
କାକଟପୁର ଥାନା ଅବସ୍ଥା ବେହାଲ, ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ
କାକଟପୁର ଥାନା ଅବସ୍ଥା ବେହାଲ, ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ଏ ଏସ ଆଇ ଙ୍କୁ ନେଇ ଚାଲିଛି ଥାନ
କାକଟପୁର ତା ୨୯/୭, ପୁରୀଜିଲ୍ଲାର କାକଟପୁର ନିର୍ବାଚନ ମଣ୍ଡଳୀରେ ହେଡ଼ କ୍ୱାର୍ଟର ଥାନା ଭାବେ ପରିଚିତ କାକଟପୁର ଥାନା ଅବସ୍ଥା ଏବେ ସଙ୍ଗୀନ ହୋଇ ପଡିଛି l ବହୁବିଧ ସମସ୍ୟାରେ ଜର୍ଜରିତ ଥିବାବେଳେ ମାତ୍ର ଏ ଏସ ଆଇ ଙ୍କୁ ନେଇ ଚାଲିଛି କାକଟପୁର ଥାନା l ଆଇଆଇସି ପ୍ରିୟରଞ୍ଜନ ନାୟକଙ୍କ ବଦଳି ପରେ ତାଙ୍କ ସ୍ଥାନରେ ଆସିଥିବା ନୂତନ ଆଇଆଇସି ରଞ୍ଜନ କୁମାର ମଲ୍ଲିକ ମାତ୍ର ଦେଢ଼ ମାସ କାର୍ଯ୍ୟ କରିଥିବାବେଳେ ତାଙ୍କୁ ଯାଜପୁର କୁ ବଦଳି କରାଯାଇଛି l ତା ପରଠାରୁ ଦୀର୍ଘ ଏକମାସ ବିତିଯାଇଥିଲେ ମଧ୍ୟ କୌଣସି ଆଇଆଇସି ଉକ୍ତ ଥାନାରେ ଯୋଗ ଦେଇନାହାନ୍ତି l ଫଳରେ ଅପରାଧୀ ମାନେ ଖୁଲୁମଖୁଲା ଅପରାଧ ଘଟାଇ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି l ଏହି ଥାନାରେ ନିୟୋଜିତ ଥିବା ଗାଡିଟି ଦୀର୍ଘଦିନ ଧରି ରକ୍ଷଣାବ୍ୟକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିଥିବାବେଳେ ଡ୍ରାଇଭର ଅଭାବରୁ ଅପରାଧୀଙ୍କୁ ଧରିବାରେ ଅସଫଳ ହେଉଛନ୍ତି ଅଧିକାରୀ ମାନେ l ପ୍ରତିଦିନ କେଶ କାରିବାକୁ ଆସୁଥିବା ଏତଲାକରି ମାନେ ନ୍ୟାୟ ନପାଇ ଫେରୁଥିବା ଦେଖିବାକୁ ମିଳିଛି l ପ୍ରାୟ ୧ କୋଟିରୁ ଉର୍ଦ୍ଧ ନବନିର୍ମିତ ଥାନାର ଅଟ୍ଟାଳିକା ତିଆରି ହୋଇଥିବାବେଳେ ଲାଇନ କଟିଯିବା ପରେ ମୋବାଇଲ ଟର୍ଚ୍ଚ ମାରି ଥାନା ମଧ୍ୟରେ କାର୍ଯ୍ୟ କରୁଛନ୍ତି ଅଧିକାରୀ ମାନେ l ଅପରାଧୀ ମାନେ କାକଟପୁର ଏବଂ ଆଖପାଖ ଅଞ୍ଚଳରେ ଦିନକୁ ଦିନ ଚୋରା ମଦ, ଗଞ୍ଜେଇ,ବ୍ରାଉନସୁଗାର କାରବାର ସହିତ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବାବେଳେ ଗାଡି ଡ୍ରାଇଭର ଏବଂ ଆବଶ୍ୟକ କର୍ମଚାରୀ ନଥିବାରୁ ତତକ୍ଷଣାତ ସେମାନଙ୍କୁ ଗିରଫ କରିବାରେ ଅସମର୍ଥ ହେଉଛି କାକଟପୁର ପୋଲିସ l ଏଣୁ ତୁରନ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଦିଗରେ ଦୃଷ୍ଟି ଦେଇ ନୂତନ ଆଇଆଇସି ସମେତ ଅନ୍ୟ ପଦବୀ ପୂରଣ କରିବାସହିତ ଏକ ନୂତନ ଗାଡି ଏବଂ ଥାନା ମଧ୍ୟରେ ଇନଭର୍ଟର ଯୋଗାଇ ଦେବାକୁ ସାଧାରଣରେ ଦୃଢ଼ ଦାବୀ ହୋଇଛି l