
ଶତ୍ରୁ କୁ ସଂହାର କରିବାକୁ ଦୁଇ ଦିନିଆଁ ମିଳିତ ସମରାଭ୍ୟାସ “ସାଗର କବଚ” 2023.
ପ୍ରଥମ ଦିନରେ ରେଡ଼ ଟିମ୍ ର ଦୁଇ ଆତଙ୍କବାଦୀ ଧରା ପଡିଲେ.
ଅସ୍ତରଙ୍ଗ :-12/04:-ଶତ୍ରୁ ସଂହାର କରିବା ସହ ଆତଙ୍କବାଦୀ ଙ୍କୁ ପ୍ରବେଶ ନ କରାଇବା ପାଇଁ ନୌସେନା ଅଭିନଵ ଉପାୟ. ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ରେ ଦୁଇ ଦିନିଆଁ ମିଳିତ ସମରାଭ୍ୟାସ “ସାଗର କବଚ “. ଉପକୂଳ ସୁରକ୍ଷା ବ୍ୟବସ୍ଥା କୁ ତଦାରଖ କରିବାକୁ ମଙ୍ଗଳବାର ସକାଳୁ ଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆଁ ସମରାଭ୍ୟାସ “ସାଗରକବଚ “.ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଭାରତ ଦୋହଲିଯିବା ପରେ ଉପକୂଳ ସୁରକ୍ଷା ବ୍ୟବସ୍ଥା କୁ ତଦାରଖ କରିବାକୁ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ତରଫରୁ ପ୍ରତ୍ୟେକ ବର୍ଷ ଭଳି ଆୟୋଜିତ ହୋଇଛି ମିଳିତ ସମରାଭ୍ୟାସ’ ସାଗର କବଚ ‘. ଉପକୂଳ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ନୂଆଗଡ, କାଳିଆକଣ, ସହନ ସମେତ ନୌସେନା ଓ ପୋଲିସ ର ରଣକୌଶଳ ପଦର୍ଶନ. ସାମୁଦ୍ରିକ ସୀମାରେ ଅନୁପ୍ରବେଶ ରୋକିବା ଲକ୍ଷ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ଦୁଇଦିନିଆଁ ସମରାଭ୍ୟାସ. ଏହି ସମରାଭ୍ୟାସ ରେ ଭାରତୀୟ ତଟରଖି ବାହିନୀ, ମେରାଇନି ପୋଲିସ, ଅସ୍ତରଙ୍ଗ ପୋଲିସ ସହ ବିଭିନ୍ନ ଥାନା ପୋଲିସ ଏଥିରେ ସାମିଲ ହୋଇଛନ୍ତି.ବ୍ଲୁ ଓ ରେଡ ୨ଟି ଟିମ୍ ହୋଇ ଏହି ସମରାଭ୍ୟାସ ଚାଲିଛି. ଉପକୂଳ କୁ ବ୍ଲୁ ବାହିନୀ ଜଗିଥିବା ବେଳେ ରେଡ଼ ବାହିନୀ ଶତ୍ରୁ ପକ୍ଷ ହୋଇ ଦୂର ସମୁଦ୍ର କୁ ଯାତ୍ରା କରି ପୁଣି ଉପକୂଳ ମୁହାଁ ହୋଇ ଆକ୍ରମଣ କରିବା ପାଇଁ ଶତ୍ରୁ ପକ୍ଷକୁ କଡା ଜବାବ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି. ବାହ୍ୟ ଶତ୍ରୁ ଠାରୁ ଉପକୂଳ କୁ ରକ୍ଷା କରିବା ପାଇଁ ଏହି ସମରାଭ୍ୟାସ ପ୍ରତିବର୍ଷ କରାଯାଇଥାଏ. କିଭଳି ଭାବେ ଜଳପଥ ଦେଇ ଉପକୂଳ କୁ ଶତ୍ରୁ ପଶି ନ ଯିବେ ସେ ନେଇ ସମସ୍ତ ବିଭାଗ କୁ ସଚେତନ କରିବା ଏହି ସମରାଭ୍ୟାସ ର ମୂଳଲକ୍ଷ୍ୟ. ପ୍ରଥମ ଦିନ ରେ ରେଡ ଟିମ୍ ଦୁଇ ଆତଙ୍କବାଦୀ ନେଥରାନ ଡି. ଏସ ଓ ଆଶୀଷ କୁମାର କୌଶଳ କ୍ରମେ ଉପକୂଳ କୁ ଆସୁଥିବା ବେଳେ ଗଙ୍ଗାମାତା ବୋଟ ରୁ ଦୁଇ ଜଣ ରେଡ ଟିମରେ ସାମିଲି ଥିବା ଆତଙ୍କବାଦୀ ଙ୍କୁ ଧରିଥିଲେ ବ୍ଲୁ ଟିମ୍. ଏହି ସମରାଭ୍ୟାସ କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ନୂଆଗଡ ସାମୁଦ୍ରିକ ଥାନା ଅଧିକାରୀ ପଞ୍ଚାନନ ପରିଡା, ମାଷ୍ଟର ପ୍ରମୋଦ ରାଣା, ମାଷ୍ଟର ବିପ୍ରଚରଣ ସ୍ୱାଇଁ, ଅସ୍ତରଙ୍ଗ ଥାନାଏ.ଏସ.ଆଇ ପ୍ରଶାନ୍ତ ବିଶ୍ୱାଳ, ଏ. ଏସ. ଆଇ ସଂଗ୍ରାମ ମିଶ୍ର, ଏ. ଏସ. ଆଇ ଜଳନ୍ଧର ବଡ଼ଯେନା ସହ ଅନେକ ଅଧିକାରୀ ମାନେ ଉପସ୍ଥିତ ରହିବା ସହ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି.