
ମଧ୍ୟବିତ୍ତଙ୍କ ଉପରେ ସରକାରଙ୍କ ଫୋକସ୍ ।‘ମୋ ଘର’ ଯୋଜନା ପାଇଁ ବଦଳିଲା ନିୟମ
ମେ ୨୯ ତାରିଖରେ ମୋ ଘର ଯୋଜନା ରାଜ୍ୟ କ୍ୟାବିନେଟରେ ଘୋଷଣା କରିଥିଲେ ରାଜ୍ୟ ସରକାର । ଗରିବଙ୍କୁ କେମିତି ଖଣ୍ଡେ ପକ୍କା ଘର ମିଳିବ, ସେନେଇ ଏଥିରେ ବ୍ୟବସ୍ଥା କରାଯାଇଥିଲା । ଓଡିଶା ହାଉସିଂ ମିଶନ ପକ୍ଷରୁ ସବୁ ବ୍ୟାଙ୍କକୁ ଚିଠି ଲେଖି ମୋ ଘର ଯୋଜନାର ମାର୍ଗ ପ୍ରଦର୍ଶନ କରିଛନ୍ତି । ଯେଉଁ ପରିବାରର ମାସିକ ଆୟ ୨୫ ହଜାର ଟଙ୍କାରୁ କମ ଥିବ ସେମାନେ ଏହି ଯୋଜନାର ଲାଭ ନେଇପାରିବେ । କିନ୍ତୁ ସହରାଞ୍ଚଳ କ୍ଷେତ୍ରରେ ଏହି ନିୟମର କିଛି ପରିବର୍ତନ କରିଛନ୍ତି ରାଜ୍ୟ ସରକାର ।
ସହରାଞ୍ଚଳରେ ପରିବାରର ମାସିକ ଆୟ ୫୦ ହଜାର ଟଙ୍କାରୁ ଅଧିକ ହେଇନଥିବ
ଗୋଟିଏ କଠୋରୀ ବିଶିଷ୍ଟ ପକ୍କା ଘରେ ରହୁଥିବା ହିତାଧିକାରୀ
ପୂର୍ବରୁ କୌଣସି ସରକାରୀ ଯୋଜନାରେ ୧ଲକ୍ଷରୁ କମ ଟଙ୍କାର ସହାୟତା ପାଇଥିଲେ
ପରିବାରର କୌଣସି ସଦସ୍ୟ ସରକାରୀ ଚାକିରିଆ କିମ୍ବା ପେନସନଧାରୀ ହୋଇନଥିବେ
ହିତାଧିକାରୀ ଘର ନିର୍ମାଣ ପାଇଁ ୧ରୁ ୩ଲକ୍ଷ ଟଙ୍କା ଯାଏଁ ୩ଟି ସ୍ଲାବରେ ବ୍ୟାଙ୍କରୁ ଋଣ ଆଣିପାରିବେ
ଲକ୍ଷେ ଟଙ୍କା ଋଣରେ ସର୍ବାଧିକ ୪୦ ହଜାର ଟଙ୍କା ଛାଡ ବା ସବସିଡି ମିଳିବ
ଦେଢ ଲକ୍ଷ ଟଙ୍କା ଋଣରେ ସର୍ବାଧିକ ୫୫ ହଜାର ଟଙ୍କା ଛାଡ ହେବ
୨ ଓ ୩ ଲକ୍ଷ ଟଙ୍କା ଋଣରେ ସର୍ବାଧିକ ୭୦ ହଜାର ଟଙ୍କା ସବସିଡି