
ଅଗ୍ନିକାଣ୍ଡ ରେ ଜଳିଗଲା ଘର, ବିପଦର ସାଥୀ ହେଲେ ସତ୍ୟବାଦୀ ବିଧାୟକ
ସାକ୍ଷୀଗୋପାଳ: ୨୮.୭.୨୪ (ଶାଶ୍ଵତ ଟିଭି) – ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ,ସତ୍ୟବାଦୀ ବ୍ଳକ୍,ବୀରରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ମୁନିଦା ଗ୍ରାମର ହରଷ ପରିଡାଙ୍କ ଘରେ ଭୟାବହ ଅଗ୍ନିକାଣ୍ଡରେ ଘର ଜଳି ଯାଇଥିବା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିବିପର୍ଣ୍ଣ ଙ୍କୁ ଭେଟିଛନ୍ତି ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର। ତାଙ୍କ ସହିତ ସତ୍ୟବାଦୀ ଅତିରିକ୍ତ ତହସିଲଦାର ଓ ସ୍ଥାନୀୟ ସରପଞ୍ଚ ବର୍ଷା ରାଣୀ ସେଠୀ ଯୋଗଦାନ କରି ଘଟଣାସ୍ଥଳ ବୁଲି ଦେଖିବା ସହ ପୀଡିତ ପରିବାରବର୍ଗଙ୍କୁ ସାକ୍ଷାତ କରି ସରକାରୀ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ସମବେଦନା ଜଣାଇଛନ୍ତି ।
ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବିରରାମଚନ୍ଦ୍ରପୁର୍ ଗ୍ରାମ ପଞ୍ଚାୟତର, ମୁନିଦା ଗ୍ରାମରେ ନିକଟରେ ଘଟିଥିବା ଅଗ୍ନିକାଣ୍ଡରେ ହରସ ପରିଡ଼ାଙ୍କ ଦୁଇ ବଖରା ଘର ସହ ଧାନ ଚାଉଳ ,ଆସଭାବପତ୍ର ପୋଡି ଅନେକ କ୍ଷୟକ୍ଷତି ହୋଇଥିଲା । ଖବର ପାଇ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ରବିବାର ପୂର୍ବାହ୍ନ ୧୦ ଘଟିକାରେ ଅଗ୍ନିବିପର୍ଣ୍ଣଙ୍କ ପରିବାର ନିକଟରେ ପହଞ୍ଚି ଥିଲେ । ବିପର୍ଣ୍ଣ ପରିବାରର ଭଲ ମନ୍ଦ ବୁଝିବା ସହ ଆସନ୍ତା ୩ ମାସ ମଧ୍ୟରେ ଆବାସ ଯୋଜନାରେ ଘର ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅଗ୍ନିକାଣ୍ଡରେ ଘରର ଆସଭାବ ପତ୍ର ଏବେବି ପାଉଁସ ଗଦା ତଳେ ଥିବାରୁ ଏହାକୁ ସଫା ସୁତରା କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ
କରିଥିଲେ । ସତ୍ୟବାଦୀ ଅତିରିକ୍ତ ତହସିଲଦାର ରାଜେଶ ପ୍ରିୟଦର୍ଶୀ ଓ ଅମିନ ମୃତ୍ୟୁଞ୍ଜୟ ସିଂ ଙ୍କୁ . ବିଧାୟକ ବିପର୍ଣ୍ଣ ପରିବାରର କ୍ଷୟ କ୍ଷତି ରିପୋର୍ଟ ଶୀଘ୍ର ପ୍ରସ୍ତୁତ କରି ଅବସକୀୟ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ପଞ୍ଚାୟତ ସରପଞ୍ଚ ବର୍ଷା ରାଣୀ ସେଠି , ମଣ୍ଡଳ ସଭାପତି ଉମେଶ ପ୍ରଧାନ ,ସୁରେନ୍ଦ୍ର ପ୍ରଧାନ , ପୂର୍ବତନ ସରପଞ୍ଚ ହର ରଥ ଙ୍କ ସମେତ ଅନ୍ୟ ମନେ ସହାୟତା ପ୍ରଦାନ ସମୟରେ ବିଧାୟକ ଙ୍କ ସହ ଉପସ୍ଥିତ ଥିଲେ
ଏହି ଭଳି ଘଡି ସନ୍ଧି ମୁହୂର୍ତ୍ତରେ ଅଗ୍ନିବିପର୍ଣ ଙ୍କ ବିପଦର ସାଥୀ ହୋଇ ତୁରନ୍ତ ସହାୟତା ଯୋଗାଇଥିବାରୁ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ଗ୍ରାମବାସୀ।