
ବିଜୟା ଦଶମୀରେ ମାଆ ଙ୍କୁଦର୍ଶନ କରିବାକୁ ଶ୍ରଦ୍ଧାଳୁ ଙ୍କ ଭିଡ଼
ଅସ୍ତରଙ୍ଗ ( ):-25/10:-ଅଧର୍ମ ଉପରେ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ବିଜୟ. ଦୁର୍ଗତିନାଶିନୀ ମାଆ ଦୁର୍ଗାଙ୍କ ଦଶହରା ବା ବିଜୟା ଦଶମୀ. ଗାଁ ଠୁ ସହର ସବୁଠି ଦଶଭୁଜା ଙ୍କ ଆରାଧନା. ପବିତ୍ର ବିଜୟା ଦଶମୀରେ ପୀଠ ଓ ମଣ୍ଡପରେ ମାଆ ଙ୍କ ହୋଇଥିଲା ମହାପୂଜା. ମହିଷାମର୍ଦିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାମାୟା. ସକାଳ ଉପଚାର ପୂଜା ସହ ଅନୁଷ୍ଠିତ ହୋଇଥିଲା ନୀତିକାନ୍ତି ଓ ଅପରାଜିତାପୂଜା.ମାଆ ଙ୍କ ଦର୍ଶନପାଇଁ ଅସ୍ତରଙ୍ଗ ଦୁର୍ଗାମଣ୍ଡପ ଓ ନଈଗୁଆଁ ଦୁର୍ଗାମଣ୍ଡପ ରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିବା ସହ ମାଆ ଙ୍କୁ ଦର୍ଶନ କରି ସୌଭାଗ୍ୟ ଲାଭ କରିଛନ୍ତି ହଜାର ହଜାର ଭକ୍ତ.ମାଆ ଙ୍କ ନବମୀ ପୂଜା ଦିନ ଅସ୍ତରଙ୍ଗ ଓ ନଈଗୁଆଁ ୨ଟି ମଣ୍ଡପରେ ଗୃହରାଷ୍ଟ୍ରମନ୍ତ୍ରୀ ଇଂ.ତୁଷାରକାନ୍ତି ବେହେରା ମାଆ ଦୁର୍ଗାଙ୍କୁ ଦର୍ଶନ କରିଛନ୍ତି. ତାଙ୍କ ସହ ଉପସ୍ଥିତ ଥିଲେ ପୂର୍ବତନ ସରପଞ୍ଚ ଭୀମସେନ ସ୍ୱାଇଁ, ଯୁବ ବିଜେଡି ସଭାପତି ପ୍ରଶାନ୍ତ ନାୟକ (ବୁଟୁ ), ଚମ୍ପକ ବାରିକି, ରୁଦ୍ରପ୍ରସାଦ ଲେଙ୍କା. ବିଜୟା ଦଶମୀ ରେ ଅସ୍ତରଙ୍ଗ ଦୁର୍ଗାକ୍ଲବ ତରଫରୁ କୁନି କୁନି ପ୍ରତିଭା ମାନଙ୍କୁ ନେଇ ଗଟ ଟ୍ୟାଲେଣ୍ଟ ସୋ ଅନୁଷ୍ଠିତ ହୋଇଥିଲା. ମୁଖ୍ୟ ଅତିଥି ଭାବେ ଭାରତ ମସଲା ଏମ୍. ଡି ସୁଶାନ୍ତ ପଣ୍ଡା, ଅବସର ପ୍ରାପ୍ତ ଅବକାରୀ ଡେପୁଟି କମିଶନର ଅଶୋକ କୁମାର ଶତପଥୀ, ଅବସର ପ୍ରାପ୍ତ ଅସ୍ତରଙ୍ଗ କଲେଜ ଅଧକ୍ଷ ଉପେନ୍ଦ୍ର କୁମାର ବିଶ୍ୱାଳ, ସମାଜସେବୀ ଅରୁଣ କୁମାର ବିଶ୍ୱାଳ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଉପସ୍ଥିତ ଥିଲେ. ବିଜୟାଦଶମୀ ବିଳମ୍ବିତ ରାତ୍ରରେ ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁପ୍ରସାଦ ପତି, କୋଣାର୍କ ଥାନାଧିକାରୀ ପଞ୍ଚାନନ ପରିଡା, କାକଟପୁର ଥାନାଧିକାରୀ ଉମେଶ ଚନ୍ଦ୍ର ସାହୁ, ଅସ୍ତରଙ୍ଗ ଥାନାଧିକାରୀ ରାଜେଶ ବଳିୟାରସିଂ ଅସ୍ତରଙ୍ଗ ଦୁର୍ଗା ମଣ୍ଡପରେ ମାଆ ଙ୍କୁ ଦର୍ଶନ କରି ସୌଭାଗ୍ୟ ଲାଭ କରିଛନ୍ତି. ଦଶହରା ରେ ଭିଡ଼ କୁ ଦୃଷ୍ଟିରେ ରଖି ଅସ୍ତରଙ୍ଗ ପ୍ରଶାସନ ସହ ଥାନାଧିକାରୀ ଙ୍କ ତତ୍ୱାବଧାନ ରେ ବିଭିନ୍ନ ଛକ ସହ ଜନ ଗହଳି ପୂର୍ଣ୍ଣ ସ୍ଥାନରେ ପୁଲିସ ମୁତୟନ କରଯାଇଥିଲା