
ଅବସରପ୍ରାପ୍ତ ସୈନିକଙ୍କ ନେତୃତ୍ୱରେ ତ୍ରିରଙ୍ଗା ଯାତ୍ରା
ସତ୍ୟବାଦୀ: ୧୫.୮.୨୪-(ଶାଶ୍ଵତ ଟିଭି) – ଦେଶ ପାଳୁଛି ୭୮ ତମ ସ୍ବାଧିନତା ଦିବସ ଏହି ଅବସରରେ ସତ୍ୟବାଦୀ ରେ ଅବସରପ୍ରାପ୍ତ ସୈନିକ ଦିପକ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଟିତ ହୋଇଯାଇଛି ତ୍ରୀରଙ୍ଗା ଯାତ୍ରା। ଗଡବଳରାମପୁର ପଞ୍ଚାୟତର ଶ୍ରୀରାମ ବଜାର ମହବୀର ପ୍ରାଙ୍ଗଣରୁ ଏକ ବାଇକ ରାଲି ବାହାରି ନୂଆସନ୍ଥ, ବଳଙ୍ଗା କଲେଜ,ବଳଙ୍ଗା, ସାତସଙ୍ଖ ବଜାର ଦେଇ ସତ୍ୟବାଦୀର ପଞ୍ଚସଖାଙ୍କ ପହଞ୍ଚି ମାଲ୍ୟାର୍ପଣ ପରେ ତ୍ରିରଙ୍ଗା ଯାତ୍ରା ଉତ୍କଳମଣି ଙ୍କ ଜନ୍ମ ପୀଠ ସୁଆଣ୍ଡୋ ଠାରେ ପହଞ୍ଚିଥିଲା, ସେଠାରେ ଥିବା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଗୋପବନ୍ଧୁ ପାର୍କ ରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଓମପ୍ରକାଶ ମିଶ୍ର,ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ରତିକାନ୍ତ ମିଶ୍ର, ମହୁରା ପଞ୍ଚାୟତର ସରପଞ୍ଚ ସରିତାପ୍ରିୟଦର୍ଶିନୀ ପରିଜା, କେତକୀପାଟଣା ପଞ୍ଚାୟତର ସମିତି ସଭ୍ୟ ସମ୍ପଦ ପରିଡା, ପୂର୍ବତନ ଜିଲ୍ଲା ପରିଷଦ ଧୃବଚରଣ ଦାଶ ଏବଂ ଅନେକ ସରପଞ୍ଚ ଓ ସମିତି ସଭ୍ୟମାନେ ସୁଆଣ୍ଡୋରେ ସ୍ବାଗତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ତ୍ରିରଙ୍ଗା ଯାତ୍ରାରେ ଗ୍ରାମାଞ୍ଚଳର ବହୁତ ଯୁବକ ବାଇକ ଧରି ସାମିଲ୍ ହେବା ସହିତ ଜୟହିନ୍ଦ, ଭାରତମାତାକି ଜୟ , ବନ୍ଦେ ମାତରଂ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଅମର ରହେ ସ୍ଲୋଗାନରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ଏହି ଶୋଭାଯାତ୍ରା ଯୁବପିଢ଼ି ମାନଙ୍କୁ ବହୁତ ଆକୃଷ୍ଟ କରିଥିଲା।