
ଗୋୱବେଲ ଅଲିମ୍ପିୟାଡ଼ ରେ ଛାତ୍ରୀ ଇଶାନୀ ଙ୍କ କମାଲ
କାକଟପୁର- ତା ୩୧/୭,- (ତୁଷାର ଦୀକ୍ଷିତ ) ପୁରୀଜିଲ୍ଲା କାକଟପୁର ସ୍ଥିତ ଯାହାନ ପବ୍ଲିକ ସ୍କୁଲର ଷ୍ଟାଣ୍ଡାର୍ଡ ଥ୍ରୀର ଛାତ୍ରୀ ଇଶାନୀ ଅପରୂପା ଦୀକ୍ଷିତ ଗୋୱବେଲ ଅଲିମ୍ପିୟାଡ଼ ରେ ୨ଟି ରୌପ୍ୟ ଏବଂ ୧ଟି ସ୍ୱର୍ଣ୍ଣ ପଦକ ଆଣି ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛନ୍ତି l କାକଟପୁର ର ବିଶିଷ୍ଟ ଶିକ୍ଷାବିତ ଯମେଶ୍ୱର ଦୀକ୍ଷିତଙ୍କ ନାତୁଣୀ ତଥା ଅଞ୍ଚଳର ଜଣାଶୁଣା ବ୍ୟବସାୟୀ ଡ଼ଃ ସଲିଳ ରଞ୍ଜନ ଦୀକ୍ଷିତ ଏବଂ ତପସ୍ୱିନୀ ପଣ୍ଡାଙ୍କ ଏକମାତ୍ର କନ୍ୟା ଇଶାନୀ ଅପରୂପା ଗଣିତ, ବିଜ୍ଞାନ, ସାମାଜିକ ଜ୍ଞାନ ଓ ଚିତ୍ରାଙ୍କନ ଆଦି ବିଷୟରେ ଉପରୋକ୍ତ ସଫଳତା ପାଇଥିବା ବେଳେ ସେ ଏଥିପାଇଁ ସ୍କୁଲ ର ଶିକ୍ଷକ, ଶିକ୍ଷୟତ୍ରୀ ଓ ନିଜର ଅଭିଭାବକ ମାନଙ୍କର ପ୍ରେରଣା ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି l ମେଧାବୀ ଛାତ୍ରୀ ଇଶାନୀଙ୍କ ଏହି କୃତିତ୍ୱ ପାଇଁ ସମଗ୍ର ଅଞ୍ଚଳ ରୁ ତାଙ୍କୁ ଶୁଭେଚ୍ଛା ର ସୁଅ ଛୁଟିଛି l