
ସିଇଓ ଚେୟାରରେ ପୋଷା କୁକୁରକୁ ବସାଇଲେ ଟ୍ୱିଟର ମୁଖ୍ୟ
ସିଇଓ ଚେୟାରରେ ପୋଷା କୁକୁରକୁ ବସାଇଲେ ଟ୍ୱିଟର ମୁଖ୍ୟ, ଅନ୍ୟମାନଙ୍କ ତୁଳନାରେ ନିଜକୁ କହିଲେ ବେଷ୍ଟ.
ମୁମ୍ୱାଇ ୧୫/୦୨: ଟ୍ୱିଟର କିଣିବା ପରେ ଏଲୋନ୍ ମସ୍କ କ୍ରମାଗତ ଭାବରେ ପରିବର୍ତ୍ତନ କରିବାରେ ଲାଗିପଡିଛନ୍ତି । ସେ ପୂର୍ବରୁ କହିଥିଲେ ସେ ନୂଆ ସିଇଓ ସନ୍ଧାନରେ ଅଛନ୍ତି । ଅର୍ଥାତ୍ ସେ ସିଏଓ ପଦ ଛାଡିବାକୁ ଚାହୁଁଛନ୍ତି ।
ହେଲେ ଏବେ ଟ୍ୱିଟର ନୂଆ ସିଇଓଙ୍କ ନାଁ ଘୋଷଣା କରିଛନ୍ତି । ତେବେ ତାଙ୍କ ସିଏଓ ଜଣେ ମଣିଷ ନୁହଁନ୍ତି ବରଂ ଗୋଟିଏ ପୋଷା କୁକୁର। ସେ ଟୁଇଟ୍ କରି ଏନେଇ ନିଜ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ତେବେ ସିଏ କିଏ ଜାଣିଛନ୍ତି କି? ଜାଣିବା ପରେ ଆପଣଙ୍କୁ ହୁଅତ ଲାଗିପାରେ ଝଟକା । ସେ ହେଉଛନ୍ତି ମସ୍କଙ୍କ ପୋଷା କୁକୁର ଫ୍ଲୋକି ।
ମସ୍କ ଟ୍ୱିଟର ସେକେଣ୍ଡ ଫଟୋରେ ଲେଖିଛନ୍ତି ଯେ ସଂଖ୍ୟା ସହିତ ଏହା ବହୁତ ଭଲ । ତୃତୀୟ ଫଟୋରେ ମସ୍କ ତାଙ୍କ କୁକୁରର ଷ୍ଟାଇଲା ଫଟୋ ଲଗାଇ ତାଙ୍କୁ ପ୍ରଶଂସା କରିଛନ୍ତି । ଏହି ଟୁଇଟ୍ ପୋଷ୍ଟ ହେବା ବେଳକୁ ପ୍ରାୟ ୧ ଲକ୍ଷ ଲାଇକ୍ କରିସାରିଲେଣି । ଲୋକେ ବି ଏହା ଉପରେ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ।
ସୂଚନା ଥାଉକି, ମସ୍କ ୪୪ ବିଲିୟନ ଡଲାରରେ ଟ୍ୱିଟର ଚୁକ୍ତି କରିବା ପରେ ପରାଗ ଅଗ୍ରୱାଲଙ୍କୁ କମ୍ପାନୀରୁ ବାହାରକୁ ଯିବାକୁ ରାସ୍ତା ଦେଖାଇଥିଲେ । କେବଳ ସିଇଓ ନୁହେଁ, ଟ୍ୱିଟରର ଆଇନଗତ ମୁଖ୍ୟ ବିଜୟ ଗାଡେ ଏବଂ ସିଏଫଓ ନେଲ ସେଗାଲଙ୍କୁ ମଧ୍ୟ କମ୍ପାନୀରୁ ବାହାର କରିଥିଲେ