
ଏହିଦିନ ପାଳିତ ହେବ ହେବ ମୌନି ଅମାବାସ୍ୟା, ଏହି ଉପାୟ କୁ କଲେ ମିଳିବ ଶନିଦେବ ଙ୍କ କୃର ଦୃଷ୍ଟିରୁ ମୁକ୍ତି
ମାଘ ମାସ ମଧ୍ୟ ମାର୍ଗଶିର ମାସ ଭଳି ପବିତ୍ର ମାସ ଅଟେ। ମାଘ ମାସର ଅମାବାସ୍ୟା କୁ ମୌନି ଅମାବାସ୍ୟା ବୋଲି ମଧ୍ୟ କୁହାଯାଇଥାଏ। ଚଳିତଥର ମୌନି ଅମାବାସ୍ୟା ଫେବୃଆରୀ ୯ ତାରିଖ ରେ ପାଳିତ ହେବ। ଏହିଦିନ ଅମାବାସ୍ୟା ପଡୁଥିବା କାରଣରୁ ଏହିଦିନ ଟି ରେ ଶନି ଦେବଙ୍କ ର ବିଶେଷ ପୂଜାର୍ଚନା କରାଯାଇ ଥାଏ । ବର୍ତ୍ତମାନ ମକର, କୁମ୍ଭ ଓ ମୀନ ରାଶିରେ ଶନି ଙ୍କ ସାଢେ ସାତି ଚାଲିଛି, ଏବଂ କର୍କଟ ଓ ବିଛା ରାଶିରେ ମଧ୍ୟ ଶନି ଦେବଙ୍କ ପ୍ରଭାବ ରହିଛି। ଯଦି ଏହି ସମସ୍ତ ରାଶିର ଲୋକେ ମୌନି ଅମାବାସ୍ୟା ଦିନ କରିବେ କିଛିଟା ବିଶେଷ ଉପାୟ ତେବେ ଦୂର ହେବ ସମସ୍ତ ଅସୁବିଧା।
ମୌନି ଅମାବାସ୍ୟା ଦିନ ପିପଳ ବୃକ୍ଷ ମୂଳରେ ସୋରିଷ ତେଲ ର ଦୀପ ଜଳାନ୍ତୁ । ଏହିଦିନ ଶନି ମନ୍ତ୍ର ‘ଓମ୍ ଶଂ ଶନିଶ୍ଚରାୟ ନମଃ’ ଏହି ମନ୍ତ୍ରକୁ ଜପ କରନ୍ତୁ । ଏହାକୁ ପ୍ରତ୍ୟେକ ରାଶିର ଲୋକେ କରିବା ଜରୁରୀ। ଯଦି ଅଧିକ ଶାରୀରିକ କଷ୍ଟ ହେଉଛି ତେବେ ଏହିଦିନ ଛାୟା ଦାନ କରିବା ଜରୁରୀ । ଭୋଜନ ରେ ସୋରିଷ ତେଲ, କଳା ଚଣା ଓ ଗୁଡ଼ ର ପ୍ରୟୋଗ କରନ୍ତୁ । ନିଜ ଆଚରଣ, ବ୍ୟବହାର କୁ ଠିକ କରନ୍ତୁ।
ମୌନି ଅମାବାସ୍ୟା ଦିନ ସ୍ନାନ ଓ ଦାନ ର ଅନେକ ମହତ୍ୱ ରହିଛି । ଏହିଦିନ କଳା ରାଶି, ଅଟା, ଚିନି ଇତ୍ୟାଦିର ଦାନ କରନ୍ତୁ । ଏହାପରେ ଏହି ମିଶ୍ରଣ କୁ କଳା ପିମ୍ପୁଡି ଙ୍କୁ ଖାଇବାକୁ ଦିଅନ୍ତୁ । ଯେଉଁ ବ୍ୟକ୍ତିମାନେ ଦାନ ପୁଣ୍ୟ କରି ଥାଆନ୍ତି ସେମାନଙ୍କ ଉପରେ ଶନି ଦେବ ପ୍ରସନ୍ନ ରହି ଥାଆନ୍ତି ।ତେଣୁ ମୌନି ଅମାବାସ୍ୟା ରେ କଳା ରାଶି, କଳା କପଡା, କମ୍ବଳ, ଗୋଟା ବିରି ଆଦି ଖାଦ୍ୟ ସାମଗ୍ରୀ ଦାନ କରିବା ଖୁବ ଶୁଭ ।
ମୌନି ଅମାବାସ୍ୟା ଦିନ ଶମି ବୃକ୍ଷ କୁ ପୂଜା କରନ୍ତୁ । ଏବଂ ଏହା ତଳେ ଦୀପ ଦାନ କରନ୍ତୁ । ଏହାଛଡା ୧୦୮ ଥର ପରିକ୍ରମା କରନ୍ତୁ । ଏହାଦ୍ୱାରା ଶନିଦେବ ଙ୍କ ପ୍ରଭାବ ରୁ ମୁକ୍ତି ମିଳିବ ।