
କାକଟପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ମାନ ରଖିଲେ ରାଜଲକ୍ଷ୍ମୀ
କାକଟପୁର ତା 20/05, କାକଟପୁର ଅଞ୍ଚଳର ସର୍ବପୁରାତନ ହାଇସ୍କୁଲ ର ମେଟ୍ରିକ ଫଳାଫଳ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛି l 1945 ମସିହାରୁ ଗଢିଉଠିଥିବା କାକଟପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ମୋଟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ 18 ଜଣ ଏ ଟୁ ପାଇଥିବା ବେଳେ କାକଟପୁର ସେବକ ସାହିର ମେଧାବୀ ଛାତ୍ରୀ ରାଜଲକ୍ଷ୍ମୀ ଦୀକ୍ଷିତ ଏ ୱାନ ଗ୍ରେଡ଼ ରେ 561 ନମ୍ବର ରଖି କାକଟପୁର ବ୍ଲକରେ ଚତୁର୍ଥ ସ୍ଥାନ ଅଧିକାର କରିଥିବାବେଳେ କାକଟପୁର ହାଇସ୍କୁଲର ମାନ ରଖିବାରେ ସହାୟକ ହୋଇଛନ୍ତି l ଏଥିପାଇଁ ସେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ଶ୍ରେୟ ଦେଇଛନ୍ତି l ରାଜଲକ୍ଷ୍ମୀଙ୍କ ବାପା ଅଭିରାମ ଦୀକ୍ଷିତ ଜଣେ କାର୍ଯ୍ୟରତ ଫାର୍ମାସିଷ୍ଟ ହୋଇଥିବାବେଳେ ଝିଅର କୃତିତ୍ୱ ପାଇଁ ସେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ଆମ ପ୍ରତିନିଧି ରାଜଲକ୍ଷ୍ମୀଙ୍କୁ ପଚାରିବାରେ ସେ ଆଗକୁ ପ୍ରଶାସନିକ ସେବାରେ ନିଜକୁ ନିୟୋଜିତ କରିବେ ବୋଲି ସେ ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି l