
ଅର୍ଥ ସାଜିଛି ବାଧକ ରକ୍ତ କର୍କଟ ରୋଗରେ ପୀଡିତ ନିଷ୍ପାପ ଶିଶୁ
ପରିବାର ଙ୍କ ଆକୁଳ ନିବେଦନ କଥା ରେ ଅଛି ଦଇବ ଯେତେ ବେଳେ ଦାଉ ସାଜିବ ସାହାର୍ଯ୍ୟ କରିବ କିଏ, ସଂସାର ରେ ଅନେକ ରୋଗ ଅଛି କିନ୍ତୁ ଯେତେ ବେଳେ ଗୋଟେ ରୋଗୀ କିମ୍ବା ତା ପରିବାର ଜାଣେ ରୋଗୀ କୁ କର୍କଟ ରୋଗ ହେଇଛି ସେହି ସମୟ ରେ କେଉଁଭଳି ପରିସ୍ଥିତି ସୃଷ୍ଟି ହୁଏ ତାହା , ଠିକ ସେହିଭଳି ଏକ ଦୁଃଖ ଦାୟକ ଘଟଣା ଘଟିଛି କାକଟପୁର ଦହିଖିଆ ଗ୍ରାମ ର ଦିନ ମଜୁରିଆ ସମ୍ପଦ ସେଠୀ , ତାଙ୍କ ର ଏକମାତ୍ର ବାରବର୍ଷ ର ପୁଅ ସୋନୁ ସେଠୀ ଯିଏ ବର୍ତମାନ ଭୁବନେଶ୍ୱର ସମ୍ ହସ୍ପିଟାଲ ରେ ରକ୍ତକର୍କଟ ରୋଗ ରେ ପୀଡିତ, ପନ୍ଦର ଦିନ ଧରି ତାର ବାପା ମା ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଧାରକରଜ କରି ଭୁବନେଶ୍ୱର ମେଡିକାଲ ରେ ସୋନୁ ଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ କରି ସାରିଲେଣି , କିନ୍ତୁ ଏହି ପଇସା ସମୁଦ୍ର କୁ ଶଙ୍ଖେ ସଦୃଶ , ଡାକ୍ତର ଙ୍କ କହିବା ଅନୁଯାୟୀ ଏହି କୁନି ପୁଅ ର ଚିକିତ୍ସା ପାଇଁ ଆବଶ୍ୟକ ପଚାଶଲକ୍ଷ୍ୟ ଟଙ୍କା, ଯାହା ଏକ ବୋଝ ଉପରେ ଲଳିତା ବିଡା ସାଜିଛି ଏହି ଦିନ ମଜୁରିଆ ସମ୍ପଦ ଙ୍କ ପାଇଁ ସରକାରୀ ସହାୟତା ଅପହଞ୍ଚ ପରିବାର ପାଖରେ ଅର୍ଥ ଏତେ ନାହିଁ ଯେ ସୋନୁ ଙ୍କ ଚିକିତ୍ସା ସମ୍ଭବ ହୋଇପାରିବ, ସେଥିପାଇଁ ଆଜି ସୋନୁ ଙ୍କ ସାଙ୍ଗ ସାଥି ମାନେ ଏକତ୍ରିତ ହେଇ କାକଟପୁର ମୁଖ୍ୟ ରାସ୍ତା ରେ ଡବା ଧରି ସୋନୁ ଙ୍କ ଚିକିତ୍ସା ପାଇଁ ବାଟରେ ଯାଉଥିବା ବାଟୋଇଙ୍କୁ ବିକଳ ଆକୁଳ ହୋଇ ସୋନୁଙ୍କ ପାଇଁ ସାହାର୍ଯ୍ୟ ମାଗୁଛନ୍ତି ସହାୟତା ଯିଏ ଯାହା ବି ଦେବ ତାକୁ ଏକତ୍ରିତ କରି ନିଜ ସାଥି ସୋନୁ ଙ୍କୁ ପଠାଉଛନ୍ତି,ସୋନୁ ଙ୍କ ସାଥି, ସହପାଠୀ ମାନେ ଦୁଆର ଦୁଆର ବୁଲୁଛନ୍ତି ସେପଟେ
କାନ୍ଦୁଛି ଏକ ଅସହାୟ ମା, କାନ୍ଦୁଛି ଦହିଖିଆ ଗ୍ରାମ ସହିତ ସାରା ଅଞ୍ଚଳ
ଏହାକୁ ଦୃଷ୍ଟି ରେ ରଖି କାକଟପୁର ଅଞ୍ଚଳ ର ଅନେକ ବୁଦ୍ଧିଜୀବୀ ମଧ୍ୟ ଆସିଛନ୍ତି ସୋନୁ ଙ୍କ ପାଇଁ ସାହାର୍ଯ୍ୟ ର ହାତ ବଢ଼ାଇବାକୁ,
ମାତ୍ର ବାର ବର୍ଷ ର ପୁଅ ସୋନୁ, ହସି ଖେଳି ସାଙ୍ଗ ସାଥି ଙ୍କ ମେଳ ରେ ଦିନ କାଟିବା ବୟସ, କିନ୍ତୁ କିଏ ଜାଣିଛି ଏମିତି ଗୋଟେ ଦିନ ଆସିବ ଆଜି ଜୀବନ ସହିତ ସଂଗ୍ରାମ କରିବାକୁ ପଡିବ ଏହି କୁନି ବୟସ ରେ, ବାପା ମା ଯେତେବେଳେ କୁନି ଶିଶୁ ପୁଅ କୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ କିନ୍ତୁ ଆଜି କଣ ସତରେ ସୋନୁ ଙ୍କ ପାଇଁ ଭଗବାନ କିଛି ବାଟ ଦେଖାଇବେ, କଣ ସେହି ଅଭାଗିନୀ ମା ତା ପୁଅ କୁ ଭଲ କରିପାରିବ, କିଏ ଦେବ ଏତେ ବଡ଼ ସହାୟତା, ଆଜି ଯେଉଁଠି ସୋନୁ ଙ୍କ ପାଇଁ ସବୁ ହାତ ବନ୍ଦ ରହିଛି ତାର କୁନି ସାଥି ମାନଙ୍କ ନିବେଦନ ରାଜ୍ୟ ସରକାର ଙ୍କ ସମେତ ବିଭିନ୍ନ ସେତ୍ସାସେବୀ ଅନୁଷ୍ଠାନ ଆଗେଇ ଆସିବେ ତାହେଲେ ସୋନୁ ତାର ଭବିଷ୍ୟତ ଦୁନିଆ ଦେଖି ପାରି