
କ୍ରୀଡା ଓ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ।
କାକଟପୁର ୩/୩/ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ସମୀକ୍ଷା କରିବା ପାଇଁ କ୍ରୀଡା ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ତଥା କାକଟପୁରର ବିଧାୟକ, ଶ୍ରୀଯୁକ୍ତ ତୁଷାର କାନ୍ତି ବେହେରା ଶୁକ୍ରବାର ଦିନ ଅସ୍ତରଙ୍ଗ ବ୍ଲକକୁ ଯାଇ ବିଡ଼ିଓ ଡ଼ଃ ବେବିତା ମଞ୍ଜରୀ ନାୟକଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମିଳିତ ମଞ୍ଚ ଆବାହକ ଦିବାକର ଛାଟୋଇ,ଅସ୍ତରଙ୍ଗ ବ୍ଲକ୍ ଅଧକ୍ଷା ଆରତୀ ନାୟକ ,ଅସ୍ତରଙ୍ଗ ବ୍ଲକ୍ ଉପାଧକ୍ଷ ଦୁର୍ଜୟ ମିଶ୍ର, ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି ,ନଗର ନୋମିନ ପିଙ୍କି ବେହେରା, ଆଳଙ୍ଗପୁର ନୋମିନ୍ କୌଶଲ୍ୟା ଲେଙ୍କା,ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ଭୋଳ,ନଇଗୁଆଁ ସରପଞ୍ଚ ମଞ୍ଜୁଲତା ଖୁଣ୍ଟିଆ,
ନଇଗୁଆଁ ନୋମିନ ପ୍ରଦୀପ୍ତ ସାହୁ,ଝାଡଲିଙ୍ଗ ନୋମିନ ଶିବ ପରିଡ଼ା,ନୂଆଗଡ ସରପଞ୍ଚ ଜିତେନ୍ଦ୍ର ସ୍ବାଇଁ,କେନ୍ଦ୍ରାପାଟି ସରପଞ୍ଚ,ଶ୍ରୀଯୁକ୍ତ କାଣ୍ଡି,ସରିପୁର ସରପଞ୍ଚ ବନିତା କାଣ୍ଡି ,ସରିପୁର ନୋମିନ ସୁକାନ୍ତି ଦାସ ,ମାଣ୍ଡୁକୀ ସରପଞ୍ଚ ପ୍ରତିନିଧି ଇନ୍ଦ୍ରମଣି ଜେନା,ମାଣ୍ଡୁକି ନୋମିନ ଗଗନ କାଣ୍ଡି,ପୂର୍ବତନ ସରପଂଚ ,ଅଧିକାରୀ ବେହେରା,କଂଗ୍ରେସ ଜିଲ୍ଲା ସମ୍ପାଦକ ପ୍ରତାପ ଖୁଣ୍ଟିଆ ପ୍ରମୁଖ ବ୍ଲକ ପରିସରକୁ ପ୍ରବେଶ କରି, ମନ୍ତ୍ରୀ ବ୍ଲକର କାର୍ଯ୍ୟ ସମୀକ୍ଷା କରିବା ପୂର୍ବରୁ,ପଞ୍ଚାୟତ ପ୍ରତିନିଧି ମାନଙ୍କୁ କାହିଁକି ଜଣାଇ ଦିଆ ଯାଇ ନାହିଁ ବୋଲି କହି, ସମୀକ୍ଷା କାର୍ଯ୍ୟକୁ ବିରୋଧ କରିଥିଲେ । ସେଠାରେ ଉପସ୍ଥିତ ଥିବା ପୋଲିସି ସେମାନଙ୍କୁ ଅଟକାଇଥିଲେ। ମିଳିତ ମଞ୍ଚ ହାତରେ ଏବେ ବ୍ଲକ ଅଧ୍ୟକ୍ଷ ପଦବୀ ଅଛି। ସେମାନଙ୍କ ଅଭିଯୋଗ ଅନୁଯାୟୀ ସମୀକ୍ଷା ବୈଠକ ପୂର୍ବରୁ ବ୍ଲକ ଅଧକ୍ଷା ଆରତି ନାୟକଙ୍କ ସମେତ ପିଆରଆଇ ମେମ୍ବରଙ୍କୁ କୌଣସି ସୂଚନା ନଦେବା ବିନା ଚିଠିରେ ବ୍ଲକକୁ ସମୀକ୍ଷା କରିବାକୁ ଆସିବା,ମୋ ହସ୍ପିଟାଲ ଯୋଜନାରେ ଅସ୍ତରଙ୍ଗକୁ ସାମିଲ ନ କରିବା,୧୫ ଟିପଞ୍ଚାୟତ ରେ ୧୫ ପିଇଓ ରହିବା ସ୍ଥାନରେ ମାତ୍ର ୬ଜଣ ରହିବା,ଅସ୍ତରଙ୍ଗରେ ନୂତନ ବସ ଷ୍ଟାଣ୍ଡ ନିର୍ମାଣ ପ୍ରମୁଖ ଘଟଣାକୁ ନେଇ ,ଅଭିଯୋଗ କରିଥିବାର ଜଣା ପଡିଥିଲା ଓ ସମୀକ୍ଷା ବୈଠକ ସ୍ଥଗିତ ରଖି ପରବର୍ତ୍ତୀ ସମୀକ୍ଷା ବୈଠକ କରିବା ଏହି ପରି ଦାବି ରଖିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ସମୀକ୍ଷା ବୈଠକ ସମ୍ପର୍କରେ ପୂର୍ବରୁ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ଅସ୍ତରଙ୍ଗ ଡାକ୍ତରଖାନାକୁ ମୋ ହସ୍ପିଟାଲ ଯୋଜନାରେ ସାମିଲ କରାଯାଇଛି। ଖୁବ ଶୀଘ୍ର ଅସ୍ତରଙ୍ଗର ଝାରିଆ ଠାରେ ୮ କୋଟି ଟଙ୍କାର ବ୍ୟୟ ଅଟକଳ ରେ ଏକ ନୂତନ ଡାକ୍ତର ଖାନା ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିଆ ଚାଲିଛି। ଅସ୍ତରଙ୍ଗର ସବୁ ଉଚ୍ଚ ବିଦ୍ୟାଳୟକୁ ୫ଟି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ସହିତ ନୂତନ ବସ ଷ୍ଟାଣ୍ଡ ପାଇଁ ପ୍ରକ୍ରିୟା ଜାରି ରହିଛି। ଅସ୍ତରଙ୍ଗରେ ଏକ ଅତ୍ୟାଧୁନିକ ଅଡିଟୋରୀୟମ ପାଇଁ ୪୦ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଘଟଣା ସମୟରେ ଅସ୍ତରଙ୍ଗ ଥାନା ଅଧିକାରୀ ପଞ୍ଚାନନ ପରିଡ଼ା ,କାକଟପୁର ଥାନା ଅଧିକାରୀ ପ୍ରିୟରଞ୍ଜନ ନାୟକଙ୍କ ସମେତ ଦୁଇଟି ଥାନାର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଭିଡକୁ ନିୟନ୍ତ୍ରଣ କରିବା ସହିତ ମନ୍ତ୍ରିଙ୍କୁ କଡା ସୁରକ୍ଷା ଯୋଗାଇ ଦେଇଥିଲେ।