
10 ଗ୍ରାମ ଧଳା ଜହର ଜବତ, ଜଣେ ଗିରଫ
କାକଟପୁର (ତୁଷାର ଦୀକ୍ଷିତ )ତା ୧୩/୧,ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ଖଣ୍ଡାସାହି ନଦୀବନ୍ଧ ନିକଟରୁ ଜଣେ ଧଳାଜହର ବ୍ୟବସାୟୀ କୁ ଗିରଫକରିଛି କାକଟପୁର ପୋଲିସ । ବିଶେଷ ସୂତ୍ରରୁ ଖବର ପାଇଁ କାକଟପୁର ଥାନାଧିକାରୀ ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ଏସଆଇ ପ୍ରିୟା ପ୍ରଧାନ, ଏ ଏସ ଆଇ ପ୍ରମୋଦ କୁମାର ସେଠୀ କନେଷ୍ଟବଳ ଅଜିତ ବେହେରା ,ରାଜକିଶୋର ଗୋଛାୟତଙ୍କ ସମେତ ଏକ ଟିମ୍ ଶୁକ୍ରବାର ରାତି ୩ଟାରୁ ଖଣ୍ଡାସାହି ନଦୀ ବନ୍ଧରେ ଛକି ବସିଥିଲେ l ଭୋର ପ୍ରାୟ ୫ ଟା ତିରିଶ ସମୟରେ ଏକ ବ୍ୟକ୍ତି ଶିଖର ଘାଟ ପଟୁ ଖଣ୍ଡାସାହି ଛକକୁ ଚାଲି ଚାଲି ଆସୁଥିବା ଦେଖି ପୂର୍ବରୁ ଛକି ବସିଥିବା ପୋଲିସ ଟିମ ମାଡି ବସିଥିଲା। ଗିରଫ ଅଭିଯୁକ୍ତ ହେଲେ ଖଣ୍ଡାସାହି ଗ୍ରାମର ପ୍ରହଲ୍ଲାଦ ସ୍ୱାଇଁଙ୍କ ପୁତ୍ର ନିଲୁ ଓରଫ ସୁରେନ୍ଦ୍ର କୁମାର ସ୍ୱାଇଁ (37)ତାଙ୍କ ନିକଟରୁ 10ଗ୍ରାମ 400ମିଲିଗ୍ରାମ ଧଳାଜହର ଜବତ କରିବା ସହ ଏକ ମୋବାଇଲ ଫୋନ ଜବତ କରି କାକଟପୁର ଥାନା ଦଫା 21B NDPS ଆକ୍ଟ ରେ.କେଶ ନମ୍ବର 17/24,ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି । ଜବତ ଧଳାଜହରର ଆନୁମାନିକ ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି l କାକଟପୁର ଅଞ୍ଚଳରେ ଦିନକୁ ଦିନ ଧଳାଜହର ବ୍ୟବସାୟ ବୃଦ୍ଧି ପାଇ ଅନେକ ଯୁବପିଢିଙ୍କୁ ପଥଭ୍ରଷ୍ଟ କରୁଥିବାବେଳେ କାକଟପୁର ଥାନାରେ ନୂତନ ଆଇଆଇସି ଶ୍ରୀ ଉମେଶ ଚନ୍ଦ୍ର ସାହୁଙ୍କ ଏତାଦୃଶ କାର୍ଯ୍ୟ ପାଇଁ ସାଧାରଣରେ ପ୍ରଶଂସା କରାଯାଇଛି l