
ସମାଜସେବୀ ଙ୍କୁ ” ଓଡ଼ିଶା ସଂଜୀବନୀ ସେବା ସମ୍ମାନ ୨୦୨୩ ” ପ୍ରଦାନ
ତା.୩୧.୧୨.୨୩ ( ରବିବାର )ଆଜି ସଂଧ୍ୟା ରେ କୈବଲ୍ୟ ସାହିତ୍ୟ ସଂସଦ ଦ୍ଵାରା ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମ ” ରାଜ୍ୟ ସ୍ତରୀୟ ଯୋଗ ସଂଜୀବନୀ ସାହିତ୍ୟ କର୍ମଶାଳା ୨୦୨୩ ” ଗାନ୍ଧୀ ଭବନ , କଟକ ଠାରେ ଅନୁଷ୍ଠିତ ହୋଇ ଯାଇଛି ।କାର୍ଯ୍ୟକ୍ରମ ଟି ର ଉଦ୍ଘାଟନ ନ୍ୟାୟାଧିଶ ରତିକାନ୍ତ ମହାପାତ୍ର କରିବା ସହିତ ମୁଖ୍ୟ ଅତିଥି ରୂପେ ଉତ୍କଳ ବିଶ୍ଵ ବିଦ୍ୟାଳୟ ଯୋଗ ବିଭାଗ ର ଗବେଷକ ଡଃ . ସତ୍ୟ ନାରାୟଣ ମିଶ୍ର ,ସମ୍ମାନୀୟ ଅତିଥି ଭାବେ ସର୍ବୋଦୟ ମଣ୍ଡଳ କଟକ ର ସଭାପତି ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ଶିକ୍ଷାବିତ ଡଃ . ଯୁଧିଷ୍ଠିର ଖଟୁଆ ଏବଂ ବରିଷ୍ଠ ସ୍ତମ୍ବକାର ଲଳିତେନ୍ଦୁ ପଲାଉରୀ, ପତଞ୍ଜଳି ଯୋଗ ସମିତି ର କଟକ ଜିଲ୍ଲା ସହ ପ୍ରଭାରୀ କିଶୋର ସାଗର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସର ରେ ଅତିଥି ମାନେ ସାଂପ୍ରତିକ ସମାଜ ରେ ଯୋଗ ଓ ଏହାର ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିବା ସହିତ ଯୋଗ ଦ୍ୱାରା କିଭଳି ଏକ ସୁସ୍ଥ ଓ ନିରୋଗ ସମାଜ ଗଠନ କରାଯାଇ ପାରିବ ,ସେ ସଂପର୍କିତ ଅଭିଭାଷଣ ରଖିଥିଲେ । ଉକ୍ତ କର୍ମଶାଳା ରେ ରାଜ୍ୟ ରେ ଯୋଗ ଓ ସାହିତ୍ୟ କ୍ଷେତ୍ର ରେ ବିଶେଷ ଅବଦାନ ଥିବା ବ୍ୟକ୍ତି ବିଶେଷ ମାନ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନିମନ୍ତ୍ରିତ କବି ଓ କବିୟତ୍ରୀ ମାନ ଙ୍କ ର ଯୋଗ କୁ ନେଇ ଲିଖିତ କବିତା ଉପସ୍ଥିତ ଦର୍ଶକ ମାନ ଙ୍କ ର ମନମୁଗ୍ଧ କରିଥିଲା । ରାଜ୍ୟ ର ବିଭିନ୍ନ ଯୋଗ କେନ୍ଦ୍ର ଗୁଡ଼ିକ ରେ ନିଶୁଳ୍କ ଯୋଗ ଶିକ୍ଷା ପ୍ରଦାନ କରି ଆସୁଥିବା ଯୋଗ ଶିକ୍ଷକ ମାନେ ମଞ୍ଚ ରେ ବିଭିନ୍ନ ଯୋଗାସନ ପ୍ରଦର୍ଶିତ କରିଥିଲେ । ଯୋଗ ସାହିତ୍ୟ କ୍ଷେତ୍ର ରେ ବିଶେଷ ଅବଦାନ ପାଇଁ ଅତିଥି ମାନେ କବି ହିମାଂଶୁ ଭୁଷଣ ଜେନା ଓ କବିୟତ୍ରି ପ୍ରଜ୍ଞାଲିନ ସାହୁ ଙ୍କୁ “ଓଡ଼ିଶା ସଂଜୀବନୀ ସାହିତ୍ୟ ସମ୍ମାନ ” ପ୍ରଦାନ କରିଥିଲେ । ଦୀର୍ଘ ବର୍ଷ ଧରି ସାରା ରାଜ୍ୟ ରେ ଯୋଗ ର ପ୍ରଚାର ପ୍ରସାର ସହିତ ଏକ ସୁସ୍ଥ ଓ ନିରୋଗ ସମାଜ ଗଠନ ନିମନ୍ତେ ପୃଷ୍ଠ ପୋଷାକ ଭାବେ କାର୍ଯ୍ୟ କରିବା ଏବଂ ରାଜ୍ୟ ଓ ରାଜ୍ୟ ବାହାରେ ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ନିମନ୍ତେ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜ ସେବୀ ପଦ୍ମ ଲୋଚନ ମହାପାତ୍ର ଙ୍କୁ ଅତିଥି ମାନେ ” ଓଡ଼ିଶା ସଂଜୀବନୀ ସେବା ସମ୍ମାନ ୨୦୨୩ ” ରେ ସମ୍ମାନିତ କରିବା ସହିତ ଆଗାମୀ ଦିନ ରେ ଏହି ମହତ କାର୍ଯ୍ୟ ଗୁଡ଼ିକୁ ଆଗେଇ ନେବା ପାଇଁ ଉତ୍ସାହିତ କରିଥିଲେ । ସଂପୂର୍ଣ୍ଣ କାର୍ଯ୍ୟକ୍ରମ ଟି ର ସୁପରିଚାଳନା କୈବଲ୍ୟ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ଏବଂ ସମ୍ପାଦକ ସଂଗ୍ରାମ କେଶରୀ ସାମନ୍ତରାୟ କରିବା ସହିତ ଉଦଯାପନୀ ଅଭିଭାଷଣ ରଖିଥିଲେ ।