
ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ମାଧବାନନ୍ଦ ପୀଠ ଚଳଚଞ୍ଚଳ
କାକଟପୁର ତା ୧୫/୧, ପ୍ରାଚୀନଦୀ ଉପକୂଳରେ ଅଷ୍ଟଶମ୍ଭୁ ସହିତ ଦ୍ୱାଦଶ ମାଧବ ବିଦ୍ୟମାନ l କାକଟପୁର ନିକଟସ୍ଥ ବଲରା ଠାରେ ଅବସ୍ଥିତ ମାଧବାନନ୍ଦ ଜୀଉଙ୍କ ମନ୍ଦିର ବହୁ ପୁରାତନ l ମକର ସଂକ୍ରାନ୍ତି ଦିନ ଉକ୍ତ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ସହିତ ମହିଳା ଭକ୍ତ ଓ ଶ୍ରଦ୍ଧାଳୁ ମାନେ ହଜାର ହଜାର ସଂଖ୍ୟାରେ ରୁଣ୍ଡ ହୋଇ ପୂଜାର୍ଚ୍ଚନା କରିବା ସହିତ ପରିବାରର ଶୁଭ ମନାସିଥାନ୍ତି l ମକର ସଂକ୍ରାନ୍ତିରେ ମାଧବାନନ୍ଦଙ୍କୁ ଦର୍ଶନ କଲେ କୋଟି ଜନ୍ମରୁ ପୁଣ୍ୟ ମିଳେ ବୋଲି ପୁରାଣ ବର୍ଣ୍ଣିତ ରହିଛି l ଅପରାହ୍ନରେ ଜୀଉଙ୍କୁ ମକର ଚାଉଳ ଲାଗି ହେବା ସହିତ ମକର ବେଢା ଅନୁଷ୍ଠିତ ହୋଇଥିଲା l