
ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶୁଭ ଉଦ୍ଘାଟିତ ହେଲା ପୁରୀ ଜିଲ୍ଲାର ବଳଙ୍ଗା, ଅସ୍ତରଙ୍ଗ ଏବଂ ଡେଲାଙ୍ଗର ନୂତନ ଥାନା ଗୃହ
ତା ୧୬ ଡିସେମ୍ବର ୨୦୨୪ ରିଖ
ଡିସେମ୍ବର ୧୬ ତାରିଖ, ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କଟକରେ ୬୯ତମ ପୋଲିସ ଡ୍ୟୁଟି ମିଟ୍ ୨୦୨୪ର ଉଦଯାପନୀ ସମାରୋହରେ ଯୋଗ ଦେଇ ପୁରୀ ଜିଲ୍ଲାର ଡେଲାଙ୍ଗ,ବଳଙ୍ଗା ଓ ଅସ୍ତରଙ୍ଗରେ ନବ ନିର୍ମିତ ତିନୋଟି ଥାନାର ନୂତନ ଅତ୍ୟାଧୁନିକ ଗୃହକୁ କଟକର ରିଜର୍ଭ ପୁଲିସ ଗ୍ରାଉଣ୍ଡରୁ ଆଭାସି ମାଧ୍ୟମରେ ଉଦଘାଟନ କରିଛନ୍ତି । ଆଜିକାଲି ଅପରାଧୀମାନେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ତେଣୁ, ପୋଲିସକୁ ମଧ୍ୟ ଅପରାଧୀଙ୍କ ଠାରୁ ପାଦେ ଆଗରେ ରହିବାକୁ ହେବ ବୋଲି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ସମାରୋହରେ ଉଦ୍ବୋଧନ ଦେଇ କହିଛନ୍ତି।
ତିନୋଟି ଥାନାର ନୂତନ ଅତ୍ୟାଧୁନିକ ଗୃହକୁ କଟକର ରିଜର୍ଭ ପୁଲିସ ଗ୍ରାଉଣ୍ଡରୁ ଆଭାସି ମାଧ୍ୟମରେ ଉଦଘାଟନ କରିବା ସମୟରେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନାଗୃହ ପରିସରରେ ଉପସ୍ଥିତ ରହିଥିଲେ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ , SP ବିନୀତ ଅଗ୍ରୱାଲ, SDPO ବିରଞ୍ଚି ନାରାୟଣ ପତି , ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଏବଂ ଶତାଧିକ ଜନତା । ଏହି ପରିପ୍ରେକ୍ଷୀରେ ପୋଲିସ କିଭଳି ଜନତାଙ୍କୁ ସୁବ୍ୟବସ୍ଥିତ ସହଯୋଗ ର ହାତ ବଢ଼ିପାରିବ ସେ ନେଇ ଆଲୋକପାତ କରିଥିଲେ ବିଧାୟକ ଆଶ୍ରିତ ପଟ୍ଟନାୟକ। ଏବଂ ପୋଲିସ କୁ ସର୍ବଦା ନିଜର ବନ୍ଧୁ ଭାବି ସହଯୋଗ କରିବା ପାଇଁ ମତବ୍ୟକ୍ତ କରିଥିଲେ ଏସପି ବିନୀତ ଅଗ୍ରୱାଲ ।
ସେହିପରି ବଳଙ୍ଗା ନୂତନ ଥାନାଗୃହ ପରିସରରେ ସମ୍ମାନୀୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର,କେନ୍ଦ୍ରାଞ୍ଚଳ ଆଇଜି ଚରଣ ସିଂହ ମୀନା,ପିପିଲି, ନିମାପଡ଼ା ଏବଂ ସତ୍ୟବାଦୀ ବ୍ଲକ ଉନ୍ନୟନ ଅଧିକାରୀ, ପିପିଲି SDPO ବିରଞ୍ଚି ନାରାୟଣ ପତି, ଆର ଆଇ ପୁରୀ,ଏବଂ ବଳଙ୍ଗା ଥାନାଅଧିକାରୀ ଉପସ୍ଥିତ ଥିଲେ। ପୁଲିସ କର୍ମଚାରୀମାନେ ଥାନାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ଦେଖାଇବା ସହ ସେମାନଙ୍କ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ସେମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବା ପାଇଁ ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର ଅନୁରୋଧ କରିଥିଲେ ।
ସେହିପରି ଅସ୍ତରଙ୍ଗ ନୂତନ ଥାନାଗୃହ ପରିସରରେ ରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ସାଂସଦ ଡ଼ଃ ବିଭୁ ପ୍ରସାଦ ତରାଇ ଓ ସମ୍ମାନିତ ଅତିଥି ଭାବେ କାକଟପୁର ବିଧାୟକ ଶ୍ରୀଯୁକ୍ତ ତୁଷାର କାନ୍ତି ବେହେରା, ପୁରୀ ଜିଲ୍ଲା ଅତିରିକ୍ତ ଏସ. ପି ବିଷ୍ଣୁପ୍ରସାଦ ପତ୍ତି, ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତ୍ତି, ପଞ୍ଚାୟତ ସମିତି ଅଧକ୍ଷା ଶ୍ରୀମତୀ ଆରତୀ ନାୟକ,ବିଡ଼ିଓ ସସ୍ମିତା ବେହେରା, ନିମାପଡା ଏସଡିପିଓ ପ୍ରଭାତ ମଲ୍କିକ ଉପସ୍ଥିତ ରହିଥିଲେ ।