
ଅବସର ପ୍ରାପ୍ତ ସେବା ସମବାୟ ସମିତି ପରିଚାଳକ ଙ୍କ ପରଲୋକ
କାକଟପୁର 22/2 ଦିବାକର ପରିଡା କହିଲେ ସାରା କାକଟପୁର ଲୋକେ ଜାଣନ୍ତି ମା ମଙ୍ଗଳା ଙ୍କ ପାଖରେ ଶ୍ରୀ ରାମ ଚରିତ ମାନସ ର ସେ ଥିଲେ କର୍ଣ୍ଣ ଧାର କାକଟପୁର ମହାନ୍ତି ସାହିରେ ଆଜକୁ 40 ବର୍ଷ ହେବ ନିଜ ଘର ତିଆରି କରି ରହୁଛନ୍ତି କୁଟୁମ୍ବ କହିଲେ ମହାନ୍ତି ସାହି ର ଲୋକେ ତାଙ୍କ ଚଳଣି କୁ ସମସ୍ତେ ପସନ୍ଦ କରନ୍ତି ସମସ୍ତଙ୍କ ସୁବିଧା ଅସୁବିଧା ରେ ସେ ଛିଡା ହୁଅନ୍ତି, ହଟାତ ଦିବାକର ପରିଡ଼ା ଙ୍କର ମୃତ୍ୟୁ ର ଖବର ପ୍ରଚାରିତ ହେବା ପରେ ସାରା କାକଟପୁର ସ୍ତବ୍ଧ ହୋଇ ଯାଇଥିଲା ମୃତ୍ୟୁ ବେଳକୁ ତାଙ୍କୁ (82) ବର୍ଷ ହୋଇଥିଲା,ଗତ କାଲି (ମଙ୍ଗଳବାର) ସକାଳେ ପରଲୋକ ର ଖବର ଶୁଣି ଛୁଟି ଯାଇଥିଲେ ତାଙ୍କ ଘର ନିକଟକୁ ଶୁବେଛୁ ଶେଷ ଦର୍ଶନ କରିଥିଲେ, ଗତ କିଛି ଦିନ
ହେବ ମିତିଷ୍କ ଜନିତ ରୋଗରେ ପୀଡିତ ଥିଲେ l ପୁରୀ ନିମାପଡା କେନ୍ଦ୍ରୀୟ ସେବା ସମବାୟ ସମିତି ପିପିଲି ଶାଖା ର ପରିଚାଳକ ଓ ପରେ କାକଟପୁର ଶାଖାରେ କୋଷାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ l ଗତ କିଛି ବର୍ଷ ହେବ ଚାକିରୀ ରୁ ଅବସର ନେଇ ଗାଁ ଲୋକଙ୍କ ସହିତ ସମସ୍ତଙ୍କ ସୁବିଧା ଅସୁବିଧା ରେ ଛିଡା ହେଉଥିଲେ l ତାଙ୍କ ମୃତ୍ୟୁ ରେ କାକଟପୁର କେନ୍ଦ୍ରୀୟ ସମବାୟ ସମିତି ର ପୂର୍ବତନ ପରିଚାଳକ ରବିନ୍ଦ୍ର ଦୀକ୍ଷିତ, ବସନ୍ତ କୁମାର ଦୀକ୍ଷିତ, ପୁର୍ଣଚନ୍ଦ୍ର ସ୍ୱାଇଁ ଗଭୀର ଶୋକ ପ୍ରକାଶ କରିବା ସହ ରାମ ଚରିତ ମାନସ ର ସମସ୍ତ ସଦସ୍ୟ ମର୍ମାହତ ହୋଇ ପଡିଛନ୍ତି ଏବଂ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି l ତାଙ୍କ ମୃତ୍ୟୁ ନିକଟରେ ପୁତ୍ର ମାନସ, ବୋହୁ ସ୍ୱର୍ଣ୍ଣ, ଝିଅ ରୀନା, ବବି, କୁନି, ଜ୍ୱାଇଁ ଶରତ, ବିଭୁ, ଭକ୍ତ, ନାତି ନାତୁଣୀ, ପରିବାର, ବନ୍ଧୁବର୍ଗ, ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ lଗାଁ ଠାରୁ ସ୍ମସାନ ପର୍ଯନ୍ତ ଏକ ହରି ନାମ ସତ୍ୟ ହେ,, ରାମ ନାମ ସତ୍ୟ ହେ ନାରା ଦେଇ ନିଜ ଗାଁ ସ୍ମଶାନ କୁ ନେଇଥିଲେ ପୁତ୍ର ମାନସ ମୁଖାଗ୍ନି ଦେଇଥିଲେ