
ନୟାହାଟ ଉଚ୍ଚବିଦ୍ୟାଳୟର ୧୯୯୫ ମସିହା ଛାତ୍ରଛାତ୍ରୀ ଙ୍କ ବନ୍ଧୁ ମିଳନ
କାକଟପୁର, ୯/୧ (ତୁଷାର ଦୀକ୍ଷିତ) : ସ୍କୁଲରେ ବିତିଛି ଦଶବର୍ଷ । ଏହାପରେ ସମସ୍ତେ ନିଜ ନିଜ ଲକ୍ଷ୍ୟପଥରେ ପହଞ୍ଚିବା ଲକ୍ଷ ରେ ବ୍ୟସ୍ତ । ଦୀର୍ଘ ୨୯ ବର୍ଷ ପରେ ଆଜି ସମସ୍ତେ ସମାଜରେ ପ୍ରତିଷ୍ଠିତ । ଆଜି ଆଉ ସାରଙ୍କର ସେ ବେତମାଡ଼କୁ ଭୟ ନାଇଁ, ଏନସିସି ପାରେଡ କୁ ମଧ୍ୟ ଭୟ ନାଇଁ । ଆଜି ସମୟ ଆସିଛି ସେଇ ଗୁରୁମାନଙ୍କୁ ମନେ ପକେଇବା ପାଇଁ, ସେଇ ସାଧୁ ସାଙ୍ଗ ମାନଙ୍କୁ ମନେ ପକେଇ ଯେଉଁ ସାଙ୍ଗମାନଙ୍କ ସହ ପାଠ ପଢ଼ାରେ ପ୍ରତିଦ୍ଵନ୍ଦିତା କରୁଥିଲେ ଯାହା ସହ ଶ୍ରେଣୀଗୃହରେ ଆଗରେ ବସିବା ପାଇଁ ଝଗଡା କରୁଥିଲେ । ଏ ସବୁକୁ ମନେ ପକାଇ ନୟାହାଟ ସରକାରୀ ଉଚ୍ଚବିଦ୍ୟାଳୟର ୧୯୯୫ ମସିହା ଛାତ୍ରଛାତ୍ରୀ ମାନେ କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା ଠାରେ ଏକ ବନ୍ଧୁମିଳନର ଆୟୋଜନ କରିଥିଲେ । ଏହି ବନ୍ଧୁମିଳନରେ ୧୯୯୫ ମସିହା ରେ ପଢୁଥିବା ସମସ୍ତ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଏହି ବନ୍ଧୁ ମିଳନରେ ପୁରାତନ ଛାତ୍ରମାନଙ୍କ ମଧ୍ୟରେ ବାସୁଦେବ ସାହୁ, ଦୀପକ ପାଲ, ମାନସ ସାମଲ ପ୍ରମୁଖ ପୂର୍ଣ୍ଣ ସହଯୋଗ କରି ବନ୍ଧୁମିଳନକୁ ସାଫଲ୍ୟ ମଣ୍ଡିତ କରିଥିଲେ ।