
ପବିତ୍ର ଅଁଳାନବମୀ ପର୍ବ ନିମିତ ୨ୟ ସମନ୍ଵୟ ବୈଠକ ଅନୁଷ୍ଠିତ
ସାକ୍ଷୀଗୋପାଳ:୦୪/୧୧/୨୦୨୪
ଶାଶ୍ଵତ ଟିଭି
ପୁରୀ ଜିଲ୍ଲାର ଦ୍ଵିତୀୟ ଗଣପର୍ବ ହେଉଛି ପବିତ୍ର ଅଁଳାନବମୀ ଓ ଏକାଦଶୀ ଯାତ୍ରା ଯେଉଁଥିରେ କି ମା ରାଧା ରାଣୀଙ୍କ ପାଦ ଦର୍ଶନ ନିମିତ ସମାଗମ ହୁଏ ଅନେକ ଭକ୍ତଙ୍କର। ଏହି ଯାତ୍ରାକୁ ସରସ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ତା ୦୪/୧୧/୨୦୨୪ ରେ ଉପଜିଲ୍ଲାପାଳ ନୀଳ ମାଧବ ମାଝିଙ୍କ ସଭାପତିତ୍ୱରେ, ଜିଲ୍ଲା ପ୍ରଶାସନ ଓ ସତ୍ୟବାଦୀ ପ୍ରଶାସନ ସହିତ ସାକ୍ଷୀଗୋପିନାଥ ଦେବଙ୍କ ସେବାୟତ ସଂଘ ର ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଅତିରିକ୍ତ ଏସପି ବିଷ୍ଣୁ ପସାଦ ପତି, ସତ୍ୟବାଦୀ ବିଧାୟକ ଶ୍ରୀଯୁକ୍ତ ଓମ ପ୍ରକାଶ ମିଶ୍ର, ଅତିରିକ୍ତ ଦେବତ୍ତର କମିଶନର ଶିଶିର କୁମାର ସାହୁ , ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଏସଡିପିଓ ବିରଞ୍ଜି ନାରାୟଣ ପତି , ଅତିରିକ୍ତ ତହସିଲଦାର ପିୟଦର୍ଶୀ ରାଜେଶ, ବିଡିଓ ଲିପିସା ରାୟଙ୍କ ସହିତ ସତ୍ୟବାଦୀ ଥାନା ଅଧିକାରୀ ଉମେଶ କୁମାର ସାହୁ, ସାକ୍ଷୀ ଗୋପାଳଙ୍କ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ, ସାକ୍ଷୀଗୋପିନାଥ ଦେବଙ୍କ ସେବାୟତ ସଂଘର ସଭାପତି ଆଶୋକ କୁମାର ଖୁଣ୍ଠିଆ ଓ ସମ୍ପାଦକ ପ୍ରତାପ କୁମାର ମହାପାତ୍ର, ଉପସଭାପତି ସଂଜୟ କୁମାର ନନ୍ଦ, ସଦସ୍ୟ ଓ ଅନ୍ୟ ସେବାୟତ ପ୍ରମୁଖ ଉପସ୍ଥିତ ରହି ଆଲେଚନାରେ ଅଂଶ ଗ୍ରହଣ କରିଥିଲେ ।
ଏହି ବୈଠକରେ ପାସ୍ ର ଦାୟୀତ୍ୱ ସତ୍ୟବାଦୀ ତହସିଲଦାରଙ୍କୁ ଦିଆଯାଇଛି ବୋଲି ଦେବତ୍ତର ଅତିରିକ୍ତ କମିଶନର କହିଛନ୍ତି । ଯେଉଁ ବିଭାଗ ଅଧିକାରୀ ମାନେ ପ୍ରଥମ ପ୍ରସ୍ତୁତି ବୈଠକରେ ଦିଆଯାଇଥିବା ଦାୟୀତ୍ୱକୁ ସୁଚାରୁରୂପେ କରିନାହାନ୍ତି ସେମାନଙ୍କ ଉପରେ ସତ୍ୟବାଦୀ ବିଧାୟକ ଶ୍ରୀଯୁକ୍ତ ଓମ ପ୍ରକାଶ ମିଶ୍ର କ୍ଷୋଭ ପ୍ରକାଶ କରିବା ସହିତ ଦିଆଯାଇଥିବା କାମକୁ ତୁରନ୍ତ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ।
୧୦ ତାରିଖ ଅଁଳାନବମୀ ଯାତ୍ରା ପାଇଁ ପୂର୍ବଦିନ ବିଳମ୍ବିତ ରାତି ୧ଟାରୁ ଦ୍ୱାର ଫିଟା, ମଙ୍ଗଳ ଆଳତୀ ୧.୩୦, ବେଶ, ମଇଲମ, ମର୍ଦ୍ଦନଅବକାଶ ଓ ନଟବର ବେଶ ୧.୩୦ରୁ ରାତ୍ର ୩ ଘଟିକା ପର୍ଯ୍ୟନ୍ତ ହେବ। ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳଧୂପ, ବାଳଧୂପ, ଓ ମଦନମୋହନ ଭୋଗ ପୂର୍ବରାତ୍ର ୩ ଘଟିକାରୁ ଆରମ୍ଭ ହୋଇ୫.୩୦ରେ ଶେଷ ହେବ । ୫.୩୦ରୁ ମନ୍ଦିର କର୍ମଚାରୀ ଓ ସେବାୟତଙ୍କ ପରିବାର ମାନେ ଦର୍ଶନ କରିବା ନିମନ୍ତେ ସେବାୟତ ସଂଘ ପକ୍ଷରୁ ସମୟ ନିଘଣ୍ଟ କରାଯାଇଛି । ସକାଳ ୬ ଘଟିକାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନ ରହିବ । ୫ ଟାରୁ ୫.୩୦ ପର୍ଯ୍ୟନ୍ତ ସେବାୟତ ପରିବର୍ତ୍ତନ ପାଇଁ ଦର୍ଶନ ବନ୍ଦ ରହିବ । ୫.୩୦ରୁ ରାତ୍ରି ୧୧ ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ କରିପାରିବେ ବୋଲି ଜଣାପଡିଛି ।