
ସତ୍ୟବାଦୀ ରେ ସ୍ୱର୍ଗତ ରତନ ଟାଟା ଙ୍କୁ ଶ୍ରଦ୍ଧାଞ୍ଜଳି
ସତ୍ୟବାଦୀ: ତା ୧୦.୧୦.୨୪
ଶାଶ୍ଵତ ଟିଭି
ଭାରତର ଶିଳ୍ପ ଜଗତର ରତ୍ନ ପଦ୍ମଶ୍ରୀ ରତନ ଟାଟାଙ୍କ ବିୟୋଗରେ ସାର ଭାରତବର୍ଷ ସ୍ତବ୍ଧ ହୋଇଯାଇଛି । ସାରାସମାଜ ତାଙ୍କର ବୈପ୍ଲବିକ ଅବଦାନ ପାଇଁ ତାଙ୍କୁ ମନରେ ଝୁରୁଛନ୍ତି ଭାରତ ବସୀ । ଏହି ଅବସରରେ ସତ୍ୟବାଦୀ ର ବୁଦ୍ଧିଜୀବୀ,ସମାଜସେବୀ,ସାମ୍ବାଦିକ ଓ ସାଧାରଣ ଜନତା ସାକ୍ଷୀଗୋପାଳ ମନ୍ଦିର ଆଗରେ ଆଜି ସନ୍ଧ୍ୟାରେ ଏକତ୍ର ହୋଇ ତାଙ୍କର ଗୁଣଗାନ କରିବା ସହ ତାଙ୍କର ଅମର ଆତ୍ମାର ସଡଗତି ନିମନ୍ତେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ଏଥିରେ ଆଇନଜୀବୀ ସୁଶାନ୍ତ କୁମାର ରଥ, ବରିଷ୍ଟ ସାମ୍ବାଦିକ କିଶୋରଚନ୍ଦ୍ର ମହାପାତ୍ର,ଶିକ୍ଷାବିତ୍ ସତ୍ୟବାଦୀ ଦାସ, ସମାଜସେବୀ ସୁଦର୍ଶନ ପ୍ରଧାନ, ସେବାୟତ ଶ୍ୟାମ ସୁନ୍ଦର ମହାପାତ୍ର, ଉପେନ୍ଦ୍ର ବିଶ୍ବାଳ, ରୋଜାଲିନ ମିଶ୍ର , ପୂର୍ଣ୍ଣଚନ୍ଦ୍ର ବରାଳ ଭଳି ଅନେକ ବ୍ୟକ୍ତି ଏକତ୍ର ହୋଇ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ସ୍ମୃତି ଚାରଣ କରିଥିଲେ