
୨ ସ୍ତ୍ରୀ ର ସ୍ୱାମୀ ନାବାଳିକା ସହିତ ଶାରୀରିକ ସମ୍ପର୍କ ରଖି ଜେଲ ଗଲେ
କାକଟପୁର ତା ୧/୧୧,() କାକଟପୁର ଥାନା ଅଧିନସ୍ଥ ସୁହାଣପୁର ଗ୍ରାମର କୈଳାଶ ଘଡେଇଙ୍କ ପୁଅ ଦେବବ୍ରତ ଘଡେଇ ର ଆଗରୁ ୨ ଟି ସ୍ତ୍ରୀ ରହିଥିବାବେଳେ ବରୁଣେଇ ପାଟପୁର ଗ୍ରାମର ଜନୈକା ନାବାଳିକା ଯୁବତୀ ରୀନାଙ୍କ (ଛଦ୍ମନାମ)ସହିତ ୨ ମାସ ଧରି ଚାକିରୀର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଆସୁଥିଲା l ନାବାଳିକା ଯୁବତୀକୁ ଦେହ ବେପାର ରେ ଲଗାଇବାକୁ ଯୋଜନା କରୁଥିବା ଜାଣିପାରି ଯୁବତୀ ଜଣକ ଭୁବନେଶ୍ୱର ରୁ ଖସି ଆସି କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ ପାଇ କାକଟପୁର ଥାନା ପୋଲିସ ପକ୍ଷରୁ ସୁହାଣପୁର ଗ୍ରାମରେ ଚଢ଼ାଉ କାରାଯାଇ ଅଭିଯୁକ୍ତ ଦେବବ୍ରତ ଘଡ଼ାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଏ ସଂକ୍ରାନ୍ତରେ କାକଟପୁର ଥାନାରେ ଦଫା 342,323,376,506, ଓ 6 ପୋଷ୍କ ଆଇନରେ ପୁରୀ କୋର୍ଟ ଚାଲାଣ କରାଯାଇଛି l କେଶ 214/2023 l ଅପର ପକ୍ଷରେ ନାବାଳିକା ଯୁବତୀକୁ ପୋଲିସ ପୁରୀ ଶିଶୁ ମଙ୍ଗଳ ଅଧିକାରୀ ଙ୍କୁ ହସ୍ତାନ୍ତର କରିଛି l କାକଟପୁର ଥାନା ପକ୍ଷରୁ ଏସ ଆଇ ପ୍ରିୟା ପ୍ରଧାନ ତଦନ୍ତ କରୁଥିବା ଜଣାପଡିଛି