
ପୋଖରୀରେ ବୁଡି ଛାତ୍ରଙ୍କ ମୃତ୍ୟୁ
କାକଟପୁର ତା 10/09, ପୁରୀଜିଲ୍ଲା କାକଟପୁର ଥାନା ଅଧିନସ୍ଥ ଗମ୍ଭାରୀପଦା ପାଟରାସାହି ଗ୍ରାମର ନେତ୍ରାନନ୍ଦ ନନ୍ଦିଙ୍କ ପୁଅ ପିଙ୍କୁନ ନନ୍ଦି (14)ନିଜ ଘର ପଛପଟେ ଥିବା ପୋଖରୀରେ ସାଙ୍ଗ ମାନଙ୍କ ସହିତ ଗାଧୋଉଥିବାବେଳେ ଗୋଡ ଖସିଯାଇଥିବରୁ ପୋଖରୀରେ ବୁଡି ଯାଇଥିଲେ l ଖବର ପାଇ ଗ୍ରାମବାସୀ ମାନେ ପହଞ୍ଚି ପିଙ୍କୁନ ସହିତ ଅନ୍ୟ ଛାତ୍ର ମାନଙ୍କୁ ଉଦ୍ଦାର କରି ତୁରନ୍ତ କାକଟପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ l ସେଠାରେ ଡାକ୍ତର ପିଙ୍କୁନଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ କାକଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଚାରିଛକ ମେଡିକାଲ କୁ ପଠାଇ ଏକ ଅପମୃତ୍ୟ ମାମଲା ରୁଜୁ କରିଛି l ଥାନା କେଶ ନମ୍ବର 9/2023.