
ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ତ୍ରୀପାଠି, ଆନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବେ
ସତ୍ୟବାଦୀ ର ବରିଷ୍ଠ ଖବରଦାତା ଭବାନୀ ଶଙ୍କର ତ୍ରିପାଠୀ , (Deputy General Manager (News) and Bureau Chief of the Sambad) , ପ୍ରମୁଖ ଓଡ଼ିଆ ସମ୍ବାଦପତ୍ର .ଙ୍କୁ ମିଳିଛି ବଡ଼ ଦାୟିତ୍ୱ। ସେ ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବେ। ମାର୍ଚ୍ଚ ୧୩ରେ ହେବାକୁ ଥିବା United States International Visitor Leadership programme (IVLP) ରେ ଭବାନୀ ଯୋଗ ଦେବେ।
ଆନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବେ ଓଡିଶାର ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ତ୍ରୀପାଠି। ମାର୍ଚ୍ଚ ୧୩ରେ ହେବାକୁ ଥିବା ୟୁନାଇଟେଡ୍ ଷ୍ଟେଟସ୍ ଇଣ୍ଟରନ୍ୟାସନାଲ୍ ଭିଜିଟର୍ ଲିଡରସିପ୍ ପ୍ରୋଗ୍ରାମରେ ଯୋଗ ଦେବ।
‘ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା ସଂରକ୍ଷଣ’ ନାମକ ପ୍ରୋଜେକ୍ଟ ପାଇଁ ଆମେରିକା ବିଦେଶ ବିଭାଗ ପକ୍ଷରୁ ତାଙ୍କୁ ମନୋନୀତ କରାଯାଇଛି । ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ଏପ୍ରିଲ୍ ୧ ତାରିଖ ଯାଏଁ ଚାଲିବ। ଫଳରେ ସେ ୩ ସପ୍ତାହ ପାଇଁ ଆମେରିକାରେ ରହିବା ସହ ଏପ୍ରିଲ୍ ୪ରେ ଓଡ଼ିଶା ଫେରିବେ।
ଆମେରିକାର ଜଳବାୟୁ ପରିବର୍ତ୍ତନ ନୀତିର ପ୍ରଭାବ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଉପରେ ରହିଛି। ଏହାର ଏକମାତ୍ର କାରଣ ହେଉଛି ଚୀନ୍ ପରେ ଗ୍ରୀନ ହାଉସ୍ ଗ୍ୟାସ ନିର୍ଗତ କରିବାରେ ଆମେରିକା ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ୟ ଦେଶ ଅପେକ୍ଷା ଆମେରିକା ୪୦୦ ବିଲିୟନ୍ ମେଟ୍ରିକ୍ ଟନରୁ ଅଧିକ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗତ କରିଥାଏ । ଜଳବାୟୁ ପରିବର୍ତ୍ତନରେ ଆମେରିକା କିଭଳି କାମ କରୁଛି, ସେନେଇ ମୁଁ ତର୍ଜମା କରିବି। ଏଥିସହିତ ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା ସମ୍ପର୍କରେ ସ୍ଥାନୀୟ ସରକାର, ବେସରକାରୀ ସଙ୍ଗଠନ, ଗଣମାଧ୍ୟମ ଓ ବିଶେଷ କରି ସୋସିଆଲ୍ ମିଡିଆର ମହତ୍ୱପୂର୍ଣ୍ଣ ଭୂମିକା ସମ୍ବନ୍ଧରେ ଅଧ୍ୟୟନ କରିବି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ତ୍ରୀପାଠି।
ପୁରୀ ସତ୍ୟବାଦୀ ବ୍ଲକର ବୀର ରାମଚନ୍ଦ୍ରପୁର ଗ୍ରାମରେ ଜନ୍ମିତ ଶ୍ରୀ ତ୍ରୀପାଠି ୧୯୯୯ ମସିହାରୁ ସାମ୍ବାଦିକ ଭାବେ କାର୍ଯ୍ୟ କରିଆସୁଛନ୍ତି । ରାଜନୀତି, ସାମାଜିକ ସମସ୍ୟା ଓ ପରିବେଶ ଉପରେ ତାଙ୍କର ଖୁବ୍ ଦକ୍ଷତା ରହିଛି ।
ପ୍ରତିବର୍ଷ ଆମେରିକାର ଦୂତାବାସ ଦ୍ୱାରା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁଥିବା ପ୍ରତିନିଧି ମାନଙ୍କୁ ଚୟନ କରାଯାଇଥାଏ । IVLP ମାଧ୍ୟମରେ ୨୫୦,୦୦୦ରୁ ଉର୍ଦ୍ଧ୍ୱ ବିଦେଶୀ ଆମେରିକାର ଲୋକଙ୍କ ସହିତ ସରକାରୀ ଅଧିକାରୀମାନଙ୍କ ସହ ଯୋଡି ହୋଇଥାନ୍ତି।