
ପଞ୍ଚାୟତ ସମିତି ଙ୍କ ମହାନତା
ନିଜ ଗାଁ ସ୍ମଶାନ କୁ ଦାନ କଲେ ସୋଲାର ଲାଇଟ
କାକଟପୁର ଆଜି କାକଟପୁର ପଞ୍ଚାୟତ ସମିତି ସଦସ୍ୟ ସମରେନ୍ଦ୍ର ଦୀକ୍ଷିତ ତାଙ୍କ honourarium ( ଭତ୍ତା )ବାବଦରେ ମିଳିଥିବା ଅର୍ଥ କୁ ନିଜ ଗାଁ ସ୍ମଶାନ ରେ ସୋଲାର ଲାଇଟ ଲଗାଇଛନ୍ତି, ଦୀର୍ଘ ଦିନ ହେବ ସେଇ ସ୍ମଶାନ ଦେଇ ମଙ୍ଗଳପୁରୁ, ଯୋଗମାୟା ଠାକୁରାଣୀ ଙ୍କ ପାଖକୁ ଯାଉଥିବା ଲୋକ ମାନେ ନାହିଁ ନ ଥିବା ଅସୁବିଧା ଭୋଗ କରିବାକୁ ପଡୁଥିଲା ଏବଂ ବ୍ରାହ୍ମଣ ସେବାୟତ ଙ୍କ ସ୍ମଶାନ, ମହାନ୍ତି ସାହି ଓ ବାଉରିପୋଖରୀ ସ୍ମଶାନ ଥିବାରୁ ରାତିରେ ଶବ ଦାହ ସହିତ କର୍ମ କାଣ୍ଡ କରିବାକୁ ରାତିରେ ନାହିଁ ନ ଥିବା ଅସୁବିଧା ଭୋଗ କରୁଥିଲେ ବିଗତ ଦିନରେ ବି ସମିତି ସଭ୍ୟ ବୋଇତିକୁଦ ଗ୍ରାମରେ ଲୋକଙ୍କ ଅସୁବିଧା ଦେଖି ଏକ ନଳକୂପ ମଧ୍ୟ ବସାଇଥିଲେ, ଏହି ସମାଜ ସେବା କାମରେ ନିଜର ନିଜର (ଭତ୍ତା) ପଇସାକୁ ଲଗାଇ ଥିବାରୁ ନିଜେ ଆତ୍ମ ସନ୍ତୋଷ ଲାଭ କରିଥିବା କଥା କୁହନ୍ତି ଦୀକ୍ଷିତ ଏବଂ ଜଣେ ଭଲ ରାଜ ନେତା ଓ ଲୋକଙ୍କ ହୃଦୟ କୁ ଜିତିଥିବା କଥା କୁହନ୍ତି ତାଙ୍କ ସହପାଠୀ ଅଶୋକ କୁମାର ଦୀକ୍ଷିତ(ବୁଟୁନା ) ଓ ସୁବାଶିଷ ମହାନ୍ତି (ତପୁ) ସମ୍ପୂର୍ଣ କାମ ଶେଷ ବେଳକୁ 18,000 ରୁ 20 ହଜାର ଟଙ୍କା ଲାଗିବ ଆଉ ଅବଶିଷ୍ଟ ପଇସା ସେବକ ସମିତିରେ ଆଲୋଚନା ହୋଇ ଦିଆ ଯିବା କଥା ଅଶୋକ କୁମାର ଦୀକ୍ଷିତ ପ୍ରକାଶ କରିଛନ୍ତି