
ଯୁବ ସମାଜସେବୀ ଙ୍କୁ ସହିଦ୍ ରଜନୀକାନ୍ତ ସେବା ସମ୍ମାନ -୨୦୨୪
ତା.୩୦.୦୧.୨୦୨୪ (ମଙ୍ଗଳବାର)- ଆଜି ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ର ତିରୋଧାନ ଦିବସ ଅବସର ରେ ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର , କସର୍ଦl ,ନିଆଳି ଠାରେ ଗ୍ରାମୀଣ ମହୋତ୍ସବ ଏବଂ ତ୍ରି – ଦିବସୀୟ ଗାନ୍ଧୀ ସେବା ଶିବିର କର୍ମଶାଳା ଉଦଯାପିତ ହୋଇ ଯାଇଛି । ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ କୃଷିବିତ ପ୍ରମୋଦ କୁମାର ମଲ୍ଲିକ ସମ୍ମାନିତ ଅତିଥି ତଥା ବିଜେଡି ର ବରିଷ୍ଠ ନେତା ପ୍ରକାଶ ମହାନ୍ତି ,ବଳରାମ ପାତ୍ର ପ୍ରମୁଖ ଯୋଗଦାନ କରିଥିଲେ । ଅତିଥି ମାନେ ସାଂପ୍ରତିକ ସମୟ ରେ ଦେଶ ରେ ଗାନ୍ଧୀବାଦ ର ଆବଶ୍ୟକତା କୁ ନେଇ ନିଜର ଅଭିଭାଷଣ ରଖିଥିଲେ ।ଗ୍ରାମ ର ବିକାଶ ରେ ହିଁ ଦେଶ ର ବାସ୍ତବ ବିକାଶ ଲୁଚି ରହିଛି ଏ ସମ୍ପର୍କିତ ଏକ ଆଲୋଚନା ଚକ୍ର କାର୍ତ୍ତିକ ଚନ୍ଦ୍ର ଷଡଙ୍ଗୀ ଙ୍କ ର ଅଧ୍ୟକ୍ଷତା ରେ ଉପସ୍ଥାପିତ ହୋଇଥିଲା । ସଙ୍ଗଠନ ର ସଭାପତି ପ୍ରସନ୍ନ ପାତ୍ର , ସାଧାରଣ ସମ୍ପାଦକ ସୂର୍ଯ୍ୟକାନ୍ତ ମଲ୍ଲିକ ଏବଂ ସହ ନିର୍ଦ୍ଦେଶକ ଲଲାଟେନ୍ଦୁ ପାତ୍ର ପ୍ରମୁଖ ଶିବିର ରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନ ଙ୍କୁ ଗାନ୍ଧୀଜୀ ଙ୍କ ଆଦର୍ଶ କୁ ବାସ୍ତବ ରୂପ ଦେବା କୁ ହେଲେ ଗ୍ରାମାଞ୍ଚଳ ର ବିକାଶ କ୍ଷେତ୍ର ରେ କାର୍ଯ୍ୟ କରିବା ପାଇଁ ତାଲିମ ପ୍ରଦାନ କରିଥିଲେ ।ଆଗାମୀ ଦିନ ରେ ରାଜ୍ୟ ର ଯୁବକ ଯୁବତୀ ମାନ ଙ୍କୁ ସ୍ବାବଲମ୍ବୀ କରିବା କ୍ଷେତ୍ର ରେ ସଂଗଠନ ନିଜ ର ପ୍ରୟାସ ଜାରି ରଖିବ ବୋଲି ଉପସ୍ଥିତ କର୍ମକର୍ତ୍ତା ମାନେ ନିଜର ପ୍ରତିଶ୍ରୁତି ଉପସ୍ଥାପନ କରିଥିଲେ । ଏହି ଅବସର ରେ ରାଜ୍ୟ ରେ ସମାଜ ସେବା କ୍ଷେତ୍ର ରେ କାର୍ଯ୍ୟ କରୁଥିବା ଯୁବ ପ୍ରତିଭା ମାନ ଙ୍କୁ ସମ୍ମାନିତ କରାଯିବା ର କାର୍ଯ୍ୟକ୍ରମ ରହିଥିଲା । ସମାଜସେବା , ଶିକ୍ଷା ,ରକ୍ତଦାନ ଏବଂ ଭାରତୀୟ ସଂସ୍କୃତି ର ସୁରକ୍ଷା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରୀ ଜିଲ୍ଲା ପିପିଲି ସୁବୁଦ୍ଧିପଡ଼ା ଗ୍ରାମ ର ଯୁବ ସମାଜସେବୀ ପଦ୍ମ ଲୋଚନ ମହାପାତ୍ର ଙ୍କୁ ଅତିଥି ମାନେ ” ସହିଦ୍ ରଜନୀକାନ୍ତ ସେବା ସମ୍ମାନ ୨୦୨୪ ” ରେ ସମ୍ମାନିତ କରିଥିଲେ । ଅନ୍ତିମ ପର୍ଯ୍ୟାୟ ରେ ଛାତ୍ରଛାତ୍ରୀ ମାନ ଙ୍କ ଦ୍ଵାରା ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।ଶିବିର ର ସୁପରିଚାଳନା ଅନୁଷ୍ଠାନ ର ଅଧକ୍ଷ ତଥା ଯୋଗ ପ୍ରଶିକ୍ଷକ ସନ୍ତୋଷ କୁମାର ମାଝୀ କରିବା ସହ ନିଜ ର ଉଦଯାପନୀ ଅଭିଭାଷଣ ରଖିଥିଲେ ।