
ବାଳକାଟି ସତସଙ୍ଗ ବିହାର ଆନୁକୁଲ୍ୟରେ ଅଷ୍ଟମ ବାର୍ଷିକ ଉଦବୋଧନ ସ୍ମୃତି ମହୋତ୍ସବ ପାଳିତ
ତା୨୧/୧/୨୦୨୪। (ବାଳକାଟି) – ଆଜି ବାଳକାଟି ସତସଙ୍ଗ ବିହାର ଆନୁକୁଲ୍ୟରେ , ଆଞ୍ଚଳିକ ସତସଙ୍ଗୀ ଓ କର୍ମୀମାନଙ୍କ ସହାୟତାରେ ପାଳିତ ହୋଇଯାଇଛି ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୬ ତମ ଜନ୍ମ ମହୋତ୍ସବ, ତଥା ବାଳକାଟି ସତସଙ୍ଗ ବିହାରର ଅଷ୍ଟମ ବାର୍ଷିକ ଉଦବୋଧନ ସ୍ମୃତି ମହୋତ୍ସବ। ପ୍ରାତଃ ସମୟରେ ଉଷା କୀର୍ତ୍ତନ ପରେ ପରେ ଉଷା ବିନତୀ ପ୍ରାର୍ଥନା କରାଯାଇଥିଲା। ତତ୍ପରେ ଶ୍ରୀ ଶ୍ରୀ ଠାକୁରଙ୍କର ଶୋଭାଯାତ୍ରା ସହ ନଗର ପରିକ୍ରମା ହୋଇଥିଲା। ସତସଙ୍ଗ ବିହାର ଆନୁକୁଲ୍ୟରେ ସତସଙ୍ଗ ପୂର୍ବରୁ ଆୟୋଜିତ ହୋଇଥିଲା ଭଜନାଞ୍ଜଳି କାର୍ଯ୍ୟକ୍ରମ।
ଭଜନାଞ୍ଜଳି କାର୍ଯ୍ୟକ୍ରମ ପରେ ପରେ ସହପ୍ରତି ଋତ୍ୱିକ୍ ଶ୍ରୀଯୁକ୍ତ ଗୋପୀନାଥ ତ୍ରିପାଠୀ ପ୍ରଦୀପ ପ୍ରଜ୍ବଳନ କରିଥିଲେ ଏବଂ ସହପ୍ରତି ଋତ୍ୱିକ୍ ଶ୍ରୀଯୁକ୍ତ ହରିହର ପଣ୍ଡା ଆହ୍ୱାନୀ ଗାନ କରିଥିଲେ। ତତ୍ପରେ ଶ୍ରୀଯୁକ୍ତ ଗୋପୀନାଥ ତ୍ରିପାଠୀ ଙ୍କ ପୌରହିତ୍ୟରେ ସତସଙ୍ଗ ସଭା କାର୍ଯ୍ୟ ର ଶୁଭାରମ୍ଭ ହୋଇଥିଲା। ପରେ ପରେ ଯାଜକ କର୍ମୀ ଶ୍ରୀ ସନ୍ତୋଷ ଦାସଙ୍କ ଦ୍ଵାରା ସତ୍ୟାନୁସରଣ ପାଠ କରାଯାଇଥିଲା। ତତ୍ପରେ ସତସଙ୍ଗୀ ଭାଇ ମାନେ ନିଜ ନିଜର ଅନୁଭୂତିର କଥା ସଂକ୍ଷେପରେ ବର୍ଣ୍ଣନା କରିଥିଲେ। ସତସଙ୍ଗ ରେ ଭଜନ ଏବଂ ଅନୁଭୂତିର କଥା ଶୁଣି ଭକ୍ତ ମାନେ ବିଭୋର ହୋଇ ପଡ଼ିଥିଲେ। ଏହାପରେ ମୁଖ୍ୟ ବକ୍ତା ରୁପେ ସହପ୍ରତି ଋତ୍ୱିକ୍ ଶ୍ରୀଯୁକ୍ତ ବୈରାଗୀ ଚରଣ ସାହୁ ଏବଂ ସହପ୍ରତି ଋତ୍ୱିକ୍ ଶ୍ରୀଯୁକ୍ତ ଅଶୋକ କୁମାର ରାୟ ସଦାଲୋଚନା କରିଥିଲେ। ତତ୍ପରେ ସହପ୍ରତି ଋତ୍ୱିକ୍ ଶ୍ରୀଯୁକ୍ତ ଗୋପୀନାଥ ତ୍ରିପାଠୀ ନିଜର ବକ୍ତବ୍ୟ ରଖିଥିଲେ। ସର୍ବ ଶେଷରେ ସହପ୍ରତି ଋତ୍ୱିକ୍ ଶ୍ରୀଯୁକ୍ତ ବୈରାଗୀ ଚରଣ ସାହୁ ସମାପନୀ ସଙ୍ଗୀତ ଗାନ କରି ସତସଙ୍ଗ ସଭା ସମାପନ କରିଥିଲେ। ଏହାପରେ ମଞ୍ଚ ଉପରେ ଅନୁଷ୍ଠିତ ହେଲା ଅର୍ପଣ ନୃତ୍ୟ ଶିକ୍ଷାନୁଷ୍ଠାନ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ। ଏଥିରେ କୁନି କୁନି ପିଲାମାନେ ନିଜର ନୃତ୍ୟ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏବଂ ପରେ ପରେ ଘ୨: ୩୦ଟିକା ଅନୁଷ୍ଠିତ ହୋଇଥିଲା ମାତୃ ସମ୍ମିଳନୀ।
ଏହି ମହୋତ୍ସବରେ ବାଳକାଟି ସତସଙ୍ଗ କେନ୍ଦ୍ରର କର୍ମୀ ସର୍ବଶ୍ରୀ ସରୋଜ କୁମାର ସାହୁ, ଅନିଲ କୁମାର ନାୟକ, ଶେଷଦେବ ଖଟୁଆ, ସନ୍ତୋଷ କୁମାର ଦାସ, ପ୍ରଫୁଲ୍ଲ କୁମାର ସାହୁ, ବୈକୁଣ୍ଠ ବେହେରା , ଗଗନ ଚନ୍ଦ୍ର ବେହେରା, ମନୋଜ ନାୟକ, ବିଷ୍ଣୁ ଚରଣ ବୋଇତାଇ, ଅଧିକାରୀ ମୃତ୍ୟୁଞ୍ଜୟ ଦାସ (ସହପ୍ରତି ଋତ୍ୱିକ୍) , ରତ୍ନାକର ସ୍ବାଇଁ (ସହପ୍ରତି ଋତ୍ୱିକ୍), ସ୍ବାଇଁଶ୍ରୀ ନୃସିଂହ ଶ୍ରୀଚନ୍ଦନ (ସହପ୍ରତି ଋତ୍ୱିକ୍), ଏବ ବିପିନ ବିହାରୀ ନାୟକ (ସହପ୍ରତି ଋତ୍ୱିକ୍) ସହଯୋଗ କରିଥିଲେ।
ସତସଙ୍ଗ ପରେ ପରେ ଭକ୍ତମାନେ ଆନନ୍ଦବଜାର ରେ ପ୍ରସାଦ ସେବନ କରି ଶ୍ରୀ ଶ୍ରୀ ଠାକୁର ଙ୍କର ଭାବଧାରା କୁ ସାଙ୍ଗରେ ନେଇ ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ସତସଙ୍ଗରେ ପ୍ରାୟ ୨୦୦୦ ଭକ୍ତଙ୍କ ସମାଗମ ହୋଇଥିଲା।