
ବହୁ ପ୍ରତିକ୍ଷୀତ ଦିଘାଳୋ
କାକଟପୁର ୩୩ କେଭି ଲାଇନର ପୁନଃରୁଦ୍ଧାର କାର୍ଯ୍ୟ ଶୁଭାରମ୍ଭ, ଉପକୃତ ହେବେ ୫୨ ହଜାର ଉପଭୋକ୍ତା, କାକଟପୁର ତା ୭/୮,ନିମାପଡା ଦିଘାଳୋ ଠାରୁ କାକଟପୁରକୁ ଆସିଥିବା ୩୩ କେଭି ବିଦ୍ୟୁତ ଲାଇନ ବାରମ୍ବାର ସମସ୍ୟା ଉପୁଜିବାରୁ ନିମାପଡା ଠାରୁ କାକଟପୁର ପର୍ଯ୍ୟନ୍ତ ପ୍ରାୟ ୫୨ ହଜାର ବିଦ୍ୟୁତ ଉପଭୋକ୍ତା ନିରବଛିନ୍ନ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ହେଉଥିଲେ l ବର୍ଷାଋତୁରେ ଅକ୍ଲାନ୍ତ ପରିଶ୍ରମ କରି ଗହୀର ବିଲରେ ପଡିରହି ନାନାଦି ସମସ୍ୟାରେ ଘାଣ୍ଟି ହେଉଥିଲେ ମଧ୍ୟ ଉପଭୋକ୍ତା ମାନଙ୍କୁ ଉପଯୁକ୍ତ ସେବା ଦେଇପାରୁନଥିଲେ l ଏ ସଂକ୍ରାନ୍ତରେ ଅଞ୍ଚଳବାସୀ ବାରମ୍ବାର ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ନିକଟରେ ଦାବୀ ହୋଇଆସୁଥିଲେ ମଧ୍ୟ ସରକାର ତାହାକୁ ଏଡାଇ ଚାଲିଥିଲେ l ଏହାପରେ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳର ଉପଭୋକ୍ତାଙ୍କୁ ନେଇ ମା ମଙ୍ଗଳା ବିଦ୍ୟୁତ ଉପଭୋକ୍ତା ମହାସଂଘ ଆସନ୍ତା ୧୩ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଜବାଜ ହେଉଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବାପରେ ଶକ୍ତିବିଭାଗ ପକ୍ଷରୁ ଉକ୍ତ କାର୍ଯ୍ୟକୁ ତୋରାନ୍ୱିତ କରିବାପାଇଁ ସବୁଜ ସଂକେତ ମିଳିଥିଲା l କାଳବିଳମ୍ବ ନକରି ମଙ୍ଗଳବାର ଦିନ ନିମାପଡା ଡିଭିଜନର ଉଚ୍ଚ ପଦାଧିକାରୀ, ଟାଟା ପାୱାର ବରିଷ୍ଠ କର୍ମକର୍ତ୍ତା ଓ ବିଦ୍ୟୁତ ଉପଭୋକ୍ତା ମହାସଂଘର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ନଡ଼ିଆ ବାଡ଼େଇ ପୂଜାର୍ଚନା କାରାଯାଇ ଏହି କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା l ଚାରିଦିନ ପର୍ଯ୍ୟନ୍ତ କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳ କୁ ଦିନକୁ ପ୍ରାୟ ୫ ଘଣ୍ଟା କାଳ ବିଦ୍ୟୁତ ସରବରାହ ବନ୍ଦ ରଖି କାର୍ଯ୍ୟକୁ ଆଗେଇନେବାପାଇଁ ନିମାପଡା ଇଲେକ୍ଟ୍ରିକାଲ ଡିଭିଜନ ମ୍ୟାନେଜର ବିଶ୍ୱରଞ୍ଜନ ବେହେରା,କାକଟପୁର ବିଦ୍ୟୁତ ଉପଖଣ୍ଡ ଅଧିକାରୀ ସ୍ମୃତିରଞ୍ଜନ ବେହେରା,କାକଟପୁର ବିଦ୍ୟୁତ ସେକ୍ସନ-୧ ର କନିଷ୍ଠ ଯନ୍ତ୍ରୀ କାହ୍ନୁ ଚରଣ ବେହେରା, ସେକ୍ସନ -୨ର କନିଷ୍ଠ ଯନ୍ତ୍ରୀ ସଂକେତ ବେଉରା ନିମାପଡା ସେକ୍ସନ ଅଫିସର ଶିବବ୍ରତ ନାୟକ, ଉପଭୋକ୍ତା ମହାସଂଘର ସଭାପତି ଆଦିତ୍ୟ କୁମାର ରାଉତ, ଉପଦେଷ୍ଟା ତୁଷାର ରଞ୍ଜନ ଦୀକ୍ଷିତ, କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ମିଶ୍ର ଙ୍କ ସମେତ ଟାଟା ପାୱାର ର ପ୍ରକଳ୍ପ ଯନ୍ତ୍ରୀ ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି l