
ରକ୍ତଦାନ ଆନ୍ଦୋଳନ ର ସ୍ରୋତ କୁ ରାଜ୍ୟ ର ବିଭିନ୍ନ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ
ରାଜ୍ୟ ସ୍ବାସ୍ଥ୍ୟ ସେବା କ୍ଷେତ୍ର ରେ କାର୍ଯ୍ୟ କରୁଥିବା ଅଗ୍ରଣୀ ସେବା ଅନୁଷ୍ଠାନ ” ବ୍ଲଡ଼ ଡୋନର ଗ୍ରୁପ ” ର ମୁଖ୍ୟ ପରିଚାଳକ ପଦ୍ମ ଲୋଚନ ମହାପାତ୍ର ଆମ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଦେଇଥିବା ସୂଚନା ଅନୁଯାୟୀ କରୋନା ପରେପରେ ଡେଙ୍ଗୁ ଭଳି ମହାମାରୀ ର ବିଶେଷ ପ୍ରଭାବ ହେତୁ ବିଭିନ୍ନ ସରକାରୀ ଓ ବେସରକାରୀ ଚିକିତ୍ସାଳୟ ଗୁଡ଼ିକରେ ରୋଗୀ ମାନ ଙ୍କ ସଂଖ୍ୟା ବୃଦ୍ଧି ପାଉଛି। କ୍ରମାଗତ ଭାବେ ବୃଦ୍ଧି ପାଉଥିବା ରୋଗୀ ସଂଖ୍ୟା କୁ ଦୃଷ୍ଟି ରେ ରଖି ରାଜ୍ୟ ର ଏକମାତ୍ର ଅନୁଷ୍ଠାନ ଭାବେ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡ଼ିକ ରେ ରକ୍ତଦାତା ମାନ ଙ୍କ ମାଧ୍ୟମ ରେ ରକ୍ତ ଯୋଗାଇବା କ୍ଷେତ୍ର ରେ ଏହି ଗ୍ରୁପ ର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ l ଗ୍ରୁପ ଦ୍ଵାରା ପ୍ରାୟୋଜିତ ରକ୍ତଦାନ ଶିବିର ସାଧାରଣତଃ ପୁରୀ ଜିଲ୍ଲା ର ବିଭିନ୍ନ ଗ୍ରାମାଞ୍ଚଳ ଗୁଡ଼ିକ ରେ ଆୟୋଜନ କରାଯାଉଛି। ଏହି ଭଳି ନୂତନ ପ୍ରୟାସ ଯୁବ ପିଢ଼ି ମାନଙ୍କ ମନ ରେ ରକ୍ତଦାନ କୁ ନେଇ ଏକ ସଚେତନତା ସୃଷ୍ଟି କରିବା ସହ ସ୍ଵେଚ୍ଛାକୃତ ରକ୍ତଦାନ ପ୍ରତି ସେମାନଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଉଛି । ଉକ୍ତ ଶିବିର ଗୁଡ଼ିକ ମାଧ୍ୟମ ରେ ସଂଗୃହିତ ରକ୍ତ ଜିଲ୍ଲା ତଥା ରାଜ୍ୟ ମୁଖ୍ୟ ରକ୍ତଭଣ୍ଡାର ରେ ରକ୍ତ ର ଅଭାବ କୁ ଦୂର କରିବା ରେ ବିଶେଷ ସହାୟକ ହେଉଛି ।ଭବିଷ୍ୟତ ରେ ଗ୍ରୁପ ର କାର୍ଯ୍ୟପନ୍ଥା କୁ ନେଇ ସେ ରଖିଥିବା ମନ୍ତବ୍ୟ ରେ କହିଛନ୍ତି ଯେ ରକ୍ତଦାନ ଆନ୍ଦୋଳନ ର ଏହି ସ୍ରୋତ କୁ ଏକ ନିର୍ଦ୍ଧିଷ୍ଠ ଜିଲ୍ଲା ମଧ୍ୟ ରେ ସୀମିତ ନରଖି ରାଜ୍ୟ ର ବିଭିନ୍ନ ଗ୍ରାମାଞ୍ଚଳ କୁ ସମ୍ପ୍ରସାରଣ କରାଯିବା ସହିତ ଅଧିକ ରୁ ଅଧିକ ଶିବିର ଆୟୋଜନ କରାଯିବା ଉପରେ ଗୁରୁତ୍ଵ ଦିଆଯିବ।ଗ୍ରୁପ ର ଏହି ସଫଳତା ପାଇଁ ସେ ପରାମର୍ଶଦାତା ମଣ୍ଡଳୀ ର ସମ୍ମାନୀୟ ସଦସ୍ୟ ତଥା ଶିକ୍ଷାବିତ ସତ୍ୟବାଦୀ ଦାଶ,ସମାଜସେବୀ ନବଘନ ଶତପଥୀ, ପ୍ରତିଷ୍ଠାତା ସଦସ୍ୟ ସୁଶାନ୍ତ କୁମାର ରଥ , ମିଡିଆ ସଂଯୋଜକ ଆଲୋକ ଖୁଣ୍ଟିଆ , ବିଜୟ କୁମାର ମହାପାତ୍ର ,ସଂଯୋଜକ ନିହାର ରଞ୍ଜନ ସ୍ୱାଇଁ ଏବଂ ଗ୍ରାମାଞ୍ଚଳ ରେ ମହିଳା ମାନଙ୍କୁ ରକ୍ତଦାନ ପ୍ରତି ଉତ୍ସାହିତ କରୁଥିବା ସାମାଜିକ କର୍ମୀ ଟିକିନା ମିଶ୍ର ଙ୍କୁ ବିଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି ।