
କାକଟପୁର ଗସ୍ତରେ ୫ ଟି ସଚିବ ଭି କେ ପାଣ୍ଡିଆନ
କାକଟପୁର ତା ୧୯/୮,ଶନିବାର ୫ଟି ସଚିବ ଭିକେପାଣ୍ଡିଆନଙ୍କ ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ଗ୍ରସ୍ତ କାର୍ଯ୍ୟକ୍ରମ ରହିଥିଲା କାକଟପୁର ନିର୍ବାଚନ ମଣ୍ଡଳୀର କାକଟପୁର ବ୍ଲକ ପଡିଆ ଠାରେ ଆଜି ପୂର୍ବାହ୍ନ 10.15 ମିନିଟରେ ପହଞ୍ଚିଥିଲେ ଭିକେପାଣ୍ଡିଆନ ପ୍ରଥେମ ହେଲିକ୍ୟାପ୍ଟରରୁ ଓହ୍ଲେଇବା ପରେ ତାଙ୍କୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କନୱର ବିଶାଳ ସିଂ ସଭା ସ୍ଥଳକୁ ପାଛୋଟି ଆଣିଥିଲେ ପରେ ପରେ ଶ୍ରୀ ପାଣ୍ଡିଆନ ଏସ
ଏଚ ଜି ମହିଳା ମାନଙ୍କୁ ଭେଟି କୃତଜ୍ଞତା ଜଣାଇବାସହ ସମାଜରେ ମହିଳା ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ସ୍ବବଲମ୍ବୀ ହୋଇ ଆଗକୁ ବଢ଼ୁଥିବା କହିଥିଲେ ।
ଅଂଚଳରେ ରହିଥିବା ବିଭିନ୍ନ ସମସ୍ୟା କୁ ନେଇ ଜନସାଧରରଣ ଙ୍କ ଠାରୁ ଅନେକ ଗୁଡିଏ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ 5t ସଚିବ । ପିଇବା ପାଣି ର
ସମସ୍ୟା ୨ ଦିନ ଭିତରେ ସମାଧାନ କରିବା ପାଇଁ ପ୍ରତିଶୃତି ଦେବା ସହିତ ମନ୍ଦିର, ମସଜିଦ, ଚର୍ଚ୍ଚ ଏବଂ କମ୍ୟୁନିଟି ସେଣ୍ଟରର ବିକାଶ ଏକ ସପ୍ତାହ ଭିତରେ ସମାଧାନ କରାଯିବ ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଖୁସି ଖବର ଦେବେ ବୋଲି କହିଥିଲେ l ସେହିପରି କାକଟପୁର ମା ମଙ୍ଗଳା ମନ୍ଦିର ଉନ୍ନତିକରଣ ପାଇଁ ୧୦ କୋଟି ଟଙ୍କା , କୋଣାର୍କର ପାରିପାର୍ଶ୍ବିକ ବିକାଶ ପାଇଁ ୨୧୦ କୋଟି ଟଙ୍କା, ପ୍ରାଚୀ ନଦୀ ର ପୁନରୁଦ୍ଧାର ପାଇଁ ୧୫ କୋଟି ଟଙ୍କା, ଲୋ ଭୋଲ୍ଟେଜ ସମାସ୍ୟା ସୁଧାରିବା ପାଇଁ ୮କୋଟି ଟଙ୍କା , ଅସ୍ତରଙ୍ଗ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ୧୨ କୋଟି ଟଙ୍କା ,କାକଟପୁର ନିର୍ବାଚନମଣ୍ଡଳୀ ରେ ପାନୀୟ ଜଳ ପ୍ରକଳ୍ପ ପାଇଁ ୨୩୫ କୋଟି ଟଙ୍କା ର ପ୍ରକଳ୍ପ ଘୋଷଣା କରିଥିଲେ। ଦେବୀ ନଦୀ ଉପରେ ଗୋଟିଏ, କାଦୁଆ ନଦୀ ଉପରେ ଗୋଟିଏ, ପ୍ରାଚୀ ନଦୀ ଉପରେ ଦୁଇଟି ସମୁଦାୟ ୪ ଟି ବିଜୁ ସେତୁ ନିର୍ମାଣ କରାଯିବ ବୋଲି ସେ ଘୋଷଣା କରିବା ସହିତ ବିଭିନ୍ନ ମନ୍ଦିର, ମସଜିଦ ର ନିର୍ମାଣ କାର୍ଯ୍ୟ ପାଇଁ ସରକାର ସାହାଯ୍ୟ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୫ ଟି ସଚିବ ନିର୍ଧାରିତ ସମୟଠାରୁ ଏକ ଘଣ୍ଟା ବିଳମ୍ବରେ କାକଟପୁର ଠାରେ ପହଞ୍ଚିଥିଲେ । ପ୍ରାୟ ୫୦୦ ରୁ ଉର୍ଦ୍ଧ ବସ ଯୋଗେ ବିଭିନ୍ନ ପଞ୍ଚାୟତ ରୁ ହଜାର ହଜାର ମହିଳା ମାନଙ୍କୁ ସଭାସ୍ଥଳ କୁ ଅଣାଯାଇଥିଲା। ପ୍ରବଳ ଭିଡ଼ ଯୋଗୁଁ କାକଟପୁରରେ ଟ୍ରାଫିକ ବ୍ୟବସ୍ଥା ଘଣ୍ଟା ଘଣ୍ଟା ଧରି ବିପର୍ଯ୍ୟସ୍ଥ ହୋଇପଡିଥିଲା । ଭିଡ ଭିତରେ ଆମ୍ବୁଲାନ୍ସ ମଧ୍ୟ ଘଣ୍ଟା ଧରି ଅଟକି ରହିଥିବା ଦେଖିବାକୁ ମିଳିଥିଲା। କଳାପତାକା ପ୍ରଦର୍ଶନ କରିବା ଆଶଙ୍କାରେ ପୁଲିସ ୨୦ ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିଲା ।