
ବାଙ୍ଗୁରିଗାଁ ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ପୁରସ୍କାର ଉତ୍ସବ ପାଳିତ
କାକଟପୁର ୦୩/୦୩ : କାକଟପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗୁରୀଗାଁ ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟ ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି ।ସ୍କୁଲରେ ପିଲାମାନେ ନିଜର ପାଠ ପଢ଼ା ସହିତ ଅନ୍ତର୍ନିହିତ ଗୁଣକୁ କିପରି ବିକଶିତ କରିପାରିବେ ସେଥି ନିମନ୍ତେ ବିଦ୍ୟାଳୟ ରେ ବିଭିନ୍ନ ପ୍ରକାର ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା କରାଇ ସେମାନଙ୍କୁ ଜିଲ୍ଲା , ରାଜ୍ୟ ଓ ଦେଶ ସ୍ତରରେ ନାମିତ କରିବାରେ ଏହା ବିଦ୍ୟାଳୟ ର ଛୋଟ ପ୍ରୟାସ ବୋଲି ଆଜିର ଉତ୍ସବର ସଭାପତି ପ୍ରଧାନ ଶିକ୍ଷକ ସlନ୍ତୁନୁ କୁମାର ମିଶ୍ର ମତ ପୋଷଣ କରିଥିଲେ । ଉତ୍ସବର ଅନ୍ୟତମ ଆକର୍ଷଣ ସମ୍ମାନିତ ଅତିଥି ଜଳେଶ୍ଵର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଗୁଣନିଧି ଜେନା ଓ ତାଙ୍କ ମତୃଦେଵୀ ପୂର୍ବତନ ସରପଂଚ କାଞ୍ଚନ ବାଳା ଦେଇ ପିଲାମାନଙ୍କ ନିମନ୍ତେ ବିଦ୍ୟାଳୟ ରେ ଆନୁସାଙ୍ଗିକ ସାମଗ୍ରୀ ପାଇଁ ଏକ ଲକ୍ଷ୍ୟ ଟଙ୍କା ସ୍କୁଲକୁ ଦାନ କରିଥିଲେ।ଏଥିରେ ପିଲାମାନଙ୍କ ନିମନ୍ତେ କମ୍ପ୍ୟୁଟର କିଣାଯାଇ ଉର୍ନତ ମାନର ଶିକ୍ଷା ପ୍ରଦାନ କରାଯିବ ବୋଲି ପ୍ରଧାନ ଶିକ୍ଷକ ସର୍ବ ସମ୍ମୁଖରେ ପ୍ରକାଶ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ସାନ୍ତୁନୁ କୁମାର ପରିଡ଼ା, ଭୋଳାନାଥ ରାଉତ, ସଲ୍ୟନ୍ କୁମାର ପାତ୍ର,ସାଧୁ ଚରଣ ସାହୁ, ପ୍ରଫୁଲ୍ଲ କୁମାର ସାହୁ, ଭଗବାନ ସାହୁ ପ୍ରମୁଖ ଶିକ୍ଷାବିତ୍ ଗଣ ଯୋଗଦେଇ କୃତୀ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ବିଭିନ୍ନ ବିଭାଗରେ ଅଗ୍ରଣୀ ପିଲାମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଏହି ଉତ୍ସବ କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ସ୍କୁଲ ର କର୍ମଚାରୀ ଓ ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ,