
ସେବା ନିବୃତ ଶିକ୍ଷକ ମାନଙ୍କ ବନ୍ଧୁ ମିଳନ
କାକଟପୁର-୧୪/୦୩/୨୦୨୪ – (ତୁଷାର ଦୀକ୍ଷିତ ) – ବୟସ ର ଅପରାହ୍ନ ରେ ପହଞ୍ଚି ଥିଲେ ବି ସେମାନଙ୍କର ଆଜି ବି ମନେ ପଡେ ସମାଜ ପାଇଁ ଉଚର୍ଗୀକୃତ ହୋଇଥିବା ସେତେବେଳର ନିମ୍ନ ମାଧ୍ୟମିକ ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କର କର୍ମ ମୟ ଜଞ୍ଜାଳ ରୁ କିଛି ସମୟ କାଢି ଏକାଠି ହୋଇଛନ୍ତି ଅସ୍ତରଙ୍ଗ ନିକଟସ୍ତ ଗଙ୍ଗା ଦେବୀ ମନ୍ଦିର ନିକଟରେ ଯାହା ଆଶା କରାଯାଉ ନ ଥିଲା ତାହା ଦେଖିବାକୁ ମିଳିଥିଲା ଯିଏ ଯେଉଁ ବାଟରେ ଉପଯୁକ୍ତ ସମୟ ପୂର୍ବରୁ ପହଞ୍ଚି ଏକ ଭାବ ବିହଳ ହୋଇପଡ଼ିଥିଲେ ସେଇ ପୁରୁଣା ସ୍ମୁତି କୁ ସାଉଁଟି ଥିଲେ, ପରେ ଏକ ବୈଠକ ବସିଥିଲା ଏହି ବୈଠକ ରେ ପଞ୍ଚାନନ ସ୍ୱାଇଁ ଙ୍କ ସଭାପତିତ୍ବ ରେ ସେବାରୁ ନିବୃତ ଶିକ୍ଷକ ମାନେ ବ୍ୟକ୍ତିଗତ ସାମାଜିକ ସମସ୍ୟା ସହିତ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ସମସ୍ୟା ଏହି ଆଲୋଚନା ର କେନ୍ଦ୍ର ବିନ୍ଦୁ ହୋଇଥିଲା, ରାଜ୍ୟ ସରକାର ସମସ୍ତ ସରକାରୀ ଓ ବେସରକାରୀ ଙ୍କ ବେତନ, ଭତ୍ତା ଓ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ ସୁଧା ତାଙ୍କର ଅବସର ପ୍ରାପ୍ତ ମଣିଷ ତିଆରି କାରଖାନା ଉପରେ ବୈମାତୃକିକ ମନୋଭାବ ସମସ୍ତଙ୍କ ମନରେ କ୍ଷୋଭ ଆଣି ଦେଇଥିଲା, ମୁଖ୍ୟତଃ ପୁରୁଣା ପେନସନ ଲାଗୁ କରିବା, ଚିକିତ୍ସା ଭତ୍ତା, ବିଜୁ ସ୍ୱାସ୍ଥ୍ୟ କୈଲ୍ୟାଣ ଯୋଜନା ପ୍ରଚଳନ, ସେବା ନିବୃତ ଶିକ୍ଷକ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସାମାଜିକ ସୁରକ୍ଷା, ପବିତ୍ର ମା ମଙ୍ଗଳା ଙ୍କ ପୀଠ କୁ ମୋ ବସ୍ ସେବା ପ୍ରଦାନ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଅଧିକ ସ୍ଥାନ ସଂରକ୍ଷଣ ମାନ ଆଲୋଚନା ହୋଇଥିବା ବେଳେ ପୁରୀ, କଟକ, ନିମାପଡା, କାକଟପୁର,ଅସ୍ତରଙ୍ଗ ର ଅବସର ଶିକ୍ଷକ ମାନେ ଯୋଗ ଦେଇଥିବା ବେଳେ ପ୍ରକାଶ ଚନ୍ଦ୍ର ଜେନା, ଭାଗ୍ୟଧର ପ୍ରଧାନ, ମାଧବ ବିଶ୍ୱାଳ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ସୁଶାନ୍ତ ନାୟକ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ, ଶାନ୍ତନୁ କୁମାର ପରିଡା, ସାଧୁ ଚରଣ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ,