
ଉପକୂଳ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ 40 ଡିଗ୍ରୀ ଟପିଲା,ଜନ ଜୀବନ ଅସ୍ତ ବ୍ୟସ୍ତ
ଉପକୂଳ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ 40 ଡିଗ୍ରୀ ଟପିଲା,ଜନ ଜୀବନ ଅସ୍ତ ବ୍ୟସ୍ତ
କାକଟପୁର ତା 18/04,ଗତ କିଛି ଦିନ ହେଲା ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପଶ୍ଚିମ ଓଡିଶାରେ 42 ଡିଗ୍ରୀରୁ ଉର୍ଦ୍ଧ ତାପମାତ୍ରା ଟପିଥିବାବେଳେ ଉପକୂଳ ଅଞ୍ଚଳ ମଧ୍ୟ ଏଥିରୁ ବାଦ ପଡିନି l ପାଣିପାଗ ବିଭାଗର ଅନୁମାନ ଅନୁଯାୟୀ ଉପକୂଳ ଅଞ୍ଚଳ କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ରେକର୍ଡ ଛୁଇଁଛି l ସକାଳ ୮ ଘଟିକା ଠାରୁ ଅସହ୍ୟ ଗୁଳୁଗୁଳି ଗରମ ସାଙ୍ଗକୁ ତାତି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି l ସେପଟେ ପ୍ରାଚୀ ନଦୀ ଶୁଷ୍କ ପଡିଥିବାବେଳେ ଗୃହପାଳିତ ପଶୁମାନେ ପାଣିନଥିବାରୁ ଆକୁଳ ବ୍ୟାକୁଳ ହେଉଛନ୍ତି l ମା ମଙ୍ଗଳା ମନ୍ଦିର କୁ ଆସୁଥିବା ଭକ୍ତ ଓ ଯାତ୍ରୀ ମାନେ ଆବଶ୍ୟକୀୟ ଜଳଉତ୍ସ ନଥିବାରୁ ପାର୍କିଙ୍ଗ ଠାରୁ ମନ୍ଦିର ପର୍ଯ୍ୟନ୍ତ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି l ଯଦିଓ ଦୁଇ ଦୁଇ ଟା ଟିୟୁବ୍ ୱେଲ ଅଛି ତାହା ଯାତ୍ରୀ ମାନଙ୍କ ପାଇଁ ପର୍ଯ୍ୟାପ୍ତ ହୋଇପାରୁନାହିଁ l କାକଟପୁର ବଜାର ଠାରୁ ୨ କିଲୋମିଟର ମଧ୍ୟରେ ଜଳଛତ୍ର କିମ୍ବା ଥଣ୍ଡାପାନୀୟ ଜଳ ବ୍ୟବସ୍ଥା ବିଭାଗ ପକ୍ଷରୁ କରାଯାଇନଥିବାବେଳେ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି l ପୁରୀ ଜିଲ୍ଲାପାଳ ଓ ସ୍ଥାନୀୟ ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛି l