
କିଷାନ ନୋଡାଲରେ “ମାଆ ପାଇଁ ଗଛଟିଏ” ।
କଣାସ:ତା୨୭/୭/୨୦୨୪ ପୁରୀ ଶିକ୍ଷା ସପ୍ତାହର ଷଷ୍ଠ ଦିବସରେ କଣାସ ବ୍ଲକ୍ ଅନ୍ତର୍ଗତ କିଷାନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୟୁଥ୍ ଆଣ୍ଡ ଇକୋ କ୍ଲବର ସହାୟତାରେ “ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଦିବସ ଉପଲକ୍ଷେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ,ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଏକ ଶୋଭାଯାତ୍ରାର ଆୟୋଜନ କରିଥିଲେ। ପିଲାମାନେ ନିଜ ମା’ଙ୍କ ପାଇଁ ଗଛଟିଏ ଲଗାଇବା ପାଇଁ ସ୍ଲୋଗାନ ଦେଇଥିଲେ। ଏହି ଦିବସରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପଇଁଚାଳିଶି ଜଣ ମା’ମାନଙ୍କୁ ଚାରା ବଣ୍ଟନ କରାଯାଇଥିଲା।ଚାରା ଗୁଡିକୁ ବିଦ୍ୟାଳୟରେ, ଘରେ ଓ ଖୋଲା ସ୍ଥାନରେ ଲଗାଇବା ପାଇଁ ପରାମର୍ଶ ଦିଆଯାଇଥିଲା। ଦିବସର ସ୍ମୃତିରେ ବିଦ୍ୟାଳୟ ପରିସରରେ ଆମ୍ବ, ପିଜୁଳି,ଅଁଳା ଆଦି ବୃକ୍ଷ ରୋପଣ କରାଯାଇଥିଲା। ପ୍ରକାଶଥାଉକି ଏହି ବିଦ୍ୟାଳୟରେ “ଶିକ୍ଷା ସପ୍ତାହ”ର ପ୍ରଥମ ଦିବସରେ ଟି.ଏଲ୍.ଏମ୍ ପ୍ରସ୍ତୁତି ଓ ଦ୍ବିତୀୟ ଦିବସରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ଆଦର୍ଶ ଶିକ୍ଷଣ କାର୍ଯ୍ୟ,ଶିଶୁ ପତ୍ରିକା ପ୍ରଦର୍ଶନୀ ହୋଇଥିବା ବେଳେ ତୃତୀୟ ଦିବସରେ ପାରମ୍ପରିକ ଖେଳ ପୁଚି,ବୋହୁଚୋରି,ଜାଦୁ ପେଡ଼ି ପ୍ରଦର୍ଶିତ ହୋଇଥିଲା। ଚତୁର୍ଥ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ, ସଂଗୀତ ବିଭିନ୍ନ ପ୍ରକାର ପରିଧାନ, ଖାଦ୍ୟ, ସ୍ଥାନୀୟ ଚିତ୍ରକଳା ଓ ସ୍ଥାପତ୍ୟ ଆଦିର ପ୍ରଦଶିତ ହୋଇଥିଲା। ପଞ୍ଚମ ଦିବସରେ ଦକ୍ଷତା ଓ ଡିଜିଟାଲ ଉପରେ ଆଲୋଚନା ହୋଇଥିଲା। ସପ୍ତମ ଦିବସରେ ସମ୍ପ୍ରଦାୟ ଯୋଗଦାନ ଦିବସ ପାଳନ ହେବା ପାଇଁ ସ୍ଥିର କରାଯାଇଛି।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମଙ୍ଗରାଜ, ଶିକ୍ଷକ ସିଦ୍ଧେଶ୍ୱର ବେହେରା ଶିକ୍ଷୟିତ୍ରୀ ଚାରୁଲତା ଦେଈ ଓ ମମତା ମୁର୍ମୁ ସକ୍ରିୟ ଅଂଶଗ୍ରହଣ କରିଥିଲେ।