
ଜାହାନିଆ ସମୁଦ୍ରରେ ନିଖୋଜ ଯୁବକ ଙ୍କ ଶବ ଉଦ୍ଧାର
କାକଟପୁର ତା 24/01,ସୋମବାର ଜଗତସିଂହପୁର ଜିଲ୍ଲା ଅଣସଦା ପଞ୍ଚାୟତ ପଣସପଦା ଗ୍ରାମର ୩ ଜଣ ଯୁବକ ନାସିର ଆଲାମ (୨୦ ), ଶେଖ ଅମଜାଦ ଅଲ୍ଲୀ (୨୬) ଓ ସାକିର ଖାଁ (୧୮) ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳର ଜାହାନିଆ ବେଳାଭୂମିକୁ ବୁଲିବାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ନାସିର ଆଲାମ ଓ ଅମଜାଦ ଅଲ୍ଲୀ ସମୁଦ୍ରରେ ଗାଧୋଉଥିବାବେଳେ ଗଭୀର ସ୍ରୋତରେ ଭାସିଯାଇଥିଲେ l ଖବର ପାଇ ଘଟଣାସ୍ଥଳରେ ଅସ୍ତରଙ୍ଗ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସ୍ଥାନୀୟ ଯୁବକଙ୍କ ସହାୟତାରେ ଅମଜାଦ ଅଲ୍ଲୀ ଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଅସ୍ତରଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ lଡାକ୍ତର ତାକୁ ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ l କିନ୍ତୁ ଚାରିଛକ ସ୍ଵାସ୍ଥ୍ୟ କେନ୍ଦ୍ର ର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଅନ୍ୟ ଜଣେ ଯୁବକ ସାକିର ଖାଁ ନିଖୋଜ ହୋଇ ଯାଇଥିଲେ l ମଙ୍ଗଳାବାର ଅସ୍ତରଙ୍ଗ ଅଗ୍ନିଶମ ବାହିନୀ ଘଟଣା ସ୍ଥଳକୁ ତନ୍ନତନ୍ନ କରି ଖୋଜିବା ରେ ଦିନ ପ୍ରାୟ ୧ଟା ସମୟ ରେ ନିଖୋଜ ସାକିର ଙ୍କ ଶବ କୁ ସମୁଦ୍ର ଭିତରୁ ଉଦ୍ଧାର କରି ଅସ୍ତରଙ୍ଗ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ। ଖବରପାଇ ଅସ୍ତରଙ୍ଗ ଥାନା ପୋଲିସ
ଉଦ୍ଧାର ମୃତଦେହ କୁ ବ୍ୟବଚ୍ଛେଦ ପାଇଁ ଚାରିଛକ ପଠାଇଛନ୍ତି।ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାରୁ ପ୍ରତିଦିନ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ପର୍ଯ୍ୟଟକ ଅସ୍ତରଙ୍ଗର ଜାହାନିଆ ବେଳାଭୂମି କୁ ବୁଲିବାକୁ, ବଣଭୋଜି କରିବାକୁ, ସମୁଦ୍ର ସ୍ନାନ କରିବାକୁ ଆସୁଛନ୍ତି l କିନ୍ତୁ ସମୁଦ୍ର କୂଳରେ କୌଣସି ଲାଇଫ ଗାର୍ଡ ମୁତୟନ କରାଯାଇନଥିବାରୁ ପ୍ରତିବର୍ଷ ଏଭଳି ଅଘଟଣ ଘଟୁଛି। ତୁରନ୍ତ ଜାହାନିଆଁ ବେଳାଭୁମି ଠାରେ ଲାଇଫ ଗାର୍ଡ ମୁତୟନ କରାଯିବାକୁ ସାଧାରଣରେ ଦାବି ହେଉଛି