୍ଦିର କୁ ସାଜ ସଜା କରଯାଇ ଆଲୋକୀକରଣ ହେଉଛି ତ କେଉଁଠି ହରିନାମ ସଂକୀର୍ତନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ଉପନିତ ହେଲାଣି, ପୁଣି କେଉଁଠି ବିଶ୍ୱ କୈଲ୍ୟାଣ ନିମନ୍ତେ ଆରମ୍ଭ ହୋଇଛି ବିଶ୍ୱ ଶାନ୍ତି ଯଜ୍ଞ ଏଥିରୁ ବାଦ ପଡିନି ଅସ୍ତରଙ୍ଗ। ବ୍ଲକ ଜିଉନ୍ତି ଗ୍ରାମ ର ଆରାଧ୍ୟ ଦେବତା ପ୍ରଭୁ ଈଶ୍ୱରନାଥ ଙ୍କ ଜାଗର ଯାତ୍ରା ଅବସରରେ ମନ୍ଦିର ପରିସର ରେ ୩୪ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି। ଏହା ଚାରି ଦିନ ଧରି ଚାଲି ମହା ଶିବ ରାତ୍ରୀ ବା ଜାଗର ଯାତ୍ରା ଦିନ ଶେଷ ହେବ। ରବିବାର ଦିନ ଶାଳା ସଂସ୍କାର, ଜଳ ଆହରଣ, ଅଙ୍କୁରାରୋପଣ, ଶୁଭାଧିବାସ କର୍ମ କରା ଯାଇଥିବାବେଳେ ସୋମବାର ରୁଦ୍ରାଭିଷେକ, ସପ୍ତସତୀ ଚଣ୍ଡୀପାଠ କରାଯାଇ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି। ଜିଉନ୍ତି ଗ୍ରାମ ର ଗୋପବନ୍ଧୁ ଯୁବ ସାମାଜିକ ସଂଗଠନ ପକ୍ଷରୁ ବିଶ୍ଵଶାନ୍ତି ମହାଯଜ୍ଞ ର ପରିଚାଳନା କରାଯାଉଥିବା ବେଳେ ଚଳିତ ବର୍ଷ କର୍ତ୍ତା ଭାବେ ଦେବେନ୍ଦ୍ର ଦାଶ ଓ କର୍ତ୍ତି ଭାବେ ମଞ୍ଜୁଲତା ଦାଶ କାର୍ଯ୍ୟ କରୁଛନ୍ତି। ପଣ୍ଡିତ ଅମୂଲ୍ୟ କୁମାର କର ଙ୍କ ଦ୍ଵାରା ସମସ୍ତ ପୂଜା ନୀତି ଓ ଯଜ୍ଞ କାର୍ଯ୍ୟ କରା ଯାଉଥିବାବେଳେ ଗ୍ରାମବାସୀ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି।
ଠିକ ଅବିକଳ ଭାବରେ କାକଟପୁର – ଅସ୍ତରଙ୍ଗ ମୁଖ୍ୟ ରାସ୍ତାରେ ଥିବା ପ୍ରଭୁ ସ୍ୱମେଶ୍ୱର ମନ୍ଦିରରେ ସେବକ ସମିତି ତରଫରୁ ଜାଗର ଯାତ୍ରାରେ ନାମ ସଂକୀର୍ତନ ସହିତ ହରିହାଟ ରେ ଦିନରେ ଓ ମହାଦୀପ ଉଠିଲା ପରେ ପ୍ରାୟ ତିନି ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରଯାଇଛି ବୋଲି ସେବକ ସମିତି ସଭାପତି ମନୋରଞ୍ଜନ ପଣ୍ଡା, ଉପସଭାପତି କମଳ ଲୋଚନ ଦୀକ୍ଷିତ, ସମ୍ପାଦକ ପବିତ୍ର କୁମାର ଦୀକ୍ଷିତ, ହିମାଂଶୁ ଭୂଷଣ ଦୀକ୍ଷିତ, ପ୍ରଦୀପ୍ତ କୁମାର ଦୀକ୍ଷିତ, ଅଶୋକ କୁମାର ଦୀକ୍ଷିତ, ସନ୍ତୋଷ କୁମାର ଦୀକ୍ଷିତ, ମଙ୍ଗଳ ପ୍ରସାଦ ପଣ୍ଡା, ସୁକାନ୍ତ କୁମାର ଦାସ, ବିଭୁତି ଭୂଷଣ ପଣ୍ଡା, ହରିହର ଦୀକ୍ଷିତ, କରୁଣା କର ସେନାପତି, ଶିବ ପ୍ରସାଦ ପାତ୍ର, ପୁରେନ୍ଦ୍ର ନାୟକ, ରାଜେନ୍ଦ୍ର ମଲ୍ଲିକ ପ୍ରମୁଖ ଏହି ଏହି ଆଧାତ୍ମିକ କାର୍ଯ୍ୟ ରେ ସହଯୋଗ ହାତ ବଢାଇବା ସହିତ ସମ୍ପୂର୍ଣ କରିବାକୁ ଆଗେଇ ଆସିଛନ୍ତି, ଜାଗର ଯାତ୍ରା ପାଇଁ ପ୍ରଭୁ ସୋମେଶ୍ୱର ପୀଠ ଓ ଇଶ୍ୱର ନାଥ ପୀଠ ରେ ମାନସିକ ଧାରୀ ଭକ୍ତ ମାନଙ୍କର ଗହଳି ଦେଖା ଯାଉଛି।