
ଓଡିଶା ଆଦର୍ଶ ବିଦ୍ୟାଳୟ ପରୀକ୍ଷା ରେ ବ୍ଲକ ଟପର ହେଲେ ରଜତରାଜ।
କାକଟପୁର ତା ୨୦/୦୨, ( ତୁଷାର ଦୀକ୍ଷିତ ) ପୁରୀଜିଲ୍ଲା କାକଟପୁର ବ୍ଲକ ଅଧିନସ୍ଥ ଅଶିଜଙ୍ଗା ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ର ଛାତ୍ର ରଜତରାଜ ବେହେରା ଓଡିଶା ଆଦର୍ଶ ବିଦ୍ୟାଳୟ ଷଷ୍ଠ ଶ୍ରେଣୀ ନିମନ୍ତେ ପରୀକ୍ଷାରେ ସର୍ବାଧିକ ୫୨ ନମ୍ବର ରଖି କାକଟପୁର ବ୍ଲକରେ ଟପର ହୋଇଛନ୍ତି l ରଜତ ଅସିଜଙ୍ଗା ଗ୍ରାମର ସ୍ୱର୍ଗତ ମାଧବାନନ୍ଦ ବେହେରା( ରାଜ୍ୟପାଳ ପୁରସ୍କୃତ ଶିକ୍ଷକ) ଙ୍କ ନାତି ଅଟନ୍ତି। ଏହି କୃତକାର୍ଯ୍ୟ ପାଇଁ ସେ ପ୍ରଥମେ ତାଙ୍କର ଗାଇଡ ଶିକ୍ଷୟତ୍ରୀ ମଧୁସ୍ମିତା , ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ , ଜେଜେମା ଓ ପିତା ମାତାଙ୍କୁ ଶ୍ରେୟ ଦେଉଥିବା ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ତାଙ୍କର କୃତକାର୍ଯ୍ୟ ପାଇଁ ବିଭିନ୍ନ ମହଲ ରୁ ପ୍ରଶଂସା ର ସୁଅ ଛୁଟୁଥିବା ବେଳେ ସହପାଠୀ ତଥା ବନ୍ଧୁ ବାନ୍ଧବ ମନରେ ଆନ୍ଦର ର ଲହରୀ ଖେଳି ଯାଇଛି, ବନ୍ଧୁ ବାନ୍ଧବଙ୍କର ଆଶା ପୁଅ ନିଶ୍ଚୟ ଅଜା ଙ୍କର ନାଁ ରଖିବା ସହିତ ବଂଶ ପରମ୍ପରା ର ନାଁ ରଖିବ ବୋଲି ପିଉସା ଓ ପିଉସୀ ମାନେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି