
ବିଶ୍ବମ୍ଭର ବିଦ୍ୟାପୀଠ ମଧ୍ୟରେ ପ୍ରସ୍ତାବିତ ସ୍ୱରେଜ ପାଇପକୁ ଘୋର ବିରୋଧ
ପୁରୀ: ୨୫.୮.୨୪
(ଶାଶ୍ଵତ ଟିଭି)
ପୁରୀ ଚିତ୍ରକାର ସାହିରେ ଥିବା ବିଶ୍ବମ୍ଭର ବିଦ୍ୟାପୀଠରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ଅଭିଭାବକ ମାନେ ଆଜି ଏକ ଜରୁରୀ ବୈଠକରେ ଏକତ୍ରୀତ ହୋଇ ସ୍ୱରେଜ ବୋର୍ଡ ଦ୍ଵାରା ପ୍ରସ୍ତାବିତ ବିଦ୍ୟାଳୟ ପଛପାଖରେ ଥିବା ସାହି ଓ ବସ୍ତିର ଆବର୍ଜନା ନାଳକୁ ସାହିର ମଧ୍ଯଭାଗ ରାସ୍ତାରେ ନନେଇ ଆଇନ ବହିର୍ଭୂତ ଓ ଅନୈତିକ ଉପାୟରେ ବିଦ୍ୟାଳୟ ପରିସରରେ ଥିବା ଖେଳ ପଡିଆ ମଝିରେ ନବାକୁ କରୁଥିବା ଷଡଯନ୍ତ୍ରକୁ ତୀବ୍ର ବିରୋଧ କରିଛନ୍ତି l ଏଥିସହ ଛାତ୍ର ଅଭିଭାବକ ଓ ଶିକ୍ଷକ କମିଟିରେ ଥିବା ସଦସ୍ୟ ମାନଙ୍କୁ ଏକ ସାମୁହିକ ଦସ୍ତଖତ ବିରୋଧ ପତ୍ର ପ୍ରଦାନ କରିଥିଲେ lସ୍ୱରେଜ ପାଇପକୁ ବିଦ୍ୟାଳୟ ଖେଳ ପଡିଆର ମଧ୍ୟଦେଇ ନେବା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ୱାଟକୋ ବିଭାଗୀୟ ମୁଖ୍ୟ ଅଧିକାରୀଙ୍କ ମାନବିକତାହୀନ ଓ ଶିଶୁ ମାରଣ ନୀତି ବିରୁଦ୍ଧରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ଶିଶୁ ମଙ୍ଗଳ ସମିତି କାର୍ଯ୍ୟାଳୟକୁ ଯାଇ ନିଜର ପ୍ରତିବାଦ ପତ୍ର ଜ୍ଞାପନ କରିଛନ୍ତି l ଏଠାରେ ସୂଚନାଯୋଗ୍ୟଯେ ବର୍ତ୍ତମାନ ବିଦ୍ୟାଳୟରେ ଅଧ୍ୟୟନ ରତ ପାଖାପାଖି ୧୫୦୦ ଛାତ୍ରଛାତ୍ରୀ ମାନଙ୍କ ଖେଳ ପଡିଆ ଚିତ୍ରକାର ସାହି ମୂଳ ରାସ୍ତାରୁ ପ୍ରାୟତଃ ୩ ଫୁଟ ତଳେ ଥିବାରୁ ସାମାନ୍ୟ ବର୍ଷା ଯୋଗୁଁ ବର୍ଷା ଜଳ ଜମି ରହୁଛି ଯଦି ପ୍ରସ୍ତାବିତ ସ୍ୱରେଜ ପାଇପ ଅବରୋଧ ହୋଇ ଉଛୁଳି ଉଠେ ତାହାଲେ ବିଦ୍ୟାଳୟର ପରିସର ଆବର୍ଜନା ପାଣି ଓ ମାନବୀୟ ବର୍ଜ୍ୟବସ୍ତୁ ରେ ପରିପୂର୍ଣ୍ଣ ହୋଇ ଏକ ଦୁର୍ଗନ୍ଧ ଓ ପୂତମୟ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବାର ନିଶ୍ଚିତ ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ l ଏକ ମିଳିତ ପ୍ରତିନିଧି ମଣ୍ଡଳୀ ଆସନ୍ତା ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ବୀରେନ୍ଦ୍ର କୁମାର ମିଶ୍ର ପ୍ରକାଶ କରିଛନ୍ତି l