
ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ମୟୁର ଝାଲିଆ ଗ୍ରାମର ବିବାହିତା ମହିଳା ଲିଲି ସ୍ୱାଇଁ ନିଖୋଜ
ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ମୟୁର ଝାଲିଆ ଗ୍ରାମର ବିବାହିତା ମହିଳା ଲିଲି ସ୍ୱାଇଁ ୪୮ ବର୍ଷ ଙ୍କର ମିଳୁ ନାହିଁ ପତ୍ତା. ନିଖୋଜ ମହିଳା ମାସେ ତଳେ ନିଜ ଗାଁ ର ଜଣେ ସାଥି ବୟସର ମହିଳାଙ୍କ ସହ ଯାଇଥିଲେ ପୁରୀ ଜଗନ୍ନାଥ ଦର୍ଶନ ପାଇଁ, ହେଲେ ନିଜ ସାଥି ମହିଳା ଘରକୁ ଫେରିଥିବା ଅନ୍ୟ ମହିଳା ଲିଲି ସ୍ୱାଇଁ ଗତ ଅଜ୍ଟୋବର ମାସ ୧ ତାରିଖ ରୁ ଘରକୁ ଫେରିନାହାନ୍ତି। ଏ ନେଇ ମହିଳାଙ୍କ ସ୍ୱାମୀ ନିକଟସ୍ଥ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଚାନ୍ଦପୁର ପୋଲିସ ମହିଳାଙ୍କ ନିଖୋଜ ନେଇ ଏକ ମିସସ କେଶ ରୁଜୁ କରି ଚୁପ ଚାପ ବସି ପଡିଛି। ତେଣୁ ମହିଳାଙ୍କ ସ୍ୱାମୀ ବାର ଦୁଆର ଖୋଜା ଖୋଜି ପରେ ସବୁଆଡୁ ଆଶା ହରାଇ ଚିନ୍ତାରେ ବସି ରହିଛନ୍ତି। କଣ କରିବେ କଣ ନ କରିବେ ସେ ନେଇ ଘାରି ହେଉଛନ୍ତି ମହିଳାଙ୍କ ସ୍ୱାମୀ।
ଯଦି କେହି ବ୍ୟକ୍ତି ସନ୍ଧାନ ପାଆନ୍ତି ତେବେ ଉକ୍ତ ନମ୍ବରରେ (ମୋବାଇଲ୍: 7682961696) ଯୋଗାଯୋଗ କରିବାକୁ ଅନୁରୋଧ