
ଗ୍ରାମାଞ୍ଚଳ ରାସ୍ତା ଅସୁରକ୍ଷିତ – ଦୁଇ ଦିନରେ ତିନି ଦୁର୍ଘଟଣା – ବଢୁଛି ଦୁର୍ଦଶା l
କାକଟପୁର – ୯ / ୨/ ୨୦୨୪ – ( ତୁଷାର ଦୀକ୍ଷିତ ) – କାକଟପୁର ଓ ଏହାର ଆଖପାଖ ଗ୍ରାମାଞ୍ଚଳ ରାସ୍ତା ଏବେ ଅସୁରକ୍ଷିତ ହୋଇପଡିଛି l ଦ୍ରୁତ ବେଗରେ ଗାଡି ଚାଳନା ସାଙ୍ଗକୁ ନିଶାସକ୍ତ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁ ଘଟୁଛି ଦୁର୍ଘଟଣା ଅକାଳରେ ଚାଲିଯାଉଛି ଜୀବନ. ଗତ ଦୁଇ ଦିନରେ ତିନଟି ଦୁର୍ଘଟଣା ଘଟିଥିଲେ ମଧ୍ୟ ଆଜି ସକାଳ ଦୁର୍ଘଟଣା ଅତ୍ୟନ୍ତ ମର୍ମସ୍ପର୍ଶୀ. କାକଟପୁର ଆଡକୁ ଆସୁଥିବା od-02cs-7650-କାର ସହିତ ବିପରୀତ ଦିଗରୁ ଆସୁଥିବା ଦୁଇ ଚକିଆ ର ବଲରା ଠାରେ ମୁହଁମୁହିଁ ଧକାରେ ଗୁରୁତର ହୋଇଛନ୍ତି ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ କଣ୍ଟାପଡା ଗ୍ରାମର ସୁକାନ୍ତ ସେଠି (୩୫) ଓ ତାଙ୍କର ନାବାଳକ ପୁଅ ରାମଚନ୍ଦ୍ର ସେଠି. ନାବାଳକ ର ପେଟ କଣା ହୋଇ ରକ୍ତ ଶ୍ରାବ ହେଉଥିବା ଦେଖିବାକୁ ମିଳିଥିଲା. ତତକ୍ଷାଣାତ ପୋଲିସ ପହଂଚି ଗୁରତର ଙ୍କୁ ହସ୍ପିଟାଲ କୁ ପଠାଇ ଚିକିତ୍ସା ଚଳାଇଛନ୍ତି. କାର ଓ ଡ୍ରାଇଭରେ କୁ ଥାନା ରେ ଅଟକ ରଖାଯାଇଛି.ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ଯୋଗୁଁ ଅଭାବନୀୟ ଘଟଣା ବଢ଼ି ଚାଲିଛି. ତୁରନ୍ତ ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାକୁ ଦାବି ହେଉଛି