
୨ ଚୋରୀ ମାମଲାରେ ୨ ଚୋର ଗିରଫ, ଚୋରୀ ଜିନିଷ ଉଦ୍ଧାର
କାକଟପୁର: ତା ୩୦/୧୦/୨୦୨୪
ରିପୋର୍ଟ୍ : ତୁଷାର ଦୀକ୍ଷିତ
ଗତ କିଛିଦିନ ତଳେ କାକଟପୁର ଥାନା ଅଧିନସ୍ଥ ଫକୀର ସାହି ଉପ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚୋରୀ ଯାଇଥିବା ଆସବାବପତ୍ର ଓ ସେହି ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରୁ କଳାକନା ବୁଲାଇ ଥିଲେ ଏହି ୨ ଜଣ ସିନ୍ଧିଚୋର l କାକଟପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ଫଳରେ ଏହି ୨ ଚୋରଙ୍କୁ ଧରିବାରେ ସଫଳ ହୋଇଛି l ସେମାନେ ହେଲେ ଏହି ଥାନା ଅଧିନସ୍ଥ ବୋଦଳା ଗ୍ରାମର ପବନି ଓରଫ ପବିତ୍ର କାଣ୍ଡି ଏବଂ ଅଶୋକ କାଣ୍ଡି l ଗତକାଲି ଉକ୍ତ ୨ ଜଣଙ୍କୁ ଗିରଫ କରିବା ପରେ ସେମାନଙ୍କ ନିକଟରୁ ବ୍ୟାଟେରୀ, ଇନଭର୍ଟର ମେସିନ, ଚେୟାର ଓ ଫ୍ରିଜ ଜବତ କରିଛି l ଏମାନେ ଚାରିଛକ, ନିମାପଡା ସମେତ ପୁରୀଜିଲ୍ଲାର ବିଭିନ୍ନ ବଡ଼ ବଡ଼ ଡକାୟତଙ୍କ ସହିତ ସମ୍ପର୍କ ରଖି ଡକାୟତ କରୁଥିବା ପୋଲିସ ଜାଣିବାକୁ ପାଇଛି l ଏମାନଙ୍କ ବିରୁଦ୍ଧରେ ଦଫା 331,305,317,3(5),317(2) କେଶ ନମ୍ବର 115,202 ରେ ମାମଲା ରୁଜୁ କରାଯାଇ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି l ଏ ସଂକ୍ରାନ୍ତରେ ଅଧିଜ ତଦନ୍ତ ଚାଲୁ ରହିଛି ବୋଲି କାକଟପୁର ଥାନା ଆଇଆଇସି ବିଜୟ କେତନ ବେହେରା ପ୍ରକାଶ କରିଛନ୍ତି l