
ସୁନା ଦୋକାନୀ ମାଲିକଙ୍କୁ ଗୁଳି କରି ଦୁର୍ବୁତ୍ତ ଫେରାର
କାକଟପୁର: ୧୬/୦୯/୨୦୨୪
ରିପୋର୍ଟ୍ : ତୁଷାର ଦୀକ୍ଷିତ
କାକଟପୁର ଥାନା ଅଧିନସ୍ଥ କୁଣ୍ଢେଇହାଟ ତିନି ଛକି ବଜାରରେ ଥିବା ସାହୁ ଜୁଏଲାରୀର ସତ୍ବାଧୀକାରୀ ନିରଞ୍ଜନ ସାହୁ ଦୋକାନରେ ବସିଥିବାବେଳେ ହଠାତ କୋଣାର୍କ ପଟୁ ୨ ଜଣ ଯୁବକ ଏକ ନମ୍ବର ବିହୀନ ହୋଣ୍ଡା ସାଇନ ମୋଟରସାଇକେଲ ଆସି ମୁଁହରେ ମାସ୍କ ପିନ୍ଧି ଦୋକାନ ଭିତରକୁ ପଶିଥିଲେ l ଦୋକାନ ମାଲିକ ଶ୍ରୀ ସାହୁ ତାଙ୍କୁ ପଚାରିବାରେ ସେ ହଠାତ ଅଣ୍ଟାରୁ ଏକ ବନ୍ଧୁକ ବାହାର କରି ୨ ରାଉଣ୍ଡ ଫାଇରିଙ୍ଗ କରିଥିଲେ l ଶ୍ରୀ ସାହୁ କିଛି ବୁଝି ନପାରି ବୁଲି ପଡିବା ବେଳକୁ ଗୋଟିଏ ଗୁଳି ତାଙ୍କ କଙ୍କାଳ ଦେଇ ବାହାରି ଯାଇଥିବା ବେଳେ ଆଉ ଏକ ଗୁଳି ତାଙ୍କର କଙ୍କାଳ ରେ ରହିଥିବା କାକଟପୁର ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରକାଶ କରିଛନ୍ତି l ଦୋକାନୀ ଶ୍ରୀ ସାହୁ ଉପସ୍ଥିତ ବୁଦ୍ଧି ଖଟାଇ ତାଙ୍କ ଦୋକାନରେ ଥିବା ନାଇଟ୍ରିକ ଏସିଡ ଦୁର୍ବୁତ୍ତ ମାନଙ୍କୁ ଫୋପାଡ଼ିବାରେ ସେମାନେ ତାଙ୍କର ନମ୍ବର ବିହୀନ ବାଇକ ଛାଡି ଏକ ୱାଗନଆର କାରରେ କୋଣାର୍କ ଅଭିମୁଖେ ଫେରାର ହୋଇଯାଇଥିଲେ l ଗୁରୁତର ଅବସ୍ଥାରେ ଶ୍ରୀ ସାହୁଙ୍କୁ ନିକଟସ୍ଥ ଦୋକାନୀ ମାନେ ନିକଟସ୍ଥ କାକଟପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବାବେଳେ କାକଟପୁର ମେଡିକାଲର ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରି ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ କୁ ସ୍ଥାନାନ୍ତର କରିଥିଲେ l ଏ ସଂକ୍ରାନ୍ତରେ କାକଟପୁର ପୋଲିସ ଖବର ପାଇ ବିଭିନ୍ନ ଛକ ଯାଗାରେ ଛାନଭିନ କରି ଅଧିଜ ତଦନ୍ତ ଚଳାଇଥିବା କାକଟପୁର ଥାନା ଆଇଆଇସି ବିଜୟ କେତନ ବେହେରା ପ୍ରକାଶ କରିଛନ୍ତି l