
ବ୍ଲେସେଡ୍ ସାକ୍ରାମେଣ୍ଟ ହାଇସ୍କୁଲର ବିଶ୍ଵ ଶାନ୍ତି ସଚେତନତା ଅଭିଯାନ ll
ପୁରୀ ତା ୨୧-୦୯-୨୦୨୪ ରିଖ,
ରିପୋର୍ଟ୍: ସିଂହାରୀ ଆଲୋକ ଖୁଣ୍ଟିଆ
ବିଶ୍ଵ ଶାନ୍ତି ଦିବସରେ ଭିଆଇପି ରୋଡ ସ୍ଥିତ ବ୍ଲେସେଡ୍ ସାକ୍ରାମେଣ୍ଟ ହାଇସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଗଣ ବିଶ୍ଵ ଶାନ୍ତି ଉଦ୍ଦେଶ୍ୟରେ ସଚେତନତା ବାର୍ତ୍ତା ଦେବା ଲାଗି ଏକ ଅଭିଯାନ ଆୟୋଜନ କରିଥିଲେ l ସାମ୍ପ୍ରତିକ ପରିସ୍ଥିତିରେ ଯୁଦ୍ଧାଭିମୁଖୀ ବିକଶିତ ରାଷ୍ଟ୍ରଗୁଡିକ ଯେପରି ଭାବରେ ପୃଥିବୀରେ ଧ୍ଵଂସ ଆତଙ୍କ ଓ ଅସ୍ଥିର ପରିସ୍ଥିତି ସୃଷ୍ଟି କରି ଚାଲିଛନ୍ତି ତାହା ବିରୁଦ୍ଧରେ ଏକ ଶାନ୍ତିପ୍ରଦ ପଦକ୍ଷେପ ହେଉଛି ବିଦ୍ୟାଳୟର ଏହି ଅଭିଯାନ l ଯୁଦ୍ଧ କେବଳ ମୃତ୍ୟୁ କିମ୍ବା ଧ୍ଵଂସ ଆଣେ ନାହିଁ ଏହା ସାଧାରଣ ମଣିଷର ମୌଳିକ ଅଧିକାରକୁ ମଧ୍ୟ ନଷ୍ଟ କରିଥାଏ l ପୃଥିବୀର ହଜାର ହଜାର ନିରୀହ ନିଷ୍ପାପ ଅନାଥ ଶିଶୁ ଓ ଯୁଦ୍ଧରେ ସବୁକିଛି ହରାଇଥିବା ଅସହାୟ ମଣିଷମାନଙ୍କ ଲାଗି ସମବେଦନା ଜଣାଇବା ସହିତ ଏକ ଶାନ୍ତ ସୁନ୍ଦର ଓ ସୁସ୍ଥ ପୃଥିବୀ ମାନବଜାତି ଲାଗି କେତେ ଜରୁରୀ ସେହି ସଚେତନତା ବାଣ୍ଟିବା ଲାଗି ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କର ଏହି ଏକାଗ୍ର ପ୍ରଚେଷ୍ଟା ପ୍ରଶଂସନୀୟ l ବିଦ୍ୟାଳୟର ଅଧ୍ୟକ୍ଷା ସିଷ୍ଟର ମେରୀ ଜର୍ଜ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ନିଜ ନିଜର ଦସ୍ତଖତ ସମ୍ବଳିତ ” ଆମେ ଶାନ୍ତି ଚାହୁଁ ଏବଂ ବିଶ୍ଵରେ ଜାତି ଧର୍ମ ବର୍ଣ୍ଣ ଓ ପ୍ରାନ୍ତ ନିର୍ବିଶେଷରେ ସଭିଏଁ ଶାନ୍ତିରେ ବଞ୍ଚନ୍ତୁ ” ଏକ ବଡ ବ୍ୟାନର ଜାତିସଂଘର ଶାନ୍ତି କମିଟି ପାଖକୁ ପଠାଯିବାର ସୂଚନା ପ୍ରଦାନ କରିଥିଲେ l ବିଦ୍ୟାଳୟର ଏହି ସାମାନ୍ୟତମ ପ୍ରଚେଷ୍ଟା ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଶାନ୍ତିର ଆଲୋକ ପ୍ରଜ୍ବଳିତ କରି ରଖିବ ବୋଲି ବିଶ୍ଵାସ l