
ଗାଁ ର ମୁରବୀ ମାନଙ୍କୁ ନେଇ ସୋମେଶ୍ୱର ମନ୍ଦିର ର କଲ୍ୟାଣ ମଣ୍ଡପ ଉଦଘାଟିତ
କାକଟପୁର ୭/୩/୨୦୨୪ -(ତୁଷାର ଦୀକ୍ଷିତ )- ଅଷ୍ଟଶମ୍ଭୁ ଙ୍କ ମଧ୍ୟରେ ଅନ୍ୟତମ ପ୍ରଭୁ ସୋମେଶ୍ୱର ଶମ୍ଭୁଙ୍କ ମନ୍ଦିର, ଏହି ମନ୍ଦିର ଟି ବହୁ ପୁରୁଣା ପ୍ରାୟ ୩ ଏକର ଜାଗାରେ ପ୍ରଭୁ ଙ୍କର ଏହି ମନ୍ଦିର ଅବସ୍ଥିତ, ପୁରୁଖା ଲୋକଙ୍କ ଚେଷ୍ଟା, ନିଷ୍ଠା, ପ୍ରଚେଷ୍ଟା ବଳରେ ଆଜି ନବନିର୍ମିତ ଅତ୍ୟାଧୁନିକ କଲ୍ୟାଣମଣ୍ଡପ ଟି କାକଟପୁରର ବରିଷ୍ଠ ସେବାୟତଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l ସେବାୟତ ନିଯୋଗର ନିଜସ୍ୱ ପାଣ୍ଠି ଓ ସରକାରଙ୍କ ମିଳିତ ଆର୍ଥିକ ବିନିଯୋଗରେ ୪୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ କଲ୍ୟାଣ ମଣ୍ଡପଟି ନିର୍ମାଣ କରାଯାଇଛି l ସେବାୟତ ନିଯୋଗ ଆନୁକୂଲ୍ୟରେ ଆଜି ଏକ ସ୍ୱତନ୍ତ୍ର ବୈଠକରେ ୫ ଜଣ ବରିଷ୍ଠ ସେବାୟତ ଫିତା କାଟି ନବନିର୍ମିତ ଗୃହକୁ ଉଦଘାଟନ କରିଥିଲେ l ଅତିଥି ମାନଙ୍କ ମଧ୍ୟରେ ସେବାୟତ ନିଯୋଗ ର ପୂର୍ବତନ ସଭାପତି ଲକ୍ଷ୍ମୀଧର ଦୀକ୍ଷିତ, ପୂର୍ବତନ ସଦସ୍ୟ ବାଲୁଙ୍କେଶ୍ୱର ଦାଶ , ବରିଷ୍ଠ ରାଜନେତା ତଥା ସେବାୟତ ଯୋଗେନ୍ଦ୍ର ପାଢ଼ୀ, ବରିଷ୍ଠ ଶିକ୍ଷାବିତ ତଥା ମଙ୍ଗଳା କଲେଜ ର ପ୍ରତିଷ୍ଠିତା ରାମଚନ୍ଦ୍ର ଦୀକ୍ଷିତ, ମଙ୍ଗଳା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ, ସେବାୟତ ନିଯୋଗ ସଭାପତି ମନୋରଞ୍ଜନ ପଣ୍ଡା, ସମ୍ପାଦକ ପବିତ୍ର କୁମାର ଦୀକ୍ଷିତ, ଉପସଭାପତି କମଳ ଲୋଚନ ଦୀକ୍ଷିତ, ବରିଷ୍ଠ ସଦସ୍ୟ ଅଶୋକ କୁମାର ଦୀକ୍ଷିତ, ତୁଷାର ରଞ୍ଜନ ଦୀକ୍ଷିତ,ଉପଦେଷ୍ଟା କମିଟି ସଦସ୍ୟ ହରିହର ଦୀକ୍ଷିତ, ଶରତ କୁମାର ଦୀକ୍ଷିତ, ସୁଦର୍ଶନ ଦୀକ୍ଷିତ,ପ୍ରମୁଖ ଯୋଗଦେଇ ନବନିର୍ମିତ ଗୃହ ଭକ୍ତ ମାନଙ୍କର ଆବଶ୍ୟକତା କୁ ଦୃଷ୍ଟିରେ ରଖି ବିବାହ, ନିର୍ବନ୍ଧ, ଜନ୍ମଉତ୍ସବ, କର୍ଣ୍ଣବେଧ, ବ୍ରତୋପନୟନ ଓ ଜଳାଭିଷେକ ଆଦି କାର୍ଯ୍ୟରେ ଲାଗିପରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିବା ସହିତ ଗୋଟେ ବଡ଼ ସଫଳତା ର ଶୀର୍ଷ ରେ ବର୍ତମାନ ମାନର ସଦସ୍ୟ ପହଞ୍ଚି ଛନ୍ତି ବୋଲି ଅଭିଭାଷଣ ରେ ପ୍ରକାଶ କରିଥିଲେ l ପରିଶେଷରେ ସେବାୟତ ନିଯୋଗର ସଦସ୍ୟ ଅଶୋକ କୁମାର ଦୀକ୍ଷିତ,ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଆଜି ପବିତ୍ର ଜାଗର ଅବସରରେ ଶିବ ଭକ୍ତ ମାନଙ୍କୁ ଜାଗାର ଜାଳିବା ସହିତ ଠିକ ରାତ୍ର 11ଘଟିକା ରେ ମହାଦୀପ ଉଠିବାର ସ୍ଥିର କରାଯାଇଛି ବୋଲି କଜିଥିଲେ l